ପାଣି ମୁନ୍ଦାଏ ପାଇଁ ରାସ୍ତା ରୋକ କଲେ ପଞ୍ଚାୟତ ବାସିନ୍ଦା :Ommtv

ପାଣି ମୁନ୍ଦାଏ ପାଇଁ ରାସ୍ତା ରୋକ କଲେ ପଞ୍ଚାୟତ ବାସିନ୍ଦା :Ommtv

ପାଣି ମୁନ୍ଦାଏ ପାଇଁ ରାସ୍ତା ରୋକ କଲେ ପଞ୍ଚାୟତ ବାସିନ୍ଦା :Ommtv

ପାଣି ମୁନ୍ଦାଏ ପାଇଁ ରାସ୍ତା ରୋକ କଲେ ପଞ୍ଚାୟତ ବାସିନ୍ଦା :Ommtv

କଳାହାଣ୍ଡି ଜିଲ୍ଲା,୧୦/୦୫ (କବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଜଗନ୍ନାଥ ପୁର ପଞ୍ଚାୟତର ବଲଭଦ୍ର ଗ୍ରାମ ଠାରେ ସ୍ଥାନୀୟ ଲୋକ ରାସ୍ତା ଆଜି ରୋକ କରିଛନ୍ତି I ବଲଭଦ୍ରପୁର ଗ୍ରାମକୁ ଆଜକୁ ପ୍ରାୟ ଏକ ମାସ ହେଲା ବସୁଧା ଯୋଜନା ପାଇପ ପାଣି ବନ୍ଦ ହୋଇ ପଡିଛି ବଲଭଦ୍ରପୁର ଗ୍ରାମର ବାସିନ୍ଦା ଆଜି ଦିନ ୧୦ ଘଣ୍ଟା ଠାରୁ ନୀତି ବ୍ୟବହାର ପାଇଁ ପାଣି ଟିକିଏ ମିଳୁ ନାହିଁ ବୋଲି ଲାଞ୍ଜିଗଡ ଠାରୁ ରାୟଗଡାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ସ୍ଥାନୀୟ ବାସିନ୍ଦା ମହିଳା ମାନେ ହାଣ୍ଡି,ବାଲ୍ଟି ଧରି ରାସ୍ତା ରୋକ କରିଥିଲେ I ବାରମ୍ବାର ବ୍ଲକର ଉଚ୍ଚ କତୃପକ୍ଷଙ୍କୁ ସ୍ଥାନୀୟ ବାସିନ୍ଦା ଜଣେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷପ ନେଇ ନାହାନ୍ତି I ଖାଲି ଏତିକି ନୁହଁ ଲାଞ୍ଜିଗଡ ପଞ୍ଚାୟତ ଓ ଜଗନ୍ନାଥପୁର ପଞ୍ଚାୟତରେ ବସୁଧା ଯୋଜନା ପାଣି ପାଇବା ଲୋକଙ୍କ ପାଇଁ ବୋହୁ କଷ୍ଟ ହୋଇ ପଡିଛି I ଲାଞ୍ଜିଗଡ ଠାରୁ ରାୟଗଡା ସଂଯୋଗ ରାସ୍ତା କାମ ଚାଲିଥିବା ଠିକାଦାର ମନମୁଖୀ କାମକରି ରାସ୍ତା ଦୁଇ କଡର ବସୁଧା ପାଇପକୁ ଉପାଡି ଫିଙ୍ଗୁଥିବା ଫଳରେ ଏଡ଼ ବଡ଼ ଗ୍ରୀଷ୍ମ ଋତୁରେ ଜନ ସାଧାରଣଙ୍କୁ ପାଣି ଟୋପାଏ ମିଳିବ ବୋହୁ କଷ୍ଟ ଦାୟକ ହୋଇ ପଡିଛି I ଆଜି ଆନ୍ଦୋଳନ କରି ଆମ ଆଘରେ ପରି ପ୍ରକାଶ କରି କହିଛନ୍ତି ଯେ ଯଥା ଶୀଘ୍ର ଆମକୁ ପାଇପ ପାଣି ଯୋଗାଇ ନ ଦିଆଗଲେ ଆମେ ସମସ୍ତେ ଯାଇ ଲାଞ୍ଜିଗଡ ବ୍ଲକ କାର୍ଯ୍ୟାଳୟକୁ ଘେରାଉ କରିବୁ I