ପ୍ରଭୁ ବିଲ୍ଵ ଲକ୍ଷେଶ୍ୱର ଙ୍କ ର ଚନ୍ଦନ ଯାତ୍ରା : Ommtv Kalinga Vikas
ପ୍ରଭୁ ବିଲ୍ଵ ଲକ୍ଷେଶ୍ୱର ଙ୍କ ର ଚନ୍ଦନ ଯାତ୍ରା : Ommtv Kalinga Vikas
ପ୍ରଭୁ ବିଲ୍ଵ ଲକ୍ଷେଶ୍ୱର ଙ୍କ ର ଚନ୍ଦନ ଯାତ୍ରା : Ommtv Kalinga Vikas
ଫୁଲନଖରା (J.R ଡ଼ନ୍) କଟକ ମହାନଗର ନିଗମ ୫୯ ନଂ ୱାର୍ଡ ର ଫୁଲନଖରା ନିକଟସ୍ଥ ପୁରୁଣା କାଚରାମାଳ ଥିବା କୁଆଖାଇ ନଦୀ ର ଚନ୍ଦନ ଘାଟ ରେ ପ୍ରଭୁ ଶ୍ରୀ ଲକ୍ଷେଶ୍ୱର ଙ୍କ ର ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର ପୂର୍ଵ ରୁ ଚଳି ଆସୁ ଥିଵା ରୀତିନୀତି ଅନୁଯାଇ ୫ ଦିନ ଧରି ଚାପ ଖେଳ ନୌବିହାର ଚାଲେ ପ୍ରତ୍ୟହ ସଂନ୍ଧ୍ୟା ରେ ମନ୍ଦିର ଆଳତି ହୋଇ ଦହି ପଖାଳ ନୀତି ସରିବା ପରେ ପ୍ରଭୁ ଶ୍ରୀ ଲକ୍ଷେଶ୍ୱର ସୁସଜିତ ବିମାନ ରେ ବସି ଗୋପଳ ଭାଇ ମାନଙ୍କ କାନ୍ଧ ରେ ଘଣ୍ଟ,ସଂକୀର୍ଭୀନ ଶବ୍ଦରେ ମନ୍ଦିରର ସେବାୟତ ଓ ଲକ୍ଷେଶ୍ଵର ମନ୍ଦିର ପରିଚାଳନା କମିଟି ର ସହଯୋଗ ରେ ଚନ୍ଦନଘାଟ ରେ ପହଚନ୍ତି।ବିମାନ ରୁ ପ୍ରଭୁ ଙ୍କୁ ବାହାର କରାଯାଇ ହଳଦୀ, ଚନ୍ଦନ ଓ ସୁବାଶିତ ପାଣି ରେ ପ୍ରତିମା କୁ ଗାଧେଇ ଦିଆ ଯିବା ପରେ ନୂଆ ବସ୍ତ୍ର ପିନ୍ଧାଇ ଚନ୍ଦନ ଲଗାଇ ବେଶ କରାଯିଵା ଫୁଲ,ଧୂପ,ଦୀପ,ଭୋଗ, ନୈବିଦ୍ୟ ସର୍ମପଣ ପରେ କପୁର ଆଳତୀ କରାଯାଏ। ପୂର୍ଵ ପ୍ରସ୍ତୁତ ଡ଼ଙ୍ଗା ରେ ପ୍ରଭୁ ଙ୍କୁ ବସାଇ ନୌ ବିହାର କରାଯାଏ।
ଚାପ ଖେଳ ଶେଷ ହେବା ପରେ ବିମାନ ବସି ୧ମ ଦିନ ନିମନ୍ତ୍ରଣ କରି ଥିବା ପୁରୁଣା କାଚ଼ରାମାଳ ବ୍ରାହ୍ମଣ ସାହିକୁ ଯାଇ ଚ଼ାଚେରୀଭୋଗ ଅର୍ପଣ ହୁଏ ସାହି ତରଫରୁ ପ୍ରଭୁ ଙ୍କୁ ବାଜା, ବାଣ,ରୋଷଣୀ କରି ଭବ୍ୟ ସ୍ୱାଗତ କରାଯାଏ। ଭୋଗ ଖାଇ ସରିବା ପରେ ଚନ୍ଦନ ପଡିଆ କୁ ଯାଇ ଅସ୍ଥାୟୀ ରୂପେ ନିର୍ମିତ ହୋଇ ଥିବା ମଣ୍ଡପ ରେ ବସନ୍ତି। ଗ୍ରାମ ତରଫରୁ ପଂକ୍ତି ଭୋଗ ସମର୍ପଣ ହୁଏ। ରାତି ରେ ଅପେରା ପରିବେଷଣ ହୁଏ। ପ୍ରଭୁ ଅସ୍ଥାୟୀ ମଣ୍ଡପ ରେ ରହି ଯାତ୍ରା ଉପଭୋଗ କରନ୍ତି ଅପେରା ଶେଷ ହେବା ପରେ ମଦିର କୁ ଫେରି ଯାଆନ୍ତି। ଏହି ପରି ଭାବେ ୨ୟ ଦିନ ପୁରୁଣା କାଚରାମାଳ ୩ୟ ଦିନ ବମ୍ପକୁଦ ୪ର୍ଥ ଦିନ ନୂଆ କାଚରାମାଳ ୫ମ ତଥା ଶେଷ ସଂନ୍ଧ୍ୟା ରେ ପୁରୁଣା କାଚ଼ରାମାଳ ଗ୍ରାମ ଚ଼।ଚେରୀ ଭୋଗ ଅର୍ପଣ ହୋଇଥିଲା ପ୍ରତେକ ଗ୍ରାମ ତରଫ ରୁ ସଂକୀର୍ଭନ, ଘଣ୍ଟ,ଘଣ୍ଟୁଆ ଆଧୁନିକ ବାଜା, ବାଣ, ଆଲୋକ ରୋଷଣୀ, ଘୋଡା ନାଚ,ଷଣ୍ଢ ନାଚ,ବାଘ ନାଚ, ଅଘୋରୀ ନାଚ ଅନୁଷ୍ଠିତ ହେଇ ଥିଲା। ଯାତ୍ରା ସିଂହ ବାହିନୀ ୪ ଦିନ ଧରି ନାଟକ ପରିବେଷଣ କରି ଥିଲା ଏହା କୁ ଦେଖିବା ଲାଗି ପ୍ରବଳ ଜନ ସମାଗମ ହୋଇ ଥିଲେ। ଏହି କାର୍ଯ୍ୟକ୍ରମ କୁ ପୁରୁଣା କାଚରାମାଳ ଗ୍ରାମ ର ଚନ୍ଦନ ଯାତ୍ରା ପରିଚାଳନା କମିଟି, ଯୁବକ ବଂନ୍ଧୁ,ପୋଲିସ କର୍ମଚାରୀ ମାନେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ସହିତ କାର୍ଯ୍ୟ ସମ୍ପାଦନ କରି ଥିଲେ...କଟକ, ଫୁଲନଖରା J. R ଡ଼ନ ଙ୍କ ରିପୋର୍ଟ )

