ମଣିପାଲ ହସ୍ପିଟାଲ ଓ ଓଡ଼ିଶା ଓମେନ୍ ଇନ୍ ମିଡିଆ ସଂଘର ମିଳିତ ସହଯୋଗରେ ମହିଳାଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଆଲେଚନା : Ommtv

ମଣିପାଲ ହସ୍ପିଟାଲ ଓ ଓଡ଼ିଶା ଓମେନ୍ ଇନ୍ ମିଡିଆ ସଂଘର ମିଳିତ ସହଯୋଗରେ ମହିଳାଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଆଲେଚନା : Ommtv

ମଣିପାଲ ହସ୍ପିଟାଲ ଓ ଓଡ଼ିଶା ଓମେନ୍ ଇନ୍ ମିଡିଆ ସଂଘର ମିଳିତ ସହଯୋଗରେ ମହିଳାଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଆଲେଚନା : Ommtv

ମଣିପାଲ ହସ୍ପିଟାଲ ଓ ଓଡ଼ିଶା ଓମେନ୍ ଇନ୍ ମିଡିଆ ସଂଘର ମିଳିତ ସହଯୋଗରେ ମହିଳାଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ
ଆଲେଚନା : Ommtv

ଭୁବନେଶ୍ୱର, ୧୮ । ୧୦, ମଣିପାଲ ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ମହିଳାଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଏକ
ଆଲୋଚନା ଚକ୍ର ଆୟୋଜନ କରାଯାଇଥିଲା । ଓଡ଼ିଶା ଓମେନ୍ ଇନ୍ ମିଡିଆ (ଙଡଗ) ସଂଘର ମିଳିତ
ସହଯୋଗରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ବିଭିନ୍ନ ଗଣମାଧ୍ୟମରେ କାମ କରୁଥିବା ୬୦ରୁ ଉର୍ଦ୍ଧ
ମହିଳା ସାମ୍ବାଦିକ ଯୋଗଦାନ କରିଥିଲେ । ମହିଳାଙ୍କ ମାନସିକ ସ୍ୱାସ୍ଥ୍ୟ ସମେତ ଶାରୀରିକ ସ୍ୱାସ୍ଥ୍ୟ ସମ୍ପର୍କରେ
ରହିଥିବା ବିଭିନ୍ନ ଭ୍ରାନ୍ତଧାରଣା ଗୁଡିକ ଦୂର କରିବା ଉଦ୍ଦେଶ୍ୟରେ ଏହି ଦିନିକିଆ କାର୍ଯ୍ୟକ୍ରମର ଆୟୋଜନ
କରାଯାଇଥିଲା ।


ଏହି କାର୍ଯ୍ୟକ୍ରମକୁ ଦୁଇଟି ପ୍ରଯ୍ୟାୟରେ ଆଲୋଚନା କରାଯାଇଥିଲା । ପ୍ରଥମ ପ୍ରଯ୍ୟାୟରେ ମହିଳାଙ୍କ ମାନସିକ
ସ୍ୱାସ୍ଥ୍ୟ ଉପରେ ଗଭୀର ଭାବରେ ଆଲୋଚନା ହୋଇଥିଲା । ମଣିପାଲ ହସ୍ପିଟାଲ ଭୁବନେଶ୍ୱରର ମାନସିକ
ରୋଗ ବିଶେଷଜ୍ଞ ଡାକ୍ତର ଏସ୍‌.ଏ.ଇଦ୍ରିସ୍ ଏହାର ଅଧ୍ୟକ୍ଷତା କରିଥିଲେ । ର୍ବମାନର ସମୟରେ ମହିଳା ମାନେ
ସ୧ୁଖୀନ ହେଉଥିବା ମାନସିକ ଚାପ ଉପରେ ବିସୃତ ଭାବରେ ଆଲୋଚନା ହୋଇଥିଲା । ଡାକ୍ତର ଇଦ୍ରିସ୍ କିଭଳି
କାର୍ଯ୍ୟରତ ମହିଳା ସାମ୍ବାଦିକ ମାନେ କିଭଳି ବିଭିନ୍ନ ପ୍ରକାର ମାନସିକ ଚାପକୁ ପରିଚାଳନା କରିବେ ଏବଂ
କର୍ମକ୍ଷେତ୍ର ଓ ବ୍ୟକ୍ତିଗତ କ୍ଷେତ୍ରରେ ସମନ୍ନୟ ରକ୍ଷା କରିବେ ସେ ସମ୍ପର୍କରେ ଆଲୋଚନା କରିଥିଲେ ।
ସେହିପରି କାଯ୍ୟକ୍ରମର ଦ୍ୱତୀୟ ପ୍ରର୍ଯ୍ୟାୟରେ ମହିଳାଙ୍କ ଶାରୀରିକ ସ୍ୱାସ୍ଥ୍ୟ ଉପରେ ଆଲୋଚନା
କରାଯାଇଥିଲା । ମଣିପାଲ ହସ୍ପିଟାଲର ବରିଷ୍ଠ ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ହରପ୍ରିତ କୌର ଏହାର
ଅଧ୍ୟକ୍ଷତା କରିଥିଲେ । ସେ ବୟସ ଅନୁସାରେ ମହିଳାଙ୍କ ଠାରେ ଦେଖାଯାଉଥିବା ସମସ୍ୟା ଯଥା ମାସିକ
ଋତୁସ୍ରାବ ସମୟରେ, ଗର୍ଭାବସ୍ଥା ସମୟରେ ତଥା ମେନୋପୋଜ୍ ବା ମାସିକ ଋତୁସ୍ରବ ସମ୍ପୂର୍ଣ୍ଣ ବନ୍ଦ ହେବା ପରେ
ଦେଖାଯାଉଥିବା ସମସ୍ୟା ବିଷୟରେ ବିସ୍ତୁତ ଭାବରେ ଆଲୋଚନା କରିଥିଲେ ।
ମଣିପାଲ ହସ୍ପିଟାଲ ଭୁବନେଶ୍ୱରର ମେଡିକାଲ ଡାଇରେକ୍ଟର ଡାକ୍ତର ଶକ୍ତିମୟ ମହାପାତ୍ର ଏହି କାର୍ଯ୍ୟକ୍ରମରେ
ଭାଗ ନେଇଥିବା ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏକ ସଶକ୍ତ ମହିଳାଙ୍କ ପାଇଁ ଉଭୟ ଶାରୀରିକ ଓ ମାନସିକ
ସ୍ୱାସ୍ଥ୍ୟ ଆବଶ୍ୟକତା ରହିଛି ବୋଲି କହିଥିଲେ । ଆଗାମୀ ଦିନରେ ମଣିପାଲ ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ
ଏଭଳି ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ମଧ୍ୟ ସୂଚନା ଦେଇଥିଲେ ।
ଓଡ଼ିଶା ଓମେନ୍ ଇନ୍ ମିଡିଆ (ଙଡଗ) ର ଉପାଧ୍ୟକ୍ଷ ସାରଦା ଲାହାଙ୍ଗିର, ଏଭଳି କାର୍ଯ୍ୟକ୍ରମର ପରିକଳ୍ପନା ପାଇଁ
ମଣିପାଲ ହସ୍ପିଟାଲ ଭୁବନେଶ୍ୱରର ଉଚ୍ଚ କୃପକ୍ଷଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହା ଦ୍ୱାରା ମହିଳା ସାମ୍ବାଦିକ
ମାନେ ନିଜର ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ପ୍ରତି ନି୧⁄୨ିତ ଭାବରେ ସଚେତେ ହେଲେ । ଏହି ଭଳି
କାର୍ଯ୍ୟକ୍ରମର ନି୧⁄୨ିତ ଭାବରେ ଆବଶ୍ୟକତା ଥିଲା । ଏହା ଫଳରେ ମହିଳା ସାମ୍ବାଦିକ ମାନେ ଏକ ସୁସ୍ଥ ମନ
ଏବଂ ସୁସ୍ଥ ଶରୀର ସହିତ କାମ କରିବାକୁ ବେଶ ସହାୟକ ହେବ ବୋଲି ସେ ମତ ଦେଇଥିଲେ ।