ରୋଟାରୀ କ୍ଲବ ପକ୍ଷରୁ ଶ୍ରଦ୍ଧାଂଜଳି ସଭା:Ommtv

ରୋଟାରୀ କ୍ଲବ ପକ୍ଷରୁ ଶ୍ରଦ୍ଧାଂଜଳି ସଭା:Ommtv

ରୋଟାରୀ କ୍ଲବ ପକ୍ଷରୁ ଶ୍ରଦ୍ଧାଂଜଳି ସଭା:Ommtv

ରୋଟାରୀ କ୍ଲବ ପକ୍ଷରୁ ଶ୍ରଦ୍ଧାଂଜଳି ସଭା:Ommtv

ରାଇରଙ୍ଗପୁର: ରାଇରଙ୍ଗପୁର ରୟାଲ ରୋଟାରୀ କ୍ଲବ ୩୨୬୨ ପକ୍ଷରୁ ସ୍ଥାନୀୟ ହିନ୍ଦୁସ୍ତାନ ଇନ୍‌ ହୋଟେଲ ସମ୍ମିଳନୀ କକ୍ଷରେ ପରଲୋକ ଗମନ କରିଥିବା ରୋଟାରିଆନ୍‌ ବିଷ୍ଣୁ ପ୍ରସାଦ ଜେନାଙ୍କ ଉଦ୍ଦେଶ୍ଯରେ ଏକ ଶୋକ ଶ୍ରଦ୍ଧାଂଜଳି ସଭା ଅନୁଷ୍ଠିତ ହୋଇଯାଇଛି। ରୋଟାରିଆନ୍‌ କାଳିପ୍ରସନ୍ନ ମହାନ୍ତିଙ୍କ ଆବାହକତ୍ବ ଏବଂ ବିକାଶ ଭୂତଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାରେ କ୍ଲବର ସଭାପତି ବାସୁଦେବ ପାଲ ପୌରହିତ୍ୟ କରିଥିଲେ। ଦିବଂଗତ ଜେନା, ରାମକୃଷ୍ଣ ମିଶନ୍‌,ଶ୍ରୀଜଗନ୍ନାଥ ଚେତନା,ବରିଷ୍ଠ ନାଗରିକ ସଂଘ,ଅବସରପ୍ରାପ୍ତ କର୍ମଚାରୀ ସଂଘ ସର୍ବୋପରି ରୋଟାରୀ କ୍ଲବର ସଦସ୍ୟ ଓ ବହୁ ଅନୁଷ୍ଠାନ ସହିତ ନିବିଡଭାବେ ଜଡିତ ଥିବାରୁ ଏହି ସଭାରେ ବହୁ ଅନୁଷ୍ଠାନର କର୍ମକର୍ତ୍ତା ଓ ସଦସ୍ଯ ଯୋଗଦେଇଥିଲେ। ବରିଷ୍ଠ ଶିକ୍ଷାବିତ୍‌ ସଚିକାନ୍ତ କର,ଶ୍ରୀଜଗନ୍ନାଥ ଚେତନା ଓ ସେବା ସଂଘର ସଭାପତି ସ୍ତମ୍ଭକାର ଲଳିତ ମହାନ୍ତ,ରାମକୃଷ୍ଣ ମା ଶାରଦା ଓ ସ୍ବାମୀ ବିବେକାନନ୍ଦ ଭାବଧାରାର ଉପାସିକା ପୁଷ୍ପାଂଜଳି ତ୍ରିପାଠୀ,ବରିଷ୍ଠ ନାଗରିକ ସଂଘର ସଭାପତି ଦୁଷ୍ମନ୍ତ କୁମାର ବସା,ବର୍ଷିୟାନ୍‌ ଶିକ୍ଷାବିତ୍‌ ପ୍ରଦୀପ୍ତ କିଶୋର ମହାନ୍ତି, ବରିଷ୍ଠ ସାମ୍ବାଦିକ ସୌରଭ ପଟ୍ଟନାୟକ, କବି ହରିଶ୍ଚନ୍ଦ୍ର ହୋତା,ମାନସ ଓତା ଓ ରାଖାଲ ଚନ୍ଦ୍ର ବରାଳ ଏଥିରେ ଯୋଗଦେଇ ସ୍ବର୍ଗତ ଜେନା ବହୁମୁଖି ପ୍ରତିଭାର ଅଧିକାରୀ ଥିଲେ ବୋଲି ବର୍ଣ୍ଣନା କରିଥିଲେ।ସମର୍ପଣର ସମ୍ପାଦକ ଓ ମା ଶାରଦା ସେବା ସଂଘର ପ୍ରତିଷ୍ଠାତା ଭାବେ ସେ ସ୍ମରଣୀୟ ହୋଇ ରହିବେ ବୋଲି ବକ୍ତାମାନେ ଉଲ୍ଲେଖ କରି ସ୍ମୃତିଚାରଣ କରିଥିଲେ।ରୋଟାରୀ କ୍ଲବର ସମ୍ପାଦକ ପ୍ରତ୍ୟୁଷ ପରିଡା,ସଦସ୍ୟ ଅରବିନ୍ଦ ବାଗେଡିଆ,ରାମଅବତାର ପାଡିଆ, ଅନ୍ତର୍ଯାମୀ ମହାକୁଡ,ହରିହର ସାହୁ ଓ ଟି.କେ. ବିଜୟନ୍‌ ସ୍ବର୍ଗତ ଜେନାଙ୍କ ସେବା ମନୋଭାବ, ସାଂଗଠନିକ ଦକ୍ଷତା ଓ ସରକାରୀ କର୍ମଚାରୀ ଭାବେ ତାଙ୍କ ନିଷ୍ଠା ସମ୍ପର୍କରେ ଅବତାରଣା କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ସଭାପ୍ରାରମ୍ଭରେ ସ୍ବର୍ଗତଃ ଜେନାଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଓ ଧୂପ ପ୍ରଦାନ କରାଯାଇଥିଲା।ଏହି ଅବସରରେ ନିକଟରେ ଇହଧାମ ତ୍ୟାଗ କରିଥିବା କ୍ଲବର ସମ୍ପାଦକ ପ୍ରତ୍ୟୁଷ ପରିଡାଙ୍କ ମାତା ସତ୍ୟଭାମା(୮୫)ଙ୍କ ଉଦ୍ଦେଶ୍ଯରେ ତାଙ୍କ ଆତ୍ମାର ସଦଗତି ପାଇଁ ମଧ୍ୟ ଦୁଇ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା।

ମୟୂରଭଞ୍ଜ ଯଶିପୁରରୁ ନୀହାର ରଂଜନ ମହାନ୍ତଙ୍କ ରିପୋର୍ଟ ଓମ୍‌ଟିଭି କଳିଙ୍ଗ ବିକାଶ l