ରାଇରଙ୍ଗପୁର ବନଖଣ୍ଡ ପକ୍ଷରୁ ୭୬ତମ ବନ ମହୋତ୍ସବ:Ommtv Kalingavikas

ରାଇରଙ୍ଗପୁର ବନଖଣ୍ଡ ପକ୍ଷରୁ ୭୬ତମ ବନ ମହୋତ୍ସବ:Ommtv Kalingavikas

ରାଇରଙ୍ଗପୁର ବନଖଣ୍ଡ ପକ୍ଷରୁ ୭୬ତମ ବନ ମହୋତ୍ସବ:Ommtv Kalingavikas

ରାଇରଙ୍ଗପୁର ବନଖଣ୍ଡ ପକ୍ଷରୁ ୭୬ତମ ବନ ମହୋତ୍ସବ:Ommtv Kalingavikas

ରାଇରଙ୍ଗପୁର ବନଖଣ୍ଡ ପକ୍ଷରୁ ୭୬ତମ ବନ ମହୋତ୍ସବରା. : ଇରଙ୍ଗପୁର ବନଖଣ୍ଡ ପକ୍ଷରୁ ଏହି ବନାଂଚଳର ରାଇରଙ୍ଗପୁର ମହାବିଦ୍ୟାଳୟଠାରେ ୭୬ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଶିବପ୍ରସାଦ ରଥଙ୍କ ମାର୍ଗଦର୍ଶନରେ ରାଇରଙ୍ଗପୁର କଲେଜର ଅଧ୍ୟକ୍ଷ ମନୋହର ବାରିକଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଙ୍କ ସ୍ଥାନୀୟ ବିଧାୟକ ଜଲେନ୍‌ ନାଏକ ଯୋଗଦେଇ ବୃକ୍ଷରୋପଣ ସହିତ ପ୍ରଧାନମନ୍ତ୍ରୀଙ୍କ "ମା କେ ନାମ ଏକ ପେଡ୍‌"ର ବାର୍ତ୍ତାକୁ ଗଛ ଲଗାଇ ସାକାର କରିବାକୁ ଆହ୍ବାନ ଦେଇଥିଲେ। ପରିବେଶବିତ୍‌ ଲଳିତ ମହାନ୍ତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏସିଏଫ୍‌ ପ୍ରଭାକର ମଲ୍ଲିକ, ବନାଂଚଳ ଅଧିକାରୀ ଜ୍ୟୋତିରଂଜନ ସ୍ବାଇଁ, ଅଧ୍ୟାପକ ବୀରନାରାୟଣ ଚ୍ୟାଉ ପଟ୍ଟନାୟକ,ଅଧ୍ୟାପକ ଆଲୋକ ପଟ୍ଟନାୟକ,ଅଧ୍ୟାପକ ଜୀତେନ୍ଦ୍ର ମହାନ୍ତ, ଅଧ୍ୟାପକ ପୀତାମ୍ବର ମିଶ୍ର, ଅଧ୍ୟାପକ ଡଃ ଆନ୍ଦ୍ରେଶ ମାରାଣ୍ଡି, ଅଧ୍ୟାପକ ମାନସ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଜାତୀୟ ସେବା ସଂସ୍ଥାର ପ୍ରୋଗ୍ରାମ ଅଧିକାରୀ ଅଧ୍ୟାପିକା ସସ୍ମିତା ଟୁଡୁ ଓ ଅଧ୍ୟାପକ ମହେଶ୍ବର ହେମ୍ବ୍ରମ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବନପାଳ ବିପିନ ଚନ୍ଦ୍ର ବେହେରା, ବନରକ୍ଷୀ ଦୁଷ୍ମନ୍ତ ଦାସ ଓ ରାମଦାସ ମାଝି ପ୍ରମୁଖ ସହଯୋଗ କରିଥିଲେ। ମହୋତ୍ସବ ଉପଲକ୍ଷେ ସମସ୍ତ ଅତିଥିଗଣ ଓ ଛାତ୍ରଛାତ୍ରୀମାନେ ବୃକ୍ଷରୋପଣ କରିଥିଲେ।ଶେଷରେ ସମସ୍ତଙ୍କୁ ପ୍ରାଧ୍ୟାପକ ଆଦିତ୍ୟ ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ।

ମୟୂରଭଞ୍ଜ ଯଶିପୁରରୁ ନୀହାର ରଂଜନ ମହାନ୍ତଙ୍କ ରିପୋର୍ଟ ଓମ୍‌ଟିଭି/କଳିଙ୍ଗ ବିକାଶ ନ୍ୟୁଜ୍‌