ବାଗଧରପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା : ommtv କଳିଙ୍ଗ ବିକାଶ
ବାଗଧରପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା : ommtv କଳିଙ୍ଗ ବିକାଶ
ବାଗଧରପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା : ommtv କଳିଙ୍ଗ ବିକାଶ
: କଟକ ସଦର (ନି/ପ୍ରା ):(ଡନ୍ଙ୍କ ରିପୋର୍ଟ ) କଟକ ସଦର ଥାନା ଅନ୍ତର୍ଗତ ମୁଗଭଙ୍ଗା ଗ୍ରାମରେ ଥିବା ବାଗଧରାପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଦୀର୍ଘ ବର୍ଷ ହେଲା କାର୍ଯ୍ୟ କରି ଆସୁଥିବା ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ନମିତା ସାହୁଙ୍କ ଅବସର ଗ୍ରହଣ ଉପଲକ୍ଷେ ବିଦ୍ୟାଳୟ ପରିସରରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।
ସି.ଆର.ସି. ସି ସନ୍ତୋଷ କୁମାର ନନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ସଭାରେ ବିଦ୍ୟାଳୟ ପରିଚାଳନା କମିଟିର କର୍ମକର୍ତ୍ତା ଓ ଆଞ୍ଚଳିକ ସାଧନ କେନ୍ଦ୍ର, ଅରଡ଼ର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି ଶ୍ରୀମତୀ ନମିତା ସାହୁଙ୍କୁ ବିଦ୍ୟାଳୟ ତରଫରୁ ଉପଢୌକନ,ପୁଷ୍ପଗୁଚ୍ଛ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯିବା ସହ ଶ୍ରୀମତୀ ସାହୁଙ୍କ ଦୀର୍ଘ ନିରାମୟ ସୁସ୍ଥଜୀବନ କାମନା କରାଯାଇଥିଲା। ଶ୍ରୀମତୀ ସାହୁ ଜଣେ କର୍ତ୍ତବ୍ୟନିଷ୍ଟ ,ଶୁଭାସି, ନମ୍ର ଶୋଭାଵର ବ୍ୟକ୍ତିତ୍ୱ ବୋଲି ଅଭିହିତ କରିବା ସହ ସେଭଳି ଜଣେ ମେଳାପି ଶିକ୍ଷୟିତ୍ରୀ ବିଦ୍ୟାଳୟ ପାଇଁ ମିଳିବା ଦୁର୍ଲଭ ବୋଲି ବର୍ଣ୍ଣନା କରିଥିଲେ l

ଶ୍ରୀମତୀ ସାହୁ ନିଜର ଅଭିଭାଷଣ ନିଜର ଚାକିରୀ ଜୀବନ ସ୍ମୃତିକୁ ମନ ପକାଇ କିଭଳି ଭାବେ ଶିକ୍ଷାକୁ ସେବାମନ ଭାବ ନେଇ ବ୍ରତୀହୋଇ ସମାଜକୁ ଆଗକୁ ନେବା ଲାଗି ପ୍ରୟାସ ଜାରିରଖି ଥିବା ନିଜ ବକ୍ତବ୍ୟ ଅଭିହିତ କରିଥିଲେ। ନିଜର ବିଦ୍ୟାଳୟ ର ପୁରାତନ ଛାତ୍ର ଛାତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର କର୍ମକର୍ତ୍ତା, ସହଯୋଗୀ ଶିକ୍ଷୟିତ୍ରୀ ଇତିଶ୍ରୀ ବେହେରା,ଦୀପ୍ତିମୟୀ ପଣ୍ଡା,ବଟକୃଷ୍ଣ ଦାସ,ବିଚିତ୍ରାନନ୍ଦ ବେହେରା,ନିବେଦିତା ଦାସ, ଅଶ୍ୱିନୀ କୁମାର ମହାନ୍ତି କମିଟିର ସଭାପତି କଳ୍ପନା ଦଳାଇ ସଭ୍ୟ ହେମନ୍ତ କୁମାର ଦଳାଇ, କୈଳାଶ ଦଳାଇ, ମୁକେଶ ସ୍ୱାଇଁ,ଅମୀୟ ଦଳାଇ,ବାଇନ ଦଳାଇ,ବଳରାମ ଦଳାଇ,ଦୁର୍ଗା ଚରଣ ଦଳାଇ,ବିନୟ ଦଳାଇ, ସୁବାଷ ବେହେରା କାର୍ତ୍ତିକ ବେହେରା,ନିକୁଞ୍ଜ ବେହେରା, ମଙ୍ଗୁଳି ବେହେରା ପ୍ରମୁଖଙ୍କ ସହ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।
