ଏସ୍‌ଏସ୍‌ଆଇଟି ପଲିଟେକ୍‌ନିକ୍‌ରେ ବିଶ୍ବ ବନ୍ୟପ୍ରାଣୀ ସଂରକ୍ଷଣ ଦିବସ :Ommtv Kalingavikas

କରଂଜିଆ: କରଂଜିଆ ବ୍ଲକ ଅନ୍ତର୍ଗତ ପାଟବିଲ ପଂଚାୟତର କଳାକାଦସ୍ଥିତ ଏସ୍‌ଏସ୍‌ଆଇଟି ପଲିଟେକ୍‌ନିକ୍‌ଠାରେ ରାଜ୍ୟ ବନ୍ୟପ୍ରାଣୀ ବୋର୍ଡର ସଦସ୍ୟ ଇଂ ସତ୍ୟନାରାୟଣ ମାଝୀଙ୍କର ଆବାହକତ୍ବରେ ବିଶ୍ବ ବନ୍ୟପ୍ରାଣୀ ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି। ବର୍ତ୍ତମାନ ପରିପେକ୍ଷୀରେ ଅସୁରକ୍ଷିତ ବନ୍ୟପ୍ରାଣୀମାନଙ୍କର ସୁରକ୍ଷା ନିମନ୍ତେ ସାଧାରଣରେ ବହୁ ଜରୁରୀ ହୋଇପଡିଛି। ଏହି ଅବସରରେ ଇଲେକ୍ଟ୍ରିକାଲ ବିଭାଗ ମୁଖ୍ୟ ଇଂ ଯୁଧିଷ୍ଠିର ମହାନ୍ତଙ୍କ ସଂଯୋଜନାରେ ବନ୍ୟପ୍ରାଣୀ ସରଂକ୍ଷଣ ସମ୍ପର୍କିତ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ନେଇ ଏକ ଖୋଲାମଂଚ କୁଇଜ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ସଠିକ୍‌ ପ୍ରଶ୍ନର ଉତ୍ତର ଦେଇଥିବା ଛାତ୍ରଛାତ୍ରୀମାନଙ୍କୁ ସଙ୍ଗେ ସଙ୍ଗେ ପୁରସ୍କୃତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ କୁଳିପୋଷି ପଂଚାୟତର ପୂର୍ବତନ ସରପଞ୍ଚ ଗହ୍ମା ସିଂ ଯୋଗଦେଇ ବନ୍ୟପ୍ରାଣୀ ସଂରକ୍ଷଣ ଦିଗରେ ସକରାତ୍ମକ ମନ୍ତବ୍ୟ ରଖି ଅଙ୍ଗେନିଭା କଥା ନିଜ ବକ୍ତବ୍ୟରେ କହିଥିଲେ। ଆକାଡେମିକ୍‌ ଇନ୍‌ଚାର୍ଜ୍‌ ଇଂ ଅମିତ କୁମାର ବେହେରା,ଏକ୍ସ୍‌ଜାମ୍‌ ଇନ୍‌ଚାର୍ଜ୍‌ ଇଂ ବିଜୟିନୀ ମହାନ୍ତ, ବରିଷ୍ଠ ଅଧ୍ୟାପକ ଇଂ ଉତ୍ତମ କୁମାର ନାଏକ, ନଗେନ୍‌ କୁମାର ବାରିକ୍‌, ଦୟାନିଧି ବେହେରା, ଅଧ୍ୟାପିକା ଯୋଗିତା ପାତ୍ର ଅଧ୍ୟାପକ ଅମରସିଂ ସୋରେନ୍‌, ଭଗବାନ ହାଁସଦାଃ, ଯୋଗେଶ ମହାନ୍ତ ଭାଦବ ସୋରେନ୍‌ ଅଙ୍କୁରା ବିରୁଆ, ଭୁବନାନନ୍ଦ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ୩ୟ ବର୍ଷଛାତ୍ର ମାନସ ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ।

ମୟୂରଭଞ୍ଜ ଯଶିପୁରରୁ ଜିଲ୍ଲା ପ୍ରତିନିଧି ନିହାର ରଂଜନ ମହାନ୍ତଙ୍କ ରିପୋର୍ଟ ଓମ୍‌ଟିଭି କଳିଙ୍ଗ ବିକାଶ ନ୍ୟୁଜ୍‌