"ଭାଷା ମଣିଷକୁ ଏକତ୍ରିତ ହେବା ଶିଖାଏ" : ଓମଟିଭି

ପୂର୍ଣ୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ଯାସୀ ମଣ୍ଡଳ   ସଭାଗୃହରେ ଲେଖକ ସାମ୍ମୁଖ୍ୟ, ଓଡ଼ିଶା ର ସଭାପତି ଡ଼କ୍ଟର ସାତକଡି ହୋତା ଙ୍କ ନିର୍ଦ୍ଦେଶାନୁସାରେ ବରିଷ୍ଠ ସାହିତ୍ୟିକ ଡଃ ଅଲେଖ ଚନ୍ଦ୍ର ପଢିଆରୀଙ୍କ ସଭାପତିତ୍ବରେ "ଭାଷାର ବିକାଶରେ ଲେଖକ‌ ଲେଖିକା ଙ୍କ ଭୂମିକା" ଶୀର୍ଷକରେ ମାସିକ ଆଲୋଚନା ଏବଂ ବର୍ଷିୟାନ ସାହିତ୍ୟିକ‌  ତଥା ଭାଷା ପ୍ରାଣ ଶ୍ରୀ ପର୍ଶୁରାମ ଦ୍ବିବେଦୀ ଙ୍କ ସଭାପତିତ୍ବରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଆଧାର କରି  ଏକ ଭକ୍ତି କବିତା‌ ପାଠ ଜୟଶ୍ରୀ ପଟ୍ଟନାୟକଙ୍କ‌ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା ।  

"ଭାଷା ମଣିଷକୁ ଏକତ୍ରିତ ହେବା ଶିଖାଏ" : ଓମଟିଭି

"ଭାଷା ମଣିଷକୁ ଏକତ୍ରିତ ହେବା ଶିଖାଏ" : ଓମଟିଭି
ଭୁବନେଶ୍ୱର (ଓମ): ସ୍ଥାନୀୟ ପୂର୍ଣ୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ଯାସୀ ମଣ୍ଡଳ   ସଭାଗୃହରେ ଲେଖକ ସାମ୍ମୁଖ୍ୟ, ଓଡ଼ିଶା ର ସଭାପତି ଡ଼କ୍ଟର ସାତକଡି ହୋତା ଙ୍କ ନିର୍ଦ୍ଦେଶାନୁସାରେ ବରିଷ୍ଠ ସାହିତ୍ୟିକ ଡଃ ଅଲେଖ ଚନ୍ଦ୍ର ପଢିଆରୀଙ୍କ ସଭାପତିତ୍ବରେ "ଭାଷାର ବିକାଶରେ ଲେଖକ‌ ଲେଖିକା ଙ୍କ ଭୂମିକା" ଶୀର୍ଷକରେ ମାସିକ ଆଲୋଚନା ଏବଂ ବର୍ଷିୟାନ ସାହିତ୍ୟିକ‌  ତଥା ଭାଷା ପ୍ରାଣ ଶ୍ରୀ ପର୍ଶୁରାମ ଦ୍ବିବେଦୀ ଙ୍କ ସଭାପତିତ୍ବରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଆଧାର କରି  ଏକ ଭକ୍ତି କବିତା‌ ପାଠ ଜୟଶ୍ରୀ ପଟ୍ଟନାୟକଙ୍କ‌ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା ।  କବିତା ଗୁଡ଼ିକ ସମୀକ୍ଷା କରିଥିଲେ ବରିଷ୍ଠ ଗୀତିକାର ଶ୍ରୀ ବସନ୍ତ କୁମାର ଦାସ। ପରେ ପରେ ଆଲୋଚକ ମାନେ ସର୍ବଶ୍ରୀ ନାଟ୍ୟକାର ବିଜୟ କୁମାର ମହାନ୍ତି, ବରିଷ୍ଠ ପ୍ରାବନ୍ଧିକ ସିଦ୍ଧାର୍ଥ କାନୁନଗୋ, ଜଣାଶୁଣା ଗାଳ୍ପିକ ଼ମନୋଜ କୁମାର ଜେନା, ଶ୍ରୀମନ୍ଦିରର ପୂର୍ବତନ ପ୍ରଶାସକ ତଥା ପ୍ରାବନ୍ଧିକ ରାଜେନ୍ଦ୍ର କୁମାର ମହାନ୍ତି, ଭାଷାପ୍ରେମୀ‌ ‌ସୀତା ବଲ୍ଲଭ ମହାପାତ୍ର,ବାସୁଦେବ ମହାନ୍ତି, ଚିତ୍ତରଞ୍ଜନ ଦାସ, ବସନ୍ତ କୁମାର ଦାସ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।‌ଆମ ଭାଷା ଓଡ଼ିଆ ଏକ ମିଠା ଓ ସୁନ୍ଦର ଭାଷା ଏବଂ ଏହାର ଏକ ସ୍ବତନ୍ତ୍ର ପରିଚୟ ରହିଛି। ଆମର ପରିଚୟ ଓଡ଼ିଆ ଏବଂ ଆମର ଭାଷା ଓଡ଼ିଆ। ତେଣୁ ପ୍ରତ୍ୟେକ ଓଡ଼ିଆ ସ୍ବାଭିମାନ ର ସହ ନିଜ‌ ଭାଷାର ବିକାଶରେ ମନ ପ୍ରାଣ ଦେବା ଉଚିତ ବୋଲି କହିଥିଲେ । ପଞ୍ଚସଖା ଙ୍କଠାରୁ ଆରମ୍ଭ କରି ଗୋପବନ୍ଧୁ ଦାସ, ମଧୁସୂଦନ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବ୍ୟାସକବି ଫକୀରମୋହନ ସେନାପତି, ଗୈାରୀ ଶଙ୍କର ରାୟ, ପାରଳା ମହାରାଜା, ବାମଣ୍ଡା ରାଜା ସୁବଳ ଦେବ ଆଦି ଅନେକ ଭାଷା ପ୍ରାଣ‌ ଓଡ଼ିଆ ଭାଷାର ସୁରକ୍ଷା ଓ ପ୍ରସାର ପ୍ରଚାର ପାଇଁ ଯେଉଁ କାଳଜୟୀ ରଚନା କରିଯାଇଛନ୍ତି ତାହା ଆମ‌ ଭାଷାର ମହତ୍ତ୍ଵ ଐତିହାସିକ ତଥା ଧାର୍ମିକ ଦୃଷ୍ଟିକୋଣରୁ ଚିରକାଳ ଅମ୍ଳାନ ହୋଇ ରହିଛି। ଭାଷା ମରିଯାଉଛି ବୋଲି ଯେଉଁ ଭୟ ଆସୁଛି ତାହା ଅମୂଳକ ବୋଲି ମତ ପ୍ରକାଶ ପାଇଥିଲା। ମାଆ ଏବଂ ଯୁବ ବର୍ଗ ହିଁ ଭାଷାର ସୁରକ୍ଷା ଓ ଓଡ଼ିଆତ୍ୱ ବଜାୟ ରଖିପାରିବେ ବୋଲି ଆଲୋଚକ ମାନେ କହିଥିଲେ । ଯୂଗ୍ମ ସମ୍ପାଦିକା ବିମଳା ସିଂହ ଧନ୍ୟବାଦ ଦେବା ଅବସରରେ ସାମ୍ମୁଖ୍ୟର ‌ମାସିକ ବୈଠକ ମାସର ପ୍ରଥମ ଶନିବାର ସଭାପତି ଡ଼କ୍ଟର ସାତକଡି ହୋତା ଙ୍କ ନିର୍ଦ୍ଦେଶାନୁସାରେ ଦୀର୍ଘ ଦିନ ହେଲା ହୋଇ ଆସୁଛି ଏବଂ ସାମ୍ମୁଖ୍ୟର ସଭ୍ୟ ସଭ୍ୟା ମାନେ ଏଥିପ୍ରତି ସଚେତନ ହୋଇ ଏହି ପଚାଶ ବର୍ଷର ଅନୁଷ୍ଠାନର ଗୈାରବ ଅକ୍ଷୁର୍ଣ୍ଣ ରଖିବା ଦିଗରେ ସମସ୍ତେ‌ ଯତ୍ନବାନ ହେବା ଉଚିତ ବୋଲି କହିଥିଲେ।‌  ଶେଷରେ ସଭାପତି ସଭା‌ ସାଙ୍ଗ ଘୋଷଣା କରିଥିଲେ । (ରିପୋର୍ଟ: ଅନିତା ଦାସ)