DAV, KALINGA NAGAR FELICITATES MERITORIUS STUDENTS “EQUIP THE STUDENTS WITH SKILL BASED EDUCATION”
DAV, KALINGA NAGAR FELICITATES MERITORIUS STUDENTS “EQUIP THE STUDENTS WITH SKILL BASED EDUCATION”
-
ଡି.ଏ.ଭି. କଳିଙ୍ଗ ନଗରରେ ମେଧାବୀ ସମ୍ବର୍ଦ୍ଧନା
“ଛାତ୍ରଛାତ୍ରୀଙ୍କୁ ଦକ୍ଷତାଭିତ୍ତିକ ଶିକ୍ଷାରେ ସଶକ୍ତ କରାଯାଉ”
ଭୁବନେଶ୍ୱର, ୧୯.୦୮: ଡି.ଏ.ଭି. ପବ୍ଲିକ୍ ସ୍କୁଲ, କଳିଙ୍ଗ ନଗର ପକ୍ଷରୁ ୨୦୨୬ ମସିହାର ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ପରିସରରେ ଆୟୋଜିତ ଏକ ଭବ୍ୟ ସମାରୋହରେ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶ୍ୱ ଦକ୍ଷତା ବିକାଶ କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରଶ୍ମି ରଞ୍ଜନ ମହାପାତ୍ର ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତର ଆହ୍ୱାନଗୁଡ଼ିକର ସଫଳତାର ସହ ମୁକାବିଲା କରିବା ପାଇଁ ବ୍ୟବହାରିକ ଜ୍ଞାନ, ଆତ୍ମବିଶ୍ୱାସ ଓ ଆବଶ୍ୟକୀୟ ଦକ୍ଷତା ହାସଲ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ବିଦ୍ୟାଳୟରେ ପରୀକ୍ଷାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ, ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ରଖିଥିବା ଛାତ୍ରଛାତ୍ରୀ, ବିଭିନ୍ନ ବିଷୟର ଟପ୍ପର ଏବଂ ନିଟ୍ (NEET) ଯୋଗ୍ୟତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସ୍ମାରକୀ ଓ ପ୍ରମାଣପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଅଭିଭାବକ ଓ ବିଦ୍ୟାଳୟ ମଧ୍ୟରେ ସୁସମ୍ପର୍କକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏକକ ସଙ୍ଗୀତ ଏବଂ ପୁଶ୍-ଅପ୍ ଚ୍ୟାଲେଞ୍ଜ ପ୍ରତିଯୋଗିତାର ବିଜେତା ଅଭିଭାବକମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ସମାରୋହରେ ବିଦ୍ୟାଳୟର ଚେୟାରମ୍ୟାନ ପ୍ରଫେସର (ଡଃ) ଅରୁଣ କୁମାର ରଥ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ, ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବଳରାମ ମହାପାତ୍ର ୨୦୨୫–୨୬ ଶିକ୍ଷାବର୍ଷର ସିବିଏସଇ ବୋର୍ଡ ପରୀକ୍ଷା ଫଳାଫଳର ସଂକ୍ଷିପ୍ତ ବିବରଣୀ ଉପସ୍ଥାପନ କରିଥିଲେ । ଏହି ଅବସରରେ ଡି.ଏ.ଭି. ଅନୁଷ୍ଠାନ, ଓଡ଼ିଶାର ଆଞ୍ଚଳିକ ଅଧିକାରୀ ଡଃ ସୁଜାତା ସାହୁ ଏବଂ ସହକାରୀ ଆଞ୍ଚଳିକ ଅଧିକାରୀ ଶ୍ରୀ ବିପିନ କୁମାର ସାହୁ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ପ୍ରକାଶ ଥାଉକି, ୨୦୨୫–୨୬ ସିବିଏସଇ ବୋର୍ଡ ପରୀକ୍ଷାରେ ବିଦ୍ୟାଳୟ ଏକ ଅସାଧାରଣ ଫଳାଫଳ ହାସଲ କରି ଡି.ଏ.ଭି. ଶିକ୍ଷାନୁଷ୍ଠାନ ସମୂହ ମଧ୍ୟରେ ‘ଷ୍ଟାର୍ ପରଫର୍ମର୍ ଗ୍ରୁପ୍’ରେ ସ୍ଥାନ ପାଇଛି। ବିଦ୍ୟାଳୟର ହାରାହାରି ଫଳାଫଳ ୮୬.୯୯ ପ୍ରତିଶତ ରହିଥିବାବେଳେ, ସର୍ବାଧିକ ବ୍ୟକ୍ତିଗତ ୯୯.୨ ପ୍ରତିଶତ ରହିଛି । ମୋଟ ୩୬ ଜଣ ଛାତ୍ରଛାତ୍ରୀ ୯୫ ପ୍ରତିଶତରୁ ଊର୍ଦ୍ଧ୍ୱ, ୬୫ ଜଣ ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ହାସଲ କରିଥିବାବେଳେ ୪ ଜଣ ଛାତ୍ରଛାତ୍ରୀ NEET ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ଶତାଧିକ କୃତୀ ଛାତ୍ରଛାତ୍ରୀଙ୍କ ସଫଳତାକୁ ନେଇ ଡି.ଏ.ଭି. କଳିଙ୍ଗ ନଗର ପରିସର ଉତ୍ସାହ ଓ ଆନନ୍ଦରେ ମୁଖରିତ ହୋଇଉଠିଥିଲା । ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଅଭିଭାବକ ଓ ଶୁଭେଚ୍ଛୁମାନେ ଏହି ଅବସରରେ ଉପସ୍ଥିତ ରହି କୃତୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମକୁ ଶ୍ରୀମତୀ ମିନତୀ ତ୍ରିପାଠୀ ଓ ଶ୍ରୀମତୀ ସ୍ୱାଗତିକା ମହାନ୍ତି ସଂଯୋଜନା କରିଥିଲେ। ବିଦ୍ୟାଳୟର ପର୍ଯ୍ୟବେକ୍ଷକ ଶ୍ରୀ ବିଜୟ କୁମାର ପାତ୍ରଙ୍କ ମାର୍ଗଦର୍ଶନ ଏବଂ ସମସ୍ତ କର୍ମକର୍ତ୍ତାଙ୍କ ଆନ୍ତରିକ ସହଯୋଗରେ ସମଗ୍ର କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପନ୍ନ ହୋଇଥିଲା ।

DAV, KALINGA NAGAR FELICITATES MERITORIUS STUDENTS
“EQUIP THE STUDENTS WITH SKILL BASED EDUCATION”
Bhubaneswar, 19.08 – DAV Public School, Kalinga Nagar felicitated its high achievers of Std X for their commendable performances in 2026 CBSE Board Examination in an eloquently expressive ceremony organised in its premises. Joining as the Chief Guest of the occasion, Shri Rashmi Ranjan Mohapatra, Chief Executive Officer of World Skill Center emphasized the importance of developing skill based education to equip students with practical knowledge, confidence and the abilities needed to face the future challenges. During the occasion the position holders in the school, 90% & above students, highest deviation, subject toppers and NEET qualifiers were felicitated with mementos & certificates. In order to maintain a healthy parent and institution relationship the winners of solo song competition & push-up challenge competition for parents were felicitated. In the formal meeting organised to mark this occasion, Chairman of the school Prof. (Dr.) Arun Kumar Rath rendered the welcome address, Principal Mr. Balaram Mohapatra presented a brief highlight of the board results for the session 2025-26. Among others joining on the occasion the Regional Officer of DAV Institutions, Odisha, Dr. Sujata Sahu, Asst. Regional Officer Mr. Bipin Kumar Sahoo encouraged the students. Further teachers from different schools, parents and well-wishers were present on the occasion. To note, the school has achieved the exceptional result this year and placed in star performer group in the DAV Chain of schools with the school average of 86.99%, highest individual percentage of 99.2%, where 36 students placed with above 95%, 65 students placed above 90% and 4 students qualified for NEET. With more than one hundred proud achievers, the campus of DAV, Kalinga Nagar reverberated with the echo of their success stories. The programme was anchored by Ms. Minati Tripathy & Ms. Swagatika Mohanty. The entire programme was smoothly conducted with the whole-hearted cooperation of all the staff members under the leadership of academic supervisor Mr. Bijaya Kumar Patra.
