କଳାକନା ବୁଲାଇଲା କେୟାର୍‌ଟେକର୍‌: ୧୦ଲକ୍ଷ ଟଙ୍କାର ଅଳଙ୍କାର ଧରି ଛୁ’

କଳାକନା ବୁଲାଇଲା କେୟାର୍‌ଟେକର୍‌: ୧୦ଲକ୍ଷ ଟଙ୍କାର ଅଳଙ୍କାର ଧରି ଛୁ’

କଳାକନା ବୁଲାଇଲା କେୟାର୍‌ଟେକର୍‌: ୧୦ଲକ୍ଷ ଟଙ୍କାର ଅଳଙ୍କାର ଧରି ଛୁ’

  କଳାକନା ବୁଲାଇଲା କେୟାର୍‌ଟେକର୍‌: ୧୦ଲକ୍ଷ ଟଙ୍କାର ଅଳଙ୍କାର ଧରି ଛୁ’

 

ଭୁବନେଶ୍ବର: ବିଶ୍ବାସରେ ଘରେ ନିଯୁକ୍ତି ଦିଆଯାଉଥିବା ଘରୋଇ ସହାୟିକା କିମ୍ବା କେୟାର୍‌ଟେକରମାନେ କିଭଳି ବିଶ୍ବାସଘାତ କରନ୍ତି, ତାହା ନୂଆ କଥା ନୁହେଁ। ଘରମାଲିକଙ୍କ ସରଳତା ଓ ଅସାବଧାନତାର ସୁଯୋଗ ନେଇ ସେମାନେ କଳାକନା ବୁଲାଇଦିଅନ୍ତି। ସେମିତି ଏକ ଘଟଣା ପୁଣି ଲିଙ୍ଗରାଜ ଥାନା ଅଞ୍ଚଳରେ ଘଟିଛି। ମାଲିକଙ୍କ ଆଲ୍‌ମିରାରୁ ଯୁବତୀ କେୟାର୍‌ଟେକରଜଣକ ପ୍ରାୟ ୧୦ଲକ୍ଷ ଟଙ୍କାର ଗହଣା ଚୋରିକରି ଛୁ’ ମାରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଘରମାଲିକ ସ୍ବପ୍ନେନ୍ଦୁ ମହାନ୍ତିଙ୍କ ଅଭିଯୋଗ ଆଧାରରେ ଲିଙ୍ଗରାଜ ଥାନାରେ ମାମଲା ରୁଜୁ ହୋଇଛି ଏବଂ ଚମ୍ପଟ ମାରିଥିବା ଯୁବତୀ କେୟାର୍‌ଟେକର୍‌କୁ ଠାବ କରିବା ଲାଗି ପୁଲିସ ଟିମ୍‌ ଲାଗିପଡ଼ିଛି। କଳ୍ପନା ଗ୍ୟାରେଜ୍ ଛକସ୍ଥିତ ଏକ ଆପାର୍ଟମେଣ୍ଟରେ ରହୁଥିବା ସ୍ବପ୍ନେନ୍ଦୁଙ୍କ ବୃଦ୍ଧା ମା’ ବହୁଦିନ ହେଲା ବାର୍ଦ୍ଧକ୍ୟଜନିତ ଅସୁସ୍ଥତାରେ ପୀଡ଼ିତ। ତାଙ୍କ ଯତ୍ନ ନେବା ପାଇଁ ସେ ସିଆର୍‌ପିସ୍ଥିତ ଏକ ସଂସ୍ଥାରୁ ଜଣେ କେୟାର୍‌ଟେକର୍‌ ନିଯୁକ୍ତ କରାଇଥିଲେ। ପ୍ରାୟ ୨ମାସ କାମ କରିବା ପରେ ଦୁର୍ଗାପୂଜା ପାଇଁ ସେହି କେୟାର୍‌ଟେକର୍‌ ଜଣକ ଛୁଟିରେ ଚାଲିଯାଇଥିଲେ। ତେଣୁ ସ୍ବପ୍ନେନ୍ଦୁଙ୍କ ଆବେଦନକ୍ରମେ ଉକ୍ତ ସଂସ୍ଥା ଆଉ ଜଣେ ଯୁବତୀଙ୍କୁ ପଠାଇଥିଲା। ଗତ ୨୧ ତାରିଖ ଦିନ ମା’ଙ୍କ ଦେହ ପୁଣି ବିଗିଡ଼ିଯିବାରୁ ସ୍ବପ୍ନେନ୍ଦୁ ତାଙ୍କୁ ନେଇ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଇଥିଲେ। ହସ୍ପିଟାଲ୍ ଯିବା ପୂର୍ବରୁ ସ୍ବପ୍ନେନ୍ଦୁ, ମା’ଙ୍କ ବେକ ଓ ହାତରୁ ଗହଣା ଖୋଲି ଆଲ୍‌ମିରାରେ ରଖିଦେଇଥିଲେ। ଗତକାଲି ମା’ଙ୍କୁ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଥିଲା ଏବଂ ସ୍ବେପ୍ନେନ୍ଦୁ ମା’ଙ୍କୁ ଧରି ଆପାର୍ଟମେଣ୍ଟକୁ ଫେରିଥିଲେ। ଆଲ୍‌ମିରା ଖୋଲି ଦେଖିବାବେଳକୁ ସ୍ବପ୍ନେନ୍ଦୁଙ୍କ ମୁଣ୍ଡ ଘୂରାଇ ଦେଇଥିଲା। ସୁନାଚେନ୍, ୨ଟି ସୁନା କଙ୍କଣ, ୪ଟି ମୁଦି, ୩ ହଳ କାନଫୁଲ, ଗୋଟିଏ ମଥାମଣି, କିଛି ସୁନା କଏନ୍‌ ଚୋରି ହୋଇଯାଇଥିଲା। ସେ କେୟାର୍‌ଟେକର୍‌କୁ ଫୋନ୍‌ କରିଥିଲେ। କିନ୍ତୁ ଫୋନ୍‌ ସୁଇଚ୍‌ଅଫ୍ ହୋଇଯାଇଥିଲା। ଯେଉଁ ସଂସ୍ଥାରୁ ସେ କେୟାର୍‌ଟେକର୍‌କୁ ନିଯୁକ୍ତି ଦେଇଥିଲେ, ତାହା ସହ ଯୋଗାଯୋଗ କରିବା ପରେ ମଧ୍ୟ ଯୁବତୀଙ୍କ ଟେର୍‌ ମିଳିଲା ନାହିଁ। ତେଣୁ ସେ ଥାନାର ଦ୍ବାରସ୍ଥ ହୋଇଛନ୍ତି।