ସଇନ୍ଧା-ନଛିପୁର ଆଞ୍ଚଳିକ ଶାନ୍ତି କମିଟିର ନୂତନ କର୍ମକର୍ତ୍ତା ନିର୍ବାଚନ ଓ ସମ୍ବର୍ଦ୍ଧନା ସଭା : Ommtv କଳିଙ୍ଗବିକାଶ

ସଇନ୍ଧା-ନଛିପୁର ଆଞ୍ଚଳିକ ଶାନ୍ତି କମିଟିର ନୂତନ କର୍ମକର୍ତ୍ତା ନିର୍ବାଚନ ଓ ସମ୍ବର୍ଦ୍ଧନା ସଭା : Ommtv କଳିଙ୍ଗବିକାଶ

ସଇନ୍ଧା-ନଛିପୁର ଆଞ୍ଚଳିକ ଶାନ୍ତି କମିଟିର ନୂତନ କର୍ମକର୍ତ୍ତା ନିର୍ବାଚନ ଓ ସମ୍ବର୍ଦ୍ଧନା ସଭା : Ommtv କଳିଙ୍ଗବିକାଶ

ସଇନ୍ଧା-ନଛିପୁର ଆଞ୍ଚଳିକ ଶାନ୍ତି କମିଟିର ନୂତନ କର୍ମକର୍ତ୍ତା ନିର୍ବାଚନ ଓ ସମ୍ବର୍ଦ୍ଧନା ସଭା : Ommtv କଳିଙ୍ଗବିକାଶ

କଟକ ରୁ ଡ଼ନ ଙ୍କ ରିପୋର୍ଟ..

କଟକ ସଦର ଥାନା ଅଧିନସ୍ଥ ଉରାଳୀ ଗ୍ରାମ ପଂଚାୟତ ଅନ୍ତର୍ଗତ ସଇନ୍ଧା-ନଛିପୁର ଆଞ୍ଚଳିକ ଶାନ୍ତି କମିଟିର ନୂତନ କର୍ମକର୍ତ୍ତା ନିର୍ବାଚନ ଓ ସମ୍ବର୍ଦ୍ଧନା ସଭା ସଇନ୍ଧା ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଇନ୍ଧା-ନଛିପୁର ଅଞ୍ଚଳରେ ଦୀର୍ଘ ୫୭ ବର୍ଷ ହେବ ନିରବଚ୍ଛିନ୍ନ ଭାବେ ମା 'ଗଜଲକ୍ଷ୍ମୀ ପୂଜା ହୋଇ ଆସୁଛି।୨୭ ବର୍ଷ ଧରି ସଇନ୍ଧା -ନଛିପୁର ଆଞ୍ଚଳିକ ଶାନ୍ତି କମିଟି ଗଠନ କରାଯାଇ ମାଙ୍କ ପୂଜା ଶାନ୍ତିଶୁଙ୍ଖଳର ସହ ପରିଚାଳନା କରାଯାଉଛି। ପ୍ରତି ୨ ବର୍ଷରେ ଥରେ ଶାନ୍ତି କମିଟିର କର୍ମକର୍ତ୍ତା ନିର୍ବାଚିତ ହେଉଥିବା ବେଳେ ଚଳିତ ବର୍ଷ ଆଞ୍ଚଳିକ ଶାନ୍ତି କମିଟିକୁ ନୂତନ କର୍ମକର୍ତ୍ତା ୧୧ଗୋଟି ପୂଜା କମିଟିର ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି।*ସଇନ୍ଧା-ନଚ୍ଛିପୁର ଆଞ୍ଚଳିକ ଶାନ୍ତି କମିଟିର ନବ ନିର୍ବାଚିତ ସଭାପତି ଭାବେ ଶ୍ରୀଯୁକ୍ତ ପ୍ରଦୀପ କୁମାର ଦାସ ଉପ ସଭାପତି ଶ୍ରୀଯୁକ୍ତ ପ୍ରମୋଦ କୁମାର ସାହୁ ସମ୍ପାଦକ ସଞ୍ଜୟ ମୁଦୁଲି ସହ ସମ୍ପାଦକ ବିଭୁତି ତରାଇ କୋଷାଧ୍ଯକ୍ଷ ଭାବଗ୍ରାହୀ ସାହୁଙ୍କ ନାମ ଘୋଷଣା କରାଯାଇ ଥିଲା।

ସନ୍ତୋଷ କୁମାର ସାହୁ ନବ ନିର୍ବାଚିତ ପ୍ରତିନିଧି ମାନଙ୍କର ନାମ ଘୋଷଣା କରିବା ପରେ ମଞ୍ଚ ପରିଚାଳନା କରିଥିଲେ। ନବ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଅନୁଷ୍ଠାନ ତରଫରୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯିବ ସହ ପୂର୍ବତନ କମିଟିର ସଭାପତି, ଉପ ସଭାପତି ସମ୍ପାଦକ, ସହ ସମ୍ପାଦକ କୋଷାଧକ୍ଷ ସମ୍ବର୍ଦ୍ଧିତ କରଯାଇଥିଲା। ଉକ୍ତ ସମ୍ବର୍ଦ୍ଧନା ସଭାକୁ ଅନୁଷ୍ଠାନିକ ଭାବେ କଟକ ସଦର ଆଞ୍ଚଳିକ ଶାନ୍ତି କମିଟିର ସମ୍ପାଦକ ଶ୍ରୀଯୁକ୍ତ ସୁରେନ୍ଦ୍ର ମହାପାତ୍ର ଅତିଥି ରୂପେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ। ନବ ନିର୍ବାଚିତ ସଭାପତି ନିଜର ଅଭିଭାଷଣ ପୂଜାରେ ଘଟୁ ଥିବା ମୌଳିକ ଅସୁବିଧା ପୂଜା କି ଭଳି ସୁଢଙ୍ଗ ଶାନ୍ତିଶୃଙ୍ଖଳା ସହ ପରିଚାଳନା ହେବ ସେଥି ଲାଗି ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରାଯିବ ବୋଲି ନିଜର ମତ ଉପସ୍ଥାପନା କରିଥିଲେ। କଟକ ସଦର ଆଞ୍ଚଳିକ ଶାନ୍ତି କମିଟିର ସମ୍ପାଦକ ଶ୍ରୀଯୁକ୍ତ ସୁରେନ୍ଦ୍ର ମହାପାତ୍ର ପୂଜା ଓ ଭସାଣି କିପରି ସରକାରଙ୍କ ଗାଇଡ଼ଲାଇନ ଅନୁଯାଇ ଶୃଙ୍ଖଳାର ସହ ପାଳନ ଲାଗି ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ। ସାମ୍ବାଦିକ କାନନ ବିହାରୀ ନାୟକ ନିଜ ବକ୍ତବ୍ୟରେ ସମସ୍ତ ୧୧ଗୋଟି ପୂଜା କମିଟି ପରସ୍ପର ମଧ୍ୟ୍ୟରେ ସମ୍ମନୟ ରକ୍ଷା କରି ପୂଜାର କାର୍ଯ୍ୟପନ୍ଥା ସ୍ଥିର କରିବେ। ମା ' ଜଗେଶ୍ୱରୀ ଗଜଲକ୍ଷ୍ମୀ ପୂଜାକମିଟି ବାଲିସାହି,ବାପୁଜୀ ସ୍ମାରକୀ ଗଜଲକ୍ଷ୍ମୀ ପୂଜାକମିଟି- ସଇନ୍ଧା,ମା ' ଜୟନ୍ତୀ ଗଜଲକ୍ଷ୍ମୀ* *ପୂଜା କମିଟି -ସଇନ୍ଧା, ମା 'ଗୁପ୍ତେଶ୍ୱରୀ ଗଜଲକ୍ଷ୍ମୀ ପୂଜା କମିଟି -ଅମଣିଆଗୋରଡା, ମା 'ଦୁଲାଦେଇ ଗଜଲକ୍ଷ୍ମୀ ପୂଜା କମିଟି -କାଜିପୁର,ମା' ବିମଳା ଗଜଲକ୍ଷ୍ମୀ ପୂଜା କମିଟି -କଜିପୁର,ମା ମଙ୍ଗଳା ଗଜଲକ୍ଷ୍ମୀ ପୂଜା କମିଟି - ନଛିପୁର, ବଳରାମ ବାବା ଗଜଲକ୍ଷ୍ମୀ ପୂଜା କମିଟି - ବଢ଼େଇସାହି, ବାଳୁତ କୁମର ଗଜଲକ୍ଷ୍ମୀ ପୂଜା କମିଟି - ନଛିପୁର, ମା 'ଜାଗୁକାଇ ଗଜଲକ୍ଷ୍ମୀ ପୂଜା କମିଟି ଢିହନଛିପୁର, ବିବେକାନନ୍ଦ ଗଜଲକ୍ଷ୍ମୀ ପୂଜା କମିଟି - କୋଠସାହି ଆଦି ପୂଜାମଣ୍ଡପ ଗୁଡିକର ସଭାପତି, ସମ୍ପାଦକ,* *କର୍ମକର୍ତ୍ତା ମାନେ ଉପସ୍ଥିତ ରହି ସଭାକାର୍ଯ୍ୟ ପରିଚାଳନାରେ* *ସହଯୋଗ କରିଥିଲେ।ଉପସ୍ଥିତ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ମହେନ୍ଦ୍ର କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।*