ବକସିସ୍ ନାମରେ ପୂଜା ଚାନ୍ଦା ମଗା ଆରମ୍ଭ, ଦାଦାବଟିକୁ ପ୍ରସୟ ଦେଉଛି କିଏ..? : Ommtv

ବକସିସ୍ ନାମରେ ପୂଜା ଚାନ୍ଦା ମଗା ଆରମ୍ଭ, ଦାଦାବଟିକୁ ପ୍ରସୟ ଦେଉଛି କିଏ..? : Ommtv

ବକସିସ୍ ନାମରେ ପୂଜା ଚାନ୍ଦା ମଗା ଆରମ୍ଭ, ଦାଦାବଟିକୁ ପ୍ରସୟ ଦେଉଛି କିଏ..? : Ommtv

(ଓମ ବ୍ୟୁରୋ): ରାଜ୍ୟ ପୁଲିସ୍ ବାରଣକଲା କେହି କାହାକୁ ଦାଦାବଟି କିମ୍ବା ପୂଜା ଚାନ୍ଦା ଯୋର ଜବରଦସ୍ତ ମାଗିପାରିବ ନାହିଁ। ଏମିତିକି ବକସିସ୍ ନାମରେ ମଧ୍ୟ ଚାପ ପକାଇ ଟଙ୍କା ଆଦାୟ କରିବା ଏକ ବଡ଼ ଧରଣରର ଅପରାଧ ବୋଲି ସୂଚାଇଲେ। ହେଲେ ଏବେ ନକଲି ସାମ୍ବାଦିକ ଠାରୁ ଧରି ସୁଇପର ପର୍ଯ୍ୟନ୍ତ ସମସ୍ତେ ପୂଜା ଚାନ୍ଦା ନାମରେ ଦାଦାବଟି ଆଦାୟ କରିବା ଆରମ୍ଭ କରିଦେଲେଣି। ପ୍ରଥମେ ହାତ ଯୋଗି ପୁଣି ‌କଥା ନମାଲିଲେ ହାତ ଉଠାଇ ଚାନ୍ଦା ଆଦାୟ କରାଯାଉଛି। ଏସବୁ ଦେଖିଲେ ଜଣାପଡ଼ୁଛି ସତେ ଯେପରି ପୁଲିସ୍ ‌ଘୋଷଣା କରିଥିବା ଭାଷଣ ପାଣିର ଗାର ପାଲଟିଛି। ବର୍ତମାନ ସକାଳୁ ଅଳିଆ ଉଠାଉଥିବା ସୁଇପର ମାନେ ଘର ଘର ବୁଲି ପୂଜା ବକସିସ୍ ନାମରେ ଚାନ୍ଦା ଆଦାୟ କରୁଛନ୍ତି। ୧୦ କି ୫୦ ନୂହେଁ ଘର ପିଛା ୧୦୦ ଟଙ୍କା ନଦେଲେ ବୋକାଚୋତା ହେଉଛନ୍ତି। ସେହିଭଳି ଦଳେ ବାଜା ବଜାଇ ଘର ଓ ବଜାର ବୁଲି ମିନିମିୟମ ୫୦ ଟଙ୍କା ଉପରେ ଟାରଗେଟ୍ ରଖି ଚାନ୍ଦା ଆଳରେ ବକସିସ୍ ଆଦାୟକରୁଛନ୍ତି। ସବୁଠାରୁ ଲଜ୍ଜ୍ୟାକର କହାହେଲେ କିଛି ନକଲି ସାମ୍ବାଦିକ ବ‌େସରକାରୀ , ସରକାରୀ, ବ୍ୟବସାୟିକ ସଂସ୍ଥା, ବିଲଡ଼ରଙ୍କ କାାର୍ଯ୍ୟାଳୟ ବୁଲି ବୁଲି ଯୋରଜବରଦସ୍ତ ଅଫିସରମାନଙ୍କଠାରୁ ଚାନ୍ଦା ଆଦାୟ କରୁଛନ୍ତି। ଏସବୁ କଥା ଆମେ ମନକୁ ଗପ ‌କହୁନାହୁଁ । ଏହାର ଭରପୁର ପ୍ରମାଣ ରହିଛି। ଭିଡ଼ିଓ ଭାଇରାଲ ହେଉଛି। ମାତ୍ର ପୁଲିସ୍ ବାବୁ ଅଭିଯୋଗ ଥାନାକୁ ନଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନାହିଁ ବ‌ୋଲି ଦର୍ଶାଇ ଚୁପ୍ ବସିଛି। ଅନ୍ୟପକ୍ଷରେ ଚାନ୍ଦା ଦେବାକୁ ବାରଣକରି ଚାନ୍ଦା ମାଗୁଥିବା ଲୋକଙ୍କ ନାଲିଆଖିଦେଖି କୌଣସି ଅପ୍ରିତିକର ସ୍ଥିତି ‌ନହେଉବୋଲି ଚୁପ୍ ରହିଛନ୍ତି ଆକ୍ରୋଷର ଶିକାର ହେଉଥିବା ବ୍ୟକ୍ତି। ନିକଟରେ ଭୁବନେଶ୍ବର ଓ କଟକରେ ଏପରି ଘଟଣା ରିତିମତ ଘଟିଚାଲିଛି। ଏହାଉପରେ ପୁଲିସ୍ ନିଜଆଡ଼ୁ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ବର୍ତମାନ ଖୋଦ ପୁଲିସ୍ ନିଜେ କହିଥିବା କଥା ଫଳଶୂନ୍ୟ ପାଲଟିଛି। ଚାନ୍ଦାକୁ ନା’ ‌ଘୋଷଣା ସାଧାରଣ ଜନତାଙ୍କ ବେକର ଫାଶ ପାଲଟିଛି।