ରଥଯାତ୍ରା ଅବଧି ମଧ୍ୟରେ ପୂର୍ବତଟ ରେଳପଥ ପକ୍ଷରୁ ପୁରୀ କୁ ଏବଂ ପୁରୀ ଠାରୁ ସର୍ବକାଳୀନ ବିଶେଷ ଟ୍ରେନ : ଓମଟିଭି
ଚଳିତ ବର୍ଷ ରଥଯାତ୍ରା ପାଇଁ 225 ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ .ପୂର୍ବରୁ 205 ଟି ବିଶେଷ ଟ୍ରେନ ଚଳାଚଳ ପାଇଁ ପୂର୍ବରୁ ଘୋଷଣା କରାଯାଇଥିଲା .ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଶ୍ଚିତ କରାଯାଇଥିଲା .ସନ୍ଧ୍ୟା ଦର୍ଶନ, ବାହୁଡା ଯାତ୍ରା ଓ ସୁନା ବେଶ ପାଇଁ ଆହୁରି 20 ଟି ସ୍ୱତନ୍ତ୍ର ଟ୍ରେନ୍ ଯୋଗ କରାଯାଇଛି . ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ଉଭୟ ସଂରକ୍ଷିତ ଏବଂ ଅଣସଂରକ୍ଷିତ ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରାଯାଇଛି . ବିଶାଖାପାଟନମ୍ ସହିତ ଓଡ଼ିଶାର ବିଭିନ୍ନ ସ୍ଥାନରୁ ପୁରୀକୁ ସ୍ୱତନ୍ତ୍ର ଟ୍ରେନ୍
ରଥଯାତ୍ରା ଅବଧି ମଧ୍ୟରେ ପୂର୍ବତଟ ରେଳପଥ ପକ୍ଷରୁ ପୁରୀ କୁ ଏବଂ ପୁରୀ ଠାରୁ ସର୍ବକାଳୀନ ବିଶେଷ ଟ୍ରେନ : ଓମଟିଭି
ଚଳିତ ବର୍ଷ ରଥଯାତ୍ରା ପାଇଁ 225 ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ .ପୂର୍ବରୁ 205 ଟି ବିଶେଷ ଟ୍ରେନ ଚଳାଚଳ ପାଇଁ ପୂର୍ବରୁ ଘୋଷଣା କରାଯାଇଥିଲା .ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଶ୍ଚିତ କରାଯାଇଥିଲା .ସନ୍ଧ୍ୟା ଦର୍ଶନ, ବାହୁଡା ଯାତ୍ରା ଓ ସୁନା ବେଶ ପାଇଁ ଆହୁରି 20 ଟି ସ୍ୱତନ୍ତ୍ର ଟ୍ରେନ୍ ଯୋଗ କରାଯାଇଛି . ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ଉଭୟ ସଂରକ୍ଷିତ ଏବଂ ଅଣସଂରକ୍ଷିତ ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରାଯାଇଛି . ବିଶାଖାପାଟନମ୍ ସହିତ ଓଡ଼ିଶାର ବିଭିନ୍ନ ସ୍ଥାନରୁ ପୁରୀକୁ ସ୍ୱତନ୍ତ୍ର ଟ୍ରେନ୍
ଭୁବନେଶ୍ୱର, ୮/୬/୨୨(ଓମ): ତୀର୍ଥଯାତ୍ରୀମାନଙ୍କ ଗମନାଗମନ ଏବଂ ସୁବିଧାଜନକ ଯାତ୍ରା ପାଇଁ ରେଳ ମନ୍ତ୍ରଣାଳୟ ରଥ ଯାତ୍ରା (କାର୍ ଫେଷ୍ଟିଭାଲ୍) ସମୟରେ ପୁରୀକୁ ଏବଂ ପୁରୀ ଠାରୁ 205 ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାପାଇଁ ପୂର୍ବରୁ ଘୋଷଣା କରିଥିଲା | ଗୁଣ୍ଡିଚା ଯାତ୍ରା ଶେଷ ହୋଇସାରିଥିବାରୁ ସନ୍ଧ୍ୟା ଦର୍ଶନ, ବାହୁଡା ଯାତ୍ରା ଏବଂ ସୁନା ବେଶ ପାଇଁ ମଧ୍ୟ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଯୋଜନା କରାଯାଇଥିଲା ଏବଂ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ପ୍ରତିଶୃତି ଦିଆଯାଇଥିଲା | ସନ୍ଧ୍ୟା ଦର୍ଶନ, ବାହୁଡା ଯାତ୍ରା ଏବଂ ସୁନା ବେଶ ଦିନ ମାନଙ୍କରେ ଅଧିକ ଭକ୍ତଙ୍କ ସମାବେଶକୁ ଆଶଙ୍କା କରି ପୂର୍ବତଟ ରେଳପଥ ମଧ୍ୟ ସୁନା ବେଶ ପରଦିନ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବା ସହିତ ଆହୁରି 20 ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ଯୋଜନା କରିଛି |
ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବ ତଟ ରେଳପଥ କେତେକ ଦୂରଗାମୀ ସ୍ୱତନ୍ତ୍ର ଟ୍ରେନରେ ସଂରକ୍ଷିତ ଶ୍ରେଣୀ ଯାତ୍ରା ଉପଲବ୍ଧ କରାଇବାପାଇଁ ଆବଶ୍ୟକ ପଦକ୍ଷେପ ନେଇଛି |ରଥଯାତ୍ରା ଅବଧି ସମୟରେ ଭୁବନେଶ୍ୱର ଓ ପୁରୀ ମଧ୍ୟରେ ଦୈନିକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରୁଅଛି | 02891/02810 ଭୁବନେଶ୍ୱର-ପୁରୀ-ଭୁବନେଶ୍ୱର ବିଶେଷ ଟ୍ରେନ ଜୁଲାଇ ମାସ ପହିଲା ଠାରୁ 11 ତାରିଖ ମଧ୍ୟରେ ଭୁବନେଶ୍ୱର ଠାରୁ ପୂର୍ବାହ୍ନ ୧୦ଘ.୦୫ମି.ରେ ପୁରୀକୁ ଯାତ୍ରା କରୁଥିବାବେଳେ ଏହା ପୁରୀ ଠାରୁ ଅପରାହ୍ନ ୩ଘ.୧୦ମି.ରେ ଛାଡି ଭୁବନେଶ୍ୱର ଯାତ୍ରା କରୁଛି | ସନ୍ଧ୍ୟା ଦର୍ଶନ ଦିନ ଅର୍ଥାତ 8 ଜୁଲାଇ, 2022 ରେ 7 ଯୋଡି ସ୍ପେଶାଲ ଟ୍ରେନ (ମହିପୁରରୁ 3 ଯୋଡି ଏବଂ ଖୋର୍ଦ୍ଧା ରୋଡରୁ 4 ଯୋଡି) ପୁରୀ ଏବଂ ଖୋର୍ଦ୍ଧା ରୋଡ଼/ମହୀପୁର ମଧ୍ୟରେ ଚଳାଚଳ କରିବ |
ଏହା ବ୍ୟତୀତ, 08933/08934 ବିଶାଖାପାଟନମ୍-ପୁରୀ-ବିଶାଖାପାଟନମ୍ ସ୍ପେଶାଲ୍, 08937/08938 ଜୁନାଗଡ଼ ରୋଡ୍-ପୁରୀ-ଜୁନାଗଡ ରୋଡ୍ ସ୍ପେଶାଲ୍, 08945/08946 ସମ୍ବଲପୁର-ପୁରୀ- ସମ୍ବଲପୁର ସ୍ପେଶାଲ୍, 08941/08942 ଗୁଣୁପୁର-ପୁରୀ-ଗୁଣୁପୁର ବିଶେଷ ଟ୍ରେନ ପୁରୀକୁ ଆସି ପୁଣି ସେମାନଙ୍କ ଉତ୍ପତି ସ୍ଥାନ ମାନଙ୍କୁ ଫେରିବ |ବାହୁଡା ଯାତ୍ରାରେ, ଅର୍ଥାତ 9 ଜୁଲାଇ, 2022 ରେ; ପାରାଦୀପ, ମହିପୁର, କଟକ, ବ୍ରହ୍ମପୁର, ଭଦ୍ରକ୍, ଖୋର୍ଦ୍ଧା ରୋଡ୍, କେନ୍ଦୁଝରଗଡ଼ରୁ 10 ଯୋଡି ସ୍ୱତନ୍ତ୍ର ଟ୍ରେନ୍ ପୁରୀ ଆଡକୁ ଯାତ୍ରା କରିବାକୁ ପୂର୍ବରୁ ଘୋଷଣା କରାଯାଇ ଅଛି | ଉପରୋକ୍ତ ବିଶେଷ ଟ୍ରେନ ମାନଙ୍କ ବ୍ୟତୀତ ଆହୁରି 05 ଟି ସ୍ପେଶାଲ୍ ଟ୍ରେନ୍ ଭଦ୍ରକ, କଟକ, ଖୋର୍ଦ୍ଧା ରୋଡ୍, ପାରାଦୀପ ଏବଂ ବ୍ରହ୍ମପୁରରୁ ପୁରୀକୁ ଯାତ୍ରା କରିବ | ଫେରିବା ମାର୍ଗରେ ପୁରୀରୁ କେନ୍ଦୁଝରଗଡ, ବ୍ରହ୍ମପୁର, କଟକ, ଭଦ୍ରକ, ପାରାଦୀପ ଏବଂ ଖୋର୍ଦ୍ଧା ରୋଡ ଅଭିମୁଖେ 8 ଟି ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍ ଯାତ୍ରା କରିବ |ସୁନାବେଶ ଦିବସରେ, ଅର୍ଥାତ୍ 10 ଜୁଲାଇ, 2022 ରେ; ପାରାଦୀପ, ମହିପୁର, କଟକ, ବ୍ରହ୍ମପୁର, ଭଦ୍ରକ୍, ଖୋର୍ଦ୍ଧା ରୋଡ୍, କେନ୍ଦୁଝରଗଡରୁ 11 ଟି ଯୋଡି ସ୍ୱତନ୍ତ୍ର ଟ୍ରେନ୍ ପୁରୀ ଯାତ୍ରା କରିବ ବୋଲି ପୂର୍ବରୁ ଘୋଷଣା କରାଯାଇଥିବା ବେଳେ ଏଗୁଡିକ ବ୍ୟତୀତ, 08971/08972 ଜୁନାଗଡ଼ ରୋଡ୍-ପୁରୀ-ଜୁନାଗଡ଼ ରୋଡ୍ ସ୍ପେଶାଲ୍, 08957/08958 ଗୁଣୁପୁର-ପୁରୀ-ଗୁଣୁପୁର ସ୍ପେଶାଲ୍, 08979/08980 ସମ୍ବଲପୁର-ପୁରୀ- ସମ୍ବଲପୁର ସ୍ପେଶାଲ୍, 08975/08976 ବିଶାଖାପାଟନମ୍-ପୁରୀ-ବିଶାଖାପାଟଣା ବିଶେଷ ଟ୍ରେନ ଚଳାଚଳ କରାଇବାକୁ ମଧ୍ୟ ଘୋଷଣା କରାଯାଇଥିଲା |
ଉପରୋକ୍ତ ସ୍ୱତନ୍ତ୍ର ଟ୍ରେନ୍ ବ୍ୟତୀତ କଟକ, ଭଦ୍ରକ, ବ୍ରହ୍ମପୁର, ପାରାଦୀପ, କେନ୍ଦୁଝରଗଡ ଏବଂ ଖୋର୍ଦ୍ଧା ରୋଡରୁ ପୁରୀକୁ ଆହୁରି 8 ଟି ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍ ପୁରୀକୁ ଚଳାଚଳ କରାଇବାକୁ ଯୋଜନା କରାଯାଇଥିବାବେଳେ ଫେରିବା ଦିଗରେ ପୁରୀରୁ କଟକ, ଭଦ୍ରକ, ବ୍ରହ୍ମପୁର ଏବଂ ଖୋର୍ଦ୍ଧା ରୋଡ୍ ଅଭିମୁଖେ ଆହୁରି 8 ଟି ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ |ସୁନାବେଶ ପରଦିନ ଅର୍ଥାତ 11 ଜୁଲାଇ, 2022 ରେ 6 ଟି ସ୍ୱତନ୍ତ୍ର ଟ୍ରେନ୍ ପୁରୀରୁ ଗୁଣୁପୁର, ରାୟାଗଡା, ଭଦ୍ରକ, ବିଶାଖାପାଟନମ୍, କେନ୍ଦୁଝରଗଡ ଏବଂ ମହିପୁର ଅଭିମୁଖେ ଯାତ୍ରା କରିବ ଏବଂ ଏକ ସ୍ୱତନ୍ତ୍ର ଟ୍ରେନ୍ କେନ୍ଦୁଝରଗଡରୁ ପୁରୀ ପର୍ଯ୍ୟନ୍ତ ଚାଲିବ | 08983 ପୁରୀ-ସମ୍ବଲପୁର ସ୍ପେଶାଲ ପୁରୀ ଠାରୁ 11.07.2022 ମଧ୍ୟାହ୍ନ ୧୨ଘଟିକା ସମୟରେ ପୁରୀ ଛାଡି ସମ୍ବଲପୁର ଅଭିମୁଖେ ଯାତ୍ରା କରିବ |ପୂର୍ବ ତଟ ରେଳପଥ ରଥ ଯାତ୍ରା ସମୟରେ ପୁରୀକୁ ପୂର୍ବ ବର୍ଷ ମାନଙ୍କ ତୁଳନାରେ ଚଳିତ ବର୍ଷ ସର୍ବକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ସ୍ଥିର କରିଅଛି | ପୂର୍ବ ଯୋଜନାବଦ୍ଧ ସ୍ୱତନ୍ତ୍ର ଟ୍ରେନ୍ ବଦଳରେ ବାହୁଡା ଏବଂ ସୁନା ବେଶ ପାଇଁ ଆହୁରି ଅତିରିକ୍ତ 20 ଟି ସ୍ୱତନ୍ତ୍ର ଟ୍ରେନ୍ ଯୋଗାଇ ଦିଆଯାଇଅଛି |