ଲାଞ୍ଜିଗଡ ବୈକୁଣ୍ଠପୁରୀର ତିନି ଠାକୁରଙ୍କ ବାହୁଡ଼ାଯାତ୍ରା ସମ୍ପର୍ଣ :OmmTV Kalinga Vikas
ଲାଞ୍ଜିଗଡ ବୈକୁଣ୍ଠପୁରୀର ତିନି ଠାକୁରଙ୍କ ବାହୁଡ଼ାଯାତ୍ରା ସମ୍ପର୍ଣ :OmmTV Kalinga Vikas
ଲାଞ୍ଜିଗଡ ବୈକୁଣ୍ଠପୁରୀର ତିନି ଠାକୁରଙ୍କ ବାହୁଡ଼ାଯାତ୍ରା ସମ୍ପର୍ଣ :OmmTV Kalinga Vikas

କଳାହାଣ୍ଡି ଜିଲ୍ଲା,୦୫/୦୭ (କବି) ଜିଲ୍ଲା ପ୍ରତିନିଧି (ମାହେଶ୍ୱର) ଙ୍କ ରୋପୋର୍ଟ ଆଜି ଲାଞ୍ଜିଗଡ ବୈକୁଣ୍ଠପୁରିର ତିନି ଠାକୁରଙ୍କ ବାହୁଡ଼ାଯାତ୍ରା ହୋଇଯାଇଛି I ଏହି ଯାତ୍ରା ନିଜ ଜନ୍ମ ସ୍ଥାନରୁ ନବଦିନ ଯାତ୍ରା ସରିବ ପରେ ତିନି ଠାକୁରଙ୍କ ମାଉସୀ ମା" ବା ଗୁଣ୍ଡିଚା ମନ୍ଦିରରୁ ବାହୁଡ଼ାଯାତ୍ରା କରିଥିଲେ ଆଷାଢ଼ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିର ନିଜ ଶ୍ରୀ ମନ୍ଦିରକୁ ଫେରି ଆସିଛନ୍ତି I ଆଜି ସକାଳୁ ମାଉସୀ ମା" ମନ୍ଦିରର ଆଡପ ମଣ୍ଡପରେ ମୁଖ୍ୟ ପୂଜକ ରାଜେଶ ମିଶ୍ର ଓ ସହ ପୂଜକ ଚନ୍ଦନ ନନ୍ଦ ତିନି ଠାକୁରଙ୍କ ନୀତି କାନ୍ତି ପ୍ରଥମେ ସକାଳ ୦୫ ଘଣ୍ଟା ସମୟରେ ପହଡ଼ ଖୋଲିଥିଲା ପରେ ଆଳତି ତାପରେ ଗୁପ୍ତ ନୀତି ହେଲା ପରେ ତିନି ଠାକୁରଙ୍କ ସ୍ନାନ,ଫୁଲ,ଚନ୍ଦନ ଧୂପ, ଦୀପ,ନୈବେଦ୍ୟ,ତମ୍ବୁଳ ଅର୍ପଣ ତାପରେ ୧୧ ଘଣ୍ଟା ସମୟରେ ତିନିଠାକୁରଙ୍କ ଭେଷ ଲାଗି ହୋଇଥିଲା I ଦିନ ୦୨ ଘଣ୍ଟା ୩୦ ମିନିଟ ସମୟରେ ତିନି ଠାକୁରଙ୍କ ପହଣ୍ଡିରେ ଘଣ୍ଟ,ଶଙ୍ଖ,ହୁଳହୁଳି,ବାଜା, ସଂକୀର୍ତନ, ହରିବୋଲ ଧ୍ୱନି ରେ ପ୍ରକମ୍ପିତ ହୋଇଥିଲା,ଏହି ପହଣ୍ଡିରେ ଲାଞ୍ଜିଗଡ ବ୍ରାହ୍ମଣ ସମାଜ ପହଣ୍ଡି କରେଇ ଥିଲେ ଓ ତିନି ଠାକୁରଙ୍କୁ ରଥ ଉପରେ ନେଇ ବିରାଜ ମାନ କରେଇଥିଲେ I ତାପରେ ଲାଞ୍ଜିଗଡ ରାଜା ଶ୍ରୀ ସୁରେନ୍ଦ୍ର ପ୍ରତାପ ସିଂ ଦେଓ ଆସି ଛେରା ପହରା କରିଥିଲେ I ତାପରେ ରଥ ଉପରେ ସମସ୍ତ ନୀତି କାନ୍ତି ହୋଇଥିଲା,ପରେ ପରେ ସମସ୍ତ ଭକ୍ତ ରଥ ଉପରକୁ ଉଠି ଆସି ଭୋଗରାଗ କରିଥିଲେ ତାପରେ ରଥ ଟଣା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା I ଲାଞ୍ଜିଗଡରେ ଏହି ବାହୁଡ଼ାଯାତ୍ରା ଦେଖିବା ପାଇଁ ପୋଡ଼ଶୀ ରାୟଗଡା ଜିଲ୍ଲା ରୁ ବୋହୁ ଶ୍ରଦ୍ଧାଳୁ ଓ ଲାଞ୍ଜିଗଡ ବ୍ଲକର ବୋହୁ ଶ୍ରଦ୍ଧାଳୁଙ୍କ ଭିଡ ହୋଇଥିଲା I ଏହି ବାହୁଡ଼ାଯାତ୍ରାକୁ ଲାଞ୍ଜିଗଡର ଶ୍ରୀ ଶ୍ରୀ ହରି ହର ସାଂସ୍କୃତିକ ସେବା ସମିତି ଅନୁଷ୍ଠାନର ସଭାପତି ରାଜେନ୍ଦ୍ର ପ୍ରତାପ ସିଂ ଦେଓ, ସମ୍ପାଦକ କାମରାଜୂ ଦଳବେହେରା, କୋଷାଧକ୍ଷ ଚନ୍ଦ୍ରଧ୍ଵଜ ପେସନିଆ, ଲାଞ୍ଜିଗଡ ଥାନା ଆଇ ଆଇ ସି ଜିତେନ୍ଦ୍ର ବିଶ୍ୱାଳ,ଏସ ଆଇ ଡୋଳାମାଣି ବିଶି,ଏ ଏସ ଆଇ ସ୍ଵର୍ଣ ଲତା ଗୋମାଙ୍ଗ,ଏ ଏସ ଆଇ ବଳଭଦ୍ର ଗୌଡ଼,ଟାଉନ ହାବିଲଦାର ନରସିଂହ ଦାସ,ଆଇ ଆର ବି ବାହିନୀ ତତ ସଙ୍ଗେ ସଙ୍ଗେ ଲାଞ୍ଜିଗଡ ଥାନାର ସମସ୍ତ କର୍ମଚାରୀ,ଅଗ୍ନିଶମ ବିଭାଗ କର୍ମଚାରୀ, ଲାଞ୍ଜିଗଡ ଡ୍ରାଇଭର ସଘଂ,ବିଦୂତ ବିଭାଗ କର୍ମଚାରୀ,ଲାଞ୍ଜିଗଡ ଆଞ୍ଚଳିକ ବିକାଶ ପରିଷଦ ସଭାପତି ଶ୍ରୀଧର ପେସନିଆ ଓ ସମସ୍ତ ସଭ୍ୟ ଏବଂ ଲାଞ୍ଜିଗଡର ଦୁଇ ଗୋଟି କ୍ଲବ ସଭାପତି ଓ ସମସ୍ତ ସଭ୍ୟ, ସମସ୍ତ ସାମ୍ବାଦିକ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ସହିତ ଠାକୁରଙ୍କ ରଥ ଆସି ବୈକୁଣ୍ଠପୁରି ଶ୍ରୀ ମନ୍ଦିରରେ ସନ୍ଧ୍ୟା ୦୬ ଘଣ୍ଟା ୩୦ ମିନିଟ ସମୟରେ ପହଞ୍ଚିଥିଲା I
