ଲାଞ୍ଜିଗଡ ସହରର ମୁଖ୍ୟ ରାସ୍ତା ସମ୍ପ୍ରସାରଣ ଆଉ କେବେ ହେବ:Ommtv
ଲାଞ୍ଜିଗଡ ସହରର ମୁଖ୍ୟ ରାସ୍ତା ସମ୍ପ୍ରସାରଣ ଆଉ କେବେ ହେବ:Ommtv
ଲାଞ୍ଜିଗଡ ସହରର ମୁଖ୍ୟ ରାସ୍ତା ସମ୍ପ୍ରସାରଣ ଆଉ କେବେ ହେବ:Ommtv

କଳାହାଣ୍ଡି ଜିଲ୍ଲା, ୨୦/୦୪(କବି) ଲାଞ୍ଜିଗଡ ବ୍ଲକ ୧୯୬୨ ମସିହାରେ ପ୍ରତିଷ୍ଠା ହୋଇଥିଲା I ଲାଞ୍ଜିଗଡ ବ୍ଲକ ପ୍ରତିଷ୍ଠା ନ ହେବା ପୂର୍ବରୁ ଲାଞ୍ଜିଗଡ ଗୋଟିଏ ଗଡଯାତ ଅଞ୍ଚଳ ରୂପେ ପରିଚିତ ଥିଲା ଏହି ଲାଞ୍ଜିଗଡ ବ୍ଲକରେ ରଜାଙ୍କ ଶୁ ସାଶନ ଚାଲୁଥିଲା I ସେହି ସମୟରୁ ଲାଞ୍ଜିଗଡ ପଞ୍ଚାୟତରେ ଯେଉଁ ମୁଖ୍ୟ ରାସ୍ତା ଥିଲା ଆଜି ମଧ୍ୟ୍ୟ ସେହି ଅଣ ଓସାରିଆ ରାସ୍ତା ଅଛି କିନ୍ତୁ ସେହି ରାସ୍ତା ଆଜି ପର୍ଯ୍ୟନ୍ତ ସମ୍ପ୍ରସାରଣ ହୋଇପାରିଲା ନାହିଁ I ଏହାକୁ ନେଇ ଲାଞ୍ଜିଗଡ ପଞ୍ଚାୟତରେ ଜନସାଧାରଣଙ୍କ ମନରେ ଅଶୋନ୍ତଷ୍ଟ ଉଠିଛି ଲାଞ୍ଜିଗଡ ଦେଇ ପୋଖରୀବନ୍ଧ ଛକ ବା ୦୬ ନମ୍ବର ରାଜ୍ୟ ରାଜପଥ ଠାରୁ ବିଜେପୁର ସଂଯୋଗ କରୁଥିବା ରାସ୍ତା ଠିକାଦାର ଓ ସରକାରୀ ବାବୁ ଙ୍କ ମଧ୍ୟରେ ମଧୁଚନ୍ଦ୍ରିକାରେ ରାସ୍ତା କାମ ଚାଲିଛି I କିନ୍ତୁ ଲାଞ୍ଜିଗଡ ସହରର ପ୍ରାୟ ଦୁଇଶାହ ରୁ ତିନିଶହ ମିଟର ରାସ୍ତା କାମ ସମ୍ପୂର୍ଣ ନ କରି କାମ ଅଧାରେ ରଖି ଛାଡି ଆଘକୁ ବା ବିଜେପୁର ପଟକୁ ଠିକାଦାର ଯାଇ କାମ ଆରମ୍ଭ କରିଛନ୍ତି I ତେଣୁକର ଲାଞ୍ଜିଗଡ ପଞ୍ଚାୟତର ଜନସାଧାରଣ ଚଳିତ ବର୍ଷ ୧୮/୦୨/୨୦୨୫ ତାରିଖ ମଙ୍ଗଳବାର ଦିନ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଭେଟି ଲାଞ୍ଜିଗଡର ମୁଖ୍ୟ ରାସ୍ତାକୁ ଯଥା ଶୀଘ୍ର ସମ୍ପ୍ରସାରଣ କରାଯାଉ ନ ହେଲେ ଚଳିତ ବର୍ଷ ରଥଯାତ୍ରାରେ ବୋହୁ ଜନସାଧାରଣଙ୍କ କ୍ଷୟ କ୍ଷତି ହେବ I ଲାଞ୍ଜିଗଡ ଅଞ୍ଚଳ ବେଦାନ୍ତ କମ୍ପାନୀ ଥିବା ହେତୁ ବୋହୁ ବଡ଼ଗାଡି ଓ ସାନଗାଡି ସମାଗମ ପାଇଁ ରାସ୍ତା ଅଣ ଓସାରିଆ ଥିବା ହେତୁ ବାରମ୍ବାର ଲାଞ୍ଜିଗଡ ସହରର ମୁଖ୍ୟ ରାସ୍ତା ଉପରେ ଦୃଘଟଣା ମାନ ଘଟୁଅଛି ବୋଲି ଲିଖିତ ଆକାରରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଜଣIଥିଲେ I କିନ୍ତୁ ଆଜକୁ ଦୁଇମାସ ବିତିଗଲାଣି ପଛେ ଜିଲ୍ଲାପାଳଙ୍କ ଲାଞ୍ଜିଗଡ ମୁଖ୍ୟ ରାସ୍ତା ପ୍ରତି ଟିକେ ହେଲେ ଧ୍ୟାନ ନାହିଁ I ତେଣୁକରି ଲାଞ୍ଜିଗଡ ଜନସାଧାରଣ ଆମ ଆଘରେ ପରି ପ୍ରକଶ କରିଛନ୍ତି ଯେ ଚଳିତ ବର୍ଷ ରଥଯାତ୍ରା ପୂର୍ବରୁ ଲାଞ୍ଜିଗଡ ସହରର ମୁଖ୍ୟ ରାସ୍ତା ସମ୍ପୂର୍ଣ ଯଦି ନ ହୁଏ ତେବେହେଲେ ଅତୀତରେ ଆମ ଲାଞ୍ଜିଗଡ ବାସିନ୍ଦା ସମସ୍ତେ ଯାଇ କଳାହାଣ୍ଡି ଜିଲ୍ଲା ଭୋବାନୀପାଟଣା ଠାରୁ ରାୟଗଡା ଜିଲ୍ଲା ଯାଇଥିବା ୦୬ ନମ୍ବର ରାଜ୍ୟ ରାଜପଥ ମୁଖ୍ୟ ରାସ୍ତାକୁ ପୋଖରୀବନ୍ଧ ଠାରେ ଅବରୋଧ କରିବୁ ବୋଲି ଆମ ଜରିଆରେ ଦାବୀ ରଖିଛନ୍ତି I
