ନିଗମ କର୍ମଚାରୀ ମହାସଂଘର ମୁଖପତ୍ର ରୌପ୍ୟ ସ୍ମୃତି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

ନିଗମ କର୍ମଚାରୀ ମହାସଂଘର ମୁଖପତ୍ର ରୌପ୍ୟ ସ୍ମୃତି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

ନିଗମ କର୍ମଚାରୀ ମହାସଂଘର ମୁଖପତ୍ର ରୌପ୍ୟ ସ୍ମୃତି ମୁଖ୍ୟମନ୍ତ୍ରୀଙ୍କ  ଦ୍ୱାରା ଉନ୍ମୋଚିତ

ନିଗମ କର୍ମଚାରୀ ମହାସଂଘର ମୁଖପତ୍ର ରୌପ୍ୟ ସ୍ମୃତି ମୁଖ୍ୟମନ୍ତ୍ରୀଙ୍କ

ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର,୨୨ା୮ ନିଗମ କର୍ମଚାରୀ ମହାସଂଘର ରଜତ ଜୟନ୍ତୀ ଅବସରରେ ପ୍ରକାଶିତ
ମୁଖପତ୍ର ରୌପ୍ୟ ସ୍ମୃତି କୁ ଆଜି ଲୋକସେବା ଭବନ ପରିସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ
ଚରଣ ମାଝୀ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ
ରାଜ୍ୟର ବିଭିନ୍ନ ନିଗମ, ସମବାୟ ସଂସ୍ଥା ସ୍ୱୟଂଶାସିତ ଅନୁଷ୍ଠାନ, ଉନ୍ନୟନ କର୍ତ୍ତୁପକ୍ଷ ଓ
ବୋର୍ଡ ଆଦିରେ କାର୍ଯ୍ୟରତ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା, ସେମାନଙ୍କ ନ୍ୟାୟସଙ୍ଗତ ଦାବି
ଏବଂ ଦୀର୍ଘଦିନ ଧରି କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀ ମାନଙ୍କୁ ସ୍ଥାୟୀ କରିବା ସର୍ମ୍ପକରେ
ସମବେଦନା ପ୍ରକାଶ କରିଥିଲେ । ମହାସଂଘର ମୁଖ୍ୟ ଉପଦେଷ୍ଟା ତଥା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ
ମିଶ୍ର ଏବଂ ମହାସଂଘର ସଭାପତି ଡ. ସରୋଜ କାନ୍ତ ମଲ୍ଲିକ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି
ଆକର୍ଷଣ କରି କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟାର ଶୀଘ୍ର ସମାଧାନ ଓ ନ୍ୟାୟସଙ୍ଗତ
ଦିଗଗୁଡିକ ପ୍ରତି ସକାରାତ୍ମକ ବିଚାର କରିବାକୁ ଅନୁରୋଧ କରିଥିଲେ । ମହାସଂଘର
ରଜତ ଜୟନ୍ତୀ ଅବସରରେ ପ୍ରକାଶିତ ମୁଖପତ୍ର ରୌପ୍ୟ ସ୍ମୃତି ମାଧ୍ୟମରେ ନିଗମ ଓ ବିଭିନ୍ନ
ସ୍ୱୟଂଶାସିତ ସଂସ୍ଥାର କର୍ମଚାରୀମାନଙ୍କ ଅଧିକାର, ସମସ୍ୟା ଓ ଦାବି ଗୁଡିକୁ
ଲୋକଲୋଚନକୁ ଆଣିବା ସହ ସଂଗଠନର ଦୀର୍ଘ ୨୫ ବର୍ଷର ସଂଘର୍ଷ ଓ ସଫଳତାର ସ୍ମୃତିକୁ
ସଂରକ୍ଷିତ କରାଯାଇଛି । ମହାସଂଘର ଏହି ପଦକ୍ଷେପକୁ କର୍ମଚାରୀ ମହଲରେ ସ୍ୱାଗତ କରାଯାଇଛି ।