ରାସ୍ତା ଉଦ୍ଘାଟନକୁ ନେଇ ମୁଣ୍ଡ ଟେକିଲା ବିବାଦ:
ରାସ୍ତା ଉଦ୍ଘାଟନକୁ ନେଇ ମୁଣ୍ଡ ଟେକିଲା ବିବାଦ:
ରାସ୍ତା ଉଦ୍ଘାଟନକୁ ନେଇ ମୁଣ୍ଡ ଟେକିଲା ବିବାଦ:
ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଆଜି ଏକ ରାସ୍ତା ଉଦ୍ଘାଟନକୁ ନେଇ ବିବାଦ ଦେଖାଦେଇଛି। ସଂପୃକ୍ତ ଅଞ୍ଚଳର ବିଧାୟକ, ବିଏମ୍ସି ମେୟର, ସ୍ଥାନୀୟ କର୍ପୋରେଟର୍ ପ୍ରମୁଖଙ୍କୁ ନ ଡାକି ଅଧିକାରୀଙ୍କ ଉପସ୍ଥିତିରେ ଆଜି ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ରାସ୍ତାକୁ ଉଦ୍ଘାଟନ କରି ଦେଇଛନ୍ତି। ଏହି ପ୍ରସଙ୍ଗ ଏବେ ଭୁବନେଶ୍ବର ରାଜନୀତିକୁ ସରଗରମ କରିଛି। ବିଜେଡି ନେତାମାନେ ଏହାକୁ ହୀନ ରାଜନୀତିର ଆଖ୍ୟା ଦେଇଛନ୍ତି। ଏହାକୁ ଦଳୀୟ କାର୍ଯ୍ୟକ୍ରମ କରି ସାଂସଦ ଅଯଥା ବିବାଦ ଠିଆ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି।ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ୧୦ ନମ୍ବର ୱାର୍ଡ ଓମ୍ ବିହାର ଅଞ୍ଚଳର ଲେନ୍-୧ ଓ ଲେନ୍-୨ର ରାସ୍ତା ଓ ଡ୍ରେନ୍ ନିର୍ମାଣ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ପ୍ରାୟ ୭୩ଲକ୍ଷ ଟଙ୍କା ଏହି ରାସ୍ତା ଓ ଡ୍ରେନ୍ ନିର୍ମାଣ କରାଯାଇଥିଲା। ଆଜି ଏହି ରାସ୍ତା ଓ ଡ୍ରେନ୍କୁ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ଅନ୍ୟ ବିଜେପି ନେତାଙ୍କ ଉପସ୍ଥିତିରେ ଲୋକାର୍ପଣ କରିଛନ୍ତି। ଏହାକୁ ନେଇ ବିଜେଡି ମହଲରେ ହୁଲସ୍ତୁଲ ଆରମ୍ଭ ହୋଇଛି। ଆସନ୍ତା ୨୭ ତାରିଖ ମଙ୍ଗଳବାର ବିଏମ୍ସି କର୍ପୋରେସନ୍ ବୈଠକ ଥିବାବେଳେ ଏଥିରେ ଏହି ପ୍ରସଙ୍ଗ ଉଠିପାରେ ବୋଲି ଶୁଣିବାକୁ ମିଳୁଛି। ବିଜେଡି କର୍ପୋରେଟର୍ମାନେ ବିଧାୟକ, ମେୟର, କର୍ପୋରେଟରଙ୍କ ଅନୁପସ୍ଥିତିରେ ଏହି ପ୍ରକଳ୍ପ ଲୋକାର୍ପଣକୁ ବିରୋଧ କରିଛନ୍ତି। ୧୦ ନମ୍ବର ୱାର୍ଡ କର୍ପୋରେଟର ଏସ୍ କେ ନୁରହାସନ୍ କହିଛନ୍ତ, ଆମେ ସାଂସଦଙ୍କୁ ସମ୍ମାନ ଜଣାଉଛୁ। କିନ୍ତୁ ବିଧାୟକ ଓ ମେୟରଙ୍କ ଅନୁପସ୍ଥିତିରେ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳର ଏକ ପ୍ରକଳ୍ପ ଲୋକାର୍ପଣ ଦୁର୍ଭାଗ୍ୟଜନକ। ଏହି ଅଞ୍ଚଳ ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀରେ ଆସୁଛି। ପ୍ରୋଟୋକଲ୍ ଅନୁଯାୟୀ ଏହି ପ୍ରକଳ୍ପ ଲୋକାର୍ପଣ ପାଇଁ ଉତ୍ତର ବିଧାୟକ, ମେୟରଙ୍କୁ ନିମନ୍ତ୍ରଣ କରିବା କଥା। କିନ୍ତୁ କାହାକୁ କିଛି ନ ଜଣାଇ ପ୍ରକଳ୍ପ ଲୋକାର୍ପଣ ଆଦୌ ଠିକ୍ ନୁହେଁ। ସେପଟେ ପ୍ରକଳ୍ପକୁ ରାଜନୀତିକରଣ କରି ତରବରିଆ ଭାବେ ଲୋକାର୍ପିତ କରାଯାଇଛି ବୋଲି ଶ୍ରୀ ନୁରହାସନ୍ କହିଛନ୍ତି।ଭୁବନେଶ୍ୱର: ବିଏମ୍ସି ୧୦ ନମ୍ବର ୱାର୍ଡ ଓମ୍ବିହାର ଅଞ୍ଚଳରେ ପାଖାପାଖି ୮୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ରାସ୍ତା ଓ ଡ୍ରେନ୍କୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଲୋକାର୍ପଣ କରିଛନ୍ତି। ୨୦୨୫ ଫେବ୍ରୁଆରିରେ ଓମ୍ ବିହାର ବାସିନ୍ଦାମାନେ ରାସ୍ତା ଓ ଡ୍ରେନ୍ ସମସ୍ୟା ସମ୍ପର୍କରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କୁ ଜଣାଇଥିଲେ। ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ବିଏମ୍ସି କର୍ତ୍ତୃପକ୍ଷଙ୍କ ସହଯୋଗରେ ଲୋକଙ୍କ ସମସ୍ୟା ସମାଧାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପ୍ରଣୟ କରଣ, ମନ୍ମଥ ନାୟକ, ଓମ୍ ବିହାର କମିଟି ସଭାପତି ରମାକାନ୍ତ ପଣ୍ଡା, ରଜତ ପାତ୍ର, ମଣ୍ଡଳ ସଭାପତି ଲିପା ଦାସ, ୱାର୍ଡ ସଭାପତି ସୌଭାଗ୍ୟ, ସ୍ଥାନୀୟ ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ।

