DIVISIONAL COMMITTEE MEETING OF HON'BLE MPs OF SAMBALPUR DIVISION JURISDICTION HELD IN JHARSUGUDA: Ommtv
DIVISIONAL COMMITTEE MEETING OF HON'BLE MPs OF SAMBALPUR DIVISION JURISDICTION HELD IN JHARSUGUDA: Ommtv
DIVISIONAL COMMITTEE MEETING OF HON'BLE MPs OF SAMBALPUR DIVISION JURISDICTION HELD IN JHARSUGUDA: Ommtv
The Divisional Committee Meeting of Hon’ble Members of Parliament (MPs) representing Sambalpur Railway Division jurisdiction of East Coast Railway (ECoR) was held in Jharsuguda, today. The meeting witnessed the presence of distinguished MPs from Chhatisgarh and Odisha, along with Senior Railway Officials including East Coast Railway General Manager Shri Parmeshwar Funkwal. The Hon'ble MPs nominated Smt. Sangeeta Kumari Singh Deo, Hon’ble MP/Balangir as the Chairman of the Divisional Committee. The meeting was attended by the following Hon'ble MPs: Smt. Sangeeta kumari Singh Deo, Hon’ble MP/Balangir
- Shri Pradeep Purohit, Hon’ble MP/Bargarh
- Smt. Malvika Devi, Hon’ble MP/Kalahandi
- Smt. Roop Kumari Choudhry, MP/Mahasamund
- Shri Niranjan Bishi, Hon’ble MP/Rajyasabha
- Shri Tankadhar Tripathy, MLA, Jharsuguda & representative of Hon’ble Union Minister for Education and Hon’ble MP/Sambalpur.The MPs engaged in constructive discussions, offering valuable insights for enhancing railway infrastructure and improving passenger amenities in the region. They expressed their appreciation for the developmental initiatives undertaken by the Sambalpur Railway Division, highlighting the importance of ongoing projects and expressing important points regarding train services, stoppages, and passenger facilities. Key issues discussed during the meeting included:
Increasing train frequency and extending services to remote locations
- Early construction of New Railway Lines
- Development of Road Under Bridges (RUBs) and Road Over Bridges (ROBs)
- Improving passenger amenities at stations
- Cleanliness of Trains, Platforms & Station areas.
- Timely completion of ongoing projects.
- Stoppages of Trains.
The Hon’ble Members commended the commitment of East Coast Railway towards addressing regional freight transportation needs and continuously striving for betterment of passenger train services.
General Manager Shri Funkwal in his address, welcomed the Hon'ble Members of Parliament and expressed his gratitude for their valuable inputs and insightful feedback. He updated the house on the performance of East Coast Railway, focusing on improvements in passenger services and status of ongoing infrastructure development projects.
The meeting was also attended by Divisional Railway manager, Sambalpur, Shri Tushar Kant Pandey, Principal Heads of various departments of East Coast Railway, along with Officers of Sambalpur Division.
ଝାରସୁଗୁଡା ଠାରେ ସମ୍ବଲପୁର ରେଳମଣ୍ଡଳ ଅନ୍ତର୍ଗତ ସାଂସଦ କମିଟି ବୈଠକ : Ommtv
ଭୁବନେଶ୍ୱର, 19.10.2024:
ଆଜି ଝାରସୁଗୁଡାରେ ପୂର୍ବତଟ ରେଳପଥର ସମ୍ବଲପୁର ରେଳ ମଣ୍ଡଳ ପରିସୀମା ମଧ୍ୟରେ ଥିବା ସଂସଦୀୟ କ୍ଷେତ୍ରର ମାନ୍ୟବର ସାଂସଦ ମାନଙ୍କ ଏକ ବିଭାଗୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି | ଏହି ବୈଠକରେ ଛତିଶଗଡ଼ ଏବଂ ଓଡିଶାର ବିଶିଷ୍ଟ ସାଂସଦ ମାନଙ୍କ ସହ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲଙ୍କ ସମେତ ବରିଷ୍ଠ ରେଳ ଅଧିକାରୀଙ୍କ ସହିତ ବିଭିନ୍ନ ଭିତ୍ତିଭୂମି ଓ ଯାତ୍ରୀ ସେବା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା |
ମାନ୍ୟବର ସାଂସଦମାନେ ବରିଷ୍ଠ ସାଂସଦ ତଥା ମାନ୍ୟବର ଲୋକସଭା ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓଙ୍କୁ ବିଭାଗୀୟ କମିଟିର ସଭାପତି ଭାବରେ ମନୋନୀତ କରିଥିଲେ | ଏହି ବୈଠକରେ ଯୋଗଦାନ କରିଥିବା ମାନ୍ୟବର ସାଂସଦମାନେ ହେଲେ _
* ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓ, ମାନ୍ୟବର ସାଂସଦ / ବଲାଙ୍ଗୀର
* ଶ୍ରୀ ପ୍ରଦୀପ ପୁରୋହିତ, ମାନ୍ୟବର ସାଂସଦ / ବରଗଡ଼
* ଶ୍ରୀ ନିରଞ୍ଜନ ବିଶି, ମାନ୍ୟବର ସାଂସଦ / ରାଜ୍ୟସଭା
* ଶ୍ରୀମତୀ ମାଳବୀକା ଦେବୀ, ମାନ୍ୟବର ସାଂସଦ / କଳାହାଣ୍ଡି
* ଶ୍ରୀମତୀ ରୂପ କୁମାରୀ ଚୌଧୁରୀ, ମାନ୍ୟବର ସାଂସଦ / ମହାସମୁନ୍ଦ
* ଶ୍ରୀ ଟଙ୍କଧର ତ୍ରିପାଠୀ, ମାନ୍ୟବର ବିଧାୟକ, ଝାରସୁଗୁଡା ଏବଂ ମାନନୀୟ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ମାନ୍ୟବର ସାଂସଦ / ସମ୍ବଲପୁରଙ୍କ ପ୍ରତିନିଧି
ସାଂସଦମାନେ ଗଠନମୂଳକ ଆଲୋଚନାରେ ଭାଗନେଇ ରେଳ ଭିତ୍ତିଭୂମି ବୃଦ୍ଧି ତଥା ଏହି ଅଞ୍ଚଳରେ ଯାତ୍ରୀଙ୍କ ସୁବିଧାରେ ଉନ୍ନତି ଆଣିବା ପାଇଁ ସେମାନଙ୍କର ମୂଲ୍ୟବାନ ମତାମତ ପ୍ରଦାନ କରିଥିଲେ | ସମ୍ବଲପୁର ରେଳ ମଣ୍ଡଳ ଦ୍ୱାରା ନିଆଯାଇଥିବା ବିକାଶମୂଳକ ପଦକ୍ଷେପ ପାଇଁ ସେମାନେ କୃତଜ୍ଞତା ଜଣାଇବା ସହ ଚାଲୁରହିଥିବା ପ୍ରକଳ୍ପର ଗୁରୁତ୍ୱକୁ ଦର୍ଶାଇ ଟ୍ରେନ୍ ସେବା, ଟ୍ରେନ ରହଣି ଏବଂ ଯାତ୍ରୀ ସୁବିଧା ସମ୍ପର୍କରେ ବିଶେଷ ଭାବେ ଆଲୋଚନା କରିଥିଲେ |
ବୈଠକରେ ଆଲୋଚନା ହୋଇଥିବା ପ୍ରମୁଖ ବିଷୟଗୁଡ଼ିକ ହେଲା _
* ବୃଦ୍ଧି ପାଉଥିବା ଯାତ୍ରୀ ଚାହିଦା ମେଣ୍ଟାଇବା ପାଇଁ ଟ୍ରେନ୍ ଚଳାଚଳ ଦିବସ ବୃଦ୍ଧି ଏବଂ ଉପାନ୍ତ ଅଞ୍ଚଳକୁ ଟ୍ରେନ ସେବା ସମ୍ପ୍ରସାରଣ କରିବା |
* ନୂତନ ରେଳ ଲାଇନ ନିର୍ମାଣ କାର୍ଯ୍ୟ ଶୀଘ୍ର ସମ୍ପନ୍ନ କରିବା |
* ରୋଡ଼ ଅଣ୍ଡର ବ୍ରିଜ୍ (ଉପମାର୍ଗ) ଏବଂ ରୋଡ୍ ଓଭର ବ୍ରିଜ୍ ର ବିକାଶ |
* ଷ୍ଟେସନ ମାନଙ୍କରେ ଯାତ୍ରୀଙ୍କ ସୁବିଧା ସୁଦୃଢ଼ କରିବା |
* ଟ୍ରେନ, ପ୍ଲାଟଫର୍ମ ଓ ଷ୍ଟେସନ ପରିସରରେ ସ୍ୱଚ୍ଛତା ସମ୍ବନ୍ଧରେ ବିଶେଷ ଧ୍ୟାନଦେବା |
* ଚାଲୁରହିଥିବା ରେଳ ପ୍ରକଳ୍ପ ଗୁଡିକୁ ସମୟ ସୀମା ମଧ୍ୟରେ କାର୍ଯ୍ୟକ୍ଷମ କରିବା |
* ବିଭିନ୍ନ ଷ୍ଟେସନ ଠାରେ ଟ୍ରେନ ମାନଙ୍କର ରହଣି ବ୍ୟବସ୍ଥା |
ଆଞ୍ଚଳିକ ପଣ୍ୟ ପରିବହନ ଚାହିଦା ପୁରଣ କରିବା ସହିତ କ୍ରମାଗତ ଭାବେ ଯାତ୍ରୀବାହୀ ଟ୍ରେନ ଚଳାଚଳ କ୍ଷେତ୍ରରେ ଉନ୍ନତି ଆଣିବା କ୍ଷେତ୍ରରେ ପୂର୍ବତଟ ରେଳପଥର ପ୍ରଚେଷ୍ଟାକୁ ମାନ୍ୟବର ସାଂସଦ ମାନେ ପ୍ରଶଂସା କରିଥିଲେ |
ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ତାଙ୍କ ଅଭିଭାଷଣରେ ସାଂସଦମାନଙ୍କୁ ସ୍ୱାଗତ କରିବା ସହ ସେମାନଙ୍କର ମୂଲ୍ୟବାନ ମତାମତ, ଉପଦେଶ ଏବଂ ସମର୍ଥନ ପାଇଁ କୃତଜ୍ଞତା ଜଣାଇଛନ୍ତି | ଯାତ୍ରୀ ସେବାରେ ଉନ୍ନତି ଏବଂ ଚାଲୁରହିଥିବା ଭିତ୍ତିଭୂମି ବିକାଶ ପ୍ରକଳ୍ପ ଉପରେ ଧ୍ୟାନ ଦେଇ ସେ ପୂର୍ବତଟ ରେଳପଥର କାର୍ଯ୍ୟଦକ୍ଷତା ଉପରେ ମଧ୍ୟ ଆଲୋକପାତ କରି ଯାତ୍ରୀ ପରିଷେବା କ୍ଷେତ୍ରରେ ଉନ୍ନତି ଆଣିବା ଏବଂ ବିଭିନ୍ନ ଚାଲୁରହିଥିବା ରେଳ ପ୍ରକଳ୍ପ ଗୁଡିକର ଅଗ୍ରଗତିର ସ୍ଥିତି ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ |
ଏହି ବୈଠକରେ ସମ୍ବଲପୁର ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ତୁଷାର କାନ୍ତ ପାଣ୍ଡେଙ୍କ ସମେତ ରେଳପଥ ମୁଖ୍ୟାଳୟର ପ୍ରମୁଖ ବିଭାଗୀୟ ଅଧିକାରୀ ଓ ସମ୍ବଲପୁର ରେଳମଣ୍ଡଳର ଅଧିକାରୀମାନେ ଯୋଗ ଦେଇଥିଲେ |