ରାଇରଙ୍ଗପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ମେଧା ସମ୍ବର୍ଦ୍ଧନା ଉତ୍ସବ:Ommtv

ରାଇରଙ୍ଗପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ମେଧା ସମ୍ବର୍ଦ୍ଧନା ଉତ୍ସବ:Ommtv

ରାଇରଙ୍ଗପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ମେଧା ସମ୍ବର୍ଦ୍ଧନା ଉତ୍ସବ:Ommtv

ରାଇରଙ୍ଗପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ମେଧା ସମ୍ବର୍ଦ୍ଧନା ଉତ୍ସବ:Ommtv

ରାଇରଙ୍ଗପୁର : ଚଳିତବର୍ଷ ରାଇରଙ୍ଗପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ପାସ୍‌ କରିଛନ୍ତି। ସେଥିମଧ୍ୟରୁ ଏ -୧ରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ତିନିଜଣ ମୀନାକ୍ଷୀ ମହାନ୍ତ,ସତ୍ୟଜିତ୍‌ ମହାନ୍ତ ଓ ଶୁଭସ୍ମିତା ମହାନ୍ତ ଏବଂ ଏ-୨ରେ ପାସ୍‌ କରିଥିବା ୨୦ଜଣଙ୍କୁ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ ଗଢ ଗାଁସ୍ଥିତ ବିଦ୍ୟା ମନ୍ଦିରରେ ଆୟୋଜିତ ମେଧା ସମ୍ବର୍ଦ୍ଧନା ଉତ୍ସବରେ ବରେଣ୍ୟ ଅତିଥିଭାବେ ସ୍ତମ୍ଭକାର ଲଳିତ ମହାନ୍ତ, ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଅଧ୍ଯକ୍ଷ ବଳରାମ ବାରିକ ଓ ପରିଚାଳନା କମିଟିର ସମ୍ପାଦକ କମଳାକାନ୍ତ ମହାନ୍ତ ଯୋଗଦେଇ କୃତ୍ବୀ ବିଦ୍ୟାର୍ଥୀଙ୍କ ଧୀଶକ୍ତି, ପ୍ରଜ୍ଞା ଓ ମେଧା, ଅନୁଷ୍ଠାନ ପାଇଁ ଏକ ଏକ ମାଇଲଖୁଣ୍ଟ ସଦୃଶ ବୋଲି ଉଲ୍ଲେଖ କରିଥିଲେ। ପ୍ରଧାନ ଗୁରୁଜୀ ଚିତ୍ତରଂଜନ ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଏହି ସମ୍ବର୍ଦ୍ଧନା ଉତ୍ସବ ଅବସରରେ ତୃତୀୟ ଶ୍ରେଣୀର ଛାତ୍ରୀ ଅମ୍ରିତା ମହାନ୍ତ, ଶ୍ରୀଭାରତୀକୃଷ୍ଣ ଗଣିତ ପ୍ରତିଭା ପରୀକ୍ଷାରେ ସମଗ୍ରରାଜ୍ୟରେ ସପ୍ତମ ସ୍ଥାନ ଲାଭ କରିଥିବାରୁ ତାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।ପ୍ରାରମ୍ଭରେ ଅଗ୍ରପୂଜ୍ୟ ଗଣେଶ, ଭାରତମାତା,ଆଦ୍ୟଶକ୍ତି ଓଁକାର ଓ ସରସ୍ବତୀଙ୍କୁ ପୂଜାର୍ଚ୍ଚନା କରଯାଇଥିଲା।ଗୁରୁଜୀ କେଦାରନାଥ ବାରିକ ବିବରଣୀ ଉପସ୍ଥାପନା କରିଥିବା ବେଳେ ଉତ୍ସବକୁ ଗୁରୁମା ବବିତା କୌଡୱାର ସଂଚାଳନ କରିଥିଲେ।ଶେଷରେ ପରିଚାଳନା କମିଟିର ଉପସଭାପତି ଧୀରେନ୍‌ କୁମାର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବରେ ମେଧାବୀ ଛାତ୍ରଛାତ୍ରୀଙ୍କର ପିତାମାତା ଓ ଅଭିଭାବକମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଗୁରୁମା, ଗୁରଜୀମାନେ ସହଯୋଗ କରିଥିଲେ।

ମୟୂରଭଞ୍ଜ ଯଶିପୁରରୁ ନୀହାର ରଂଜନ ମହାନ୍ତଙ୍କ ରିପୋର୍ଟ ଓମ୍‌ଟିଭି