ନମାମୀ ଯୋଗ ଏକାଡେମୀ ଯୋଗ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ : Ommtv

ନମାମୀ ଯୋଗ ଏକାଡେମୀ ଯୋଗ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ : Ommtv

ନମାମୀ ଯୋଗ ଏକାଡେମୀ ଯୋଗ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ : Ommtv

ନମାମୀ ଯୋଗ ଏକାଡେମୀ ଯୋଗ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ : Ommtv

ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଓଡିଶାର ଅଗ୍ରଣୀ ଯୋଗ ପ୍ରଶିକ୍ଷଣ କେନ୍ଦ୍ର ନମାମୀ ଯୋଗ ଏକାଡେମୀ ଅନୁଷ୍ଠାନର ଦ୍ବିତୀୟ ଯୋଗ ପ୍ରଶିକ୍ଷଣ କେନ୍ଦ୍ର ଭୁବନେଶ୍ବର ସ୍ଥିତ ଇନଫୋସିଟି ଅଞ୍ଚଳରେ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନ ଉତ୍ସବରେ ଅନୁଷ୍ଠାନର ପ୍ରତିଷ୍ଠାତା ଏବଂ ପରିଚାଳନା ନିର୍ଦ୍ଦେଶକ ଯୋଗିନୀ କାଜଲ ସତପଥୀ, ଯୋଗ ପ୍ରଶିକ୍ଷକ ଯୋଗ ମାଷ୍ଟର ରୁଦ୍ର ଏବଂ ସହ ପରିଚାଳିକା ଯୋଗିନୀ ପ୍ରିୟଙ୍କା ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅନୁଷ୍ଠାନର ଅନ୍ୟାନ୍ୟ କର୍ମକର୍ତ୍ତା ଏବଂ ସଦସ୍ୟ ବୃନ୍ଦ ଏହି ସମାରୋହରେ ଉପସ୍ଥିତ ରହିଥିଲେ । ନମାମୀ ଯୋଗ ଏକାଡେମୀ ଓଡିଶାର ଏକମାତ୍ର ଅନୁଷ୍ଠାନ ଯେଉଁଠାରେ Aerial ଯୋଗ ପ୍ରଶିକ୍ଷଣ ଏବଂ ବିଭିନ୍ନ ପ୍ରକାରର ମନୋବୈଜ୍ଞାନିକ ଥେରାପି ଦିଆଯାଏ । ଅନୁଷ୍ଠାନର ପ୍ରତିଷ୍ଠାତା ଯୋଗିନୀ କାଜଲ ସତପଥୀଙ୍କ ଅନୁଯାଇ ଅନୁଷ୍ଠାନର ସମସ୍ତ ପ୍ରଶିକ୍ଷକ ଏବଂ ଯୋଗଗୁରୁ ଅତ୍ୟନ୍ତ କୌଶଳୀଏବଂ ଆନ୍ତର୍ଜାତୀୟ ମାନ୍ୟତାପ୍ରାପ୍ତ । ପୂର୍ବରୁ ଏହି ଅନୁଷ୍ଠାନର ପ୍ରଥମ କେନ୍ଦ୍ର ଭୁବନେଶ୍ବରର ସୂର୍ଯ୍ୟନଗରଠାରେ ସଫଳତାର ସହିତ ପରିଚାଳିତ ହୋଇଆସୁଛି ।