ରାଜପୁତାନା ବିଜନେସ୍ ସମ୍ମିଳନୀ-୨୦୨୪ ଆୟୋଜିତ : Ommtv

ରାଜପୁତାନା ବିଜନେସ୍ ସମ୍ମିଳନୀ-୨୦୨୪ ଆୟୋଜିତ : Ommtv

ରାଜପୁତାନା ବିଜନେସ୍ ସମ୍ମିଳନୀ-୨୦୨୪ ଆୟୋଜିତ : Ommtv

ରାଜପୁତାନା ବିଜନେସ୍ ସମ୍ମିଳନୀ-୨୦୨୪ ଆୟୋଜିତ : Ommtv
: ଭୁବନେଶ୍ୱର ଉପକଣ୍ଠରେ ଆୟୋଜିତ ହେବାକୁ ଯାଉଛି ରାଜପୁତାନା ବିଜନେସ୍ ସମ୍ମିଳନୀ । ରାଜପୁତାନା ବ୍ୟବସାୟ ସମ୍ମିଳନୀ ଅଖଣ୍ଡ ରାଜପୁତାନା ସେବା ସଙ୍ଘର ଏକ ୟୁନିଟ୍ ପକ୍ଷରୁ ରାଜପୁତାନା ବିଜନେସ୍ ସମ୍ମିଳନୀ-୨୦୨୪ ଆୟୋଜିତ ହେଉଛି । ଅଗଷ୍ଟ ୩୧ ଏବଂ ସେପ୍ଟେମ୍ବର ୧ ତାରିଖରେ ଆୟୋଜିତ ଦୁଇ ଦିନିଆ କର୍ମଶାଳାରେ ନୂତନ ଉଦ୍ୟୋଗୀପତି ତଥା ଉଦ୍ୟୋଗୀ ହେବାକୁ ଆଶା ରଖିଥିବା ଯୁବପିଢୀଙ୍କୁ ସଠିକ୍ ପ୍ରୋତ୍ସାହନ ସାଙ୍ଗକୁ ଉନ୍ନତ ତଥା ବୈଷୟିକ ଜ୍ଞାନ ପ୍ରଦାନ କରି ସେମାନଙ୍କୁ ସଶକ୍ତ କରିବା ଦିଗରେ ସହାୟକ ହେବ । ସଫଳ ଉଦ୍ୟୋଗୀ, ବରିଷ୍ଠ ଲିଡର ଏବଂ ବିଜେନସ୍ ଇନୋଭେଟରମାନେ ଏହି ଅବସରରେ ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ, ଅଭିଜ୍ଞତା ଏବଂ ଦୂରଦୃଷ୍ଟି ଉପରେ ନିଜର ମତ ଉପସ୍ଥାପନ କରିବେ । ଏହି ସମ୍ମିଳନୀରେ ନୂଆ ଉଦ୍ୟୋଗୀ ନିଜର ବ୍ୟବସାୟିକ ଜ୍ଞାନ ଆହୋରଣ କରିବା ସଙ୍ଗେ ସଙ୍ଗେ ଇନେଭେଷ୍ଟରମାନଙ୍କ ସହିତ ଯୋଗାଯୋଗ କରିବାର ସୁଯୋଗ ପାଇବେ । ଯାହାକି ତାଙ୍କ ବ୍ୟବସାୟିକ ଅଗ୍ରଗତିର ମୁକସାକ୍ଷୀ ହେବ । 

ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ପ୍ରଥମ ଅଧିବେଶନକୁ ଉଦଘାଟନ କରିବେ ରାଠୋର ଗ୍ରୁପ୍ର ଚେୟାରମ୍ୟାନ୍ ତଥା ପରିଚାଳନା ନିଦେ୍ର୍ଦଶକ ରତନ ସିଂ ରାଠୋର । ସମ୍ମାନିତ ଅତିଥି ଭାବେ, ଦ-ଏମ୍ଆରଏସ୍ ଗ୍ରୁପ୍ର ପ୍ରତିଷ୍ଠାତା ଏବଂ ଚେୟାରମ୍ୟାନ୍ ଶ୍ରୀ ମେଘରାଜ ସିଂ ରୟାଲ ଉପସ୍ଥିତ ରହିବେ । ଏହି ଅଧିବେଶନରେ ଉପସ୍ଥିତ ରହିବେ ଶ୍ରୀ ଅଶୋକ ସିଂ, ଆଇଆରଏସ୍, ପୂର୍ବତନ ଡେପୁଟି କମିଶନର, ସେଂଟ୍ରାଲ ଜିଏସ୍ଟି ଏବଂ କଷ୍ଟମ, ଅର୍ଥମନ୍ତ୍ରଣାଳୟ, ଶ୍ରୀ ରତନ ସିଂ ରାଠୋର, ଚେୟାର ମ୍ୟାନ୍ ରାଠୋର ଗ୍ରୁପ୍, ଶକ୍ତି ସିଂ ବାନ୍ଦିକ୍ୟୁ, ଟ୍ରଷ୍ଟି, ଯୁନାଇଟେଡ୍ ଗ୍ଲୋବାଲ୍ ଶାନ୍ତି ଫାଉନଣ୍ଡେସନ୍, ଶ୍ରୀ ସଞ୍ଜୟ ସାରସ୍ୱତ, ନ୍ୟାସନାଲ୍ ହେଡ୍, ଜିଏସ୍ଟି, ଜେଏଚ୍ଏସ୍ କନସଲଟିଂ ପ୍ରା. ଲିଃ., ଶ୍ରୀ କିଶୋରସିଂ ଝାଲା, ଗ୍ରୁପ୍ ଚେୟାରମ୍ୟାନ୍, ପାୱାର ଟ୍ରାକ୍, ଠାକୁର ଅନୁପ ସିଂ, ଫାଉଣ୍ଡର, ମାର୍ଗ ଇଆର୍ପି ଲିଃ., ଶ୍ରୀ ଜିତେନ୍ଦ୍ର ସିଂ ପାଚର, ଏମ୍ଡି, ପାଚର ଗ୍ରୁପ୍, ଜୟପୁର, ରାଜସ୍ଥାନ, ଶ୍ରୀ କାନୱାଲ ସିଂ ଚୌହାନ,ପଦ୍ମଶ୍ରୀ, ସଦସ୍ୟ, ICAR ଗଭର୍ଣ୍ଣିଂ ବଡି, ଶ୍ରୀ ଅଶ୍ୱିନ ସିଂ ସର୍ଭାଇୟା, ପରିଚାଳନା ନିର୍ଦ୍ଦେଶକ, ସର୍ଭାଇୟା ରପ୍ତାନି ଲିମିଟେଡ୍, ଶ୍ରୀ ଅମିତ ସିଂ, ନିର୍ଦ୍ଦେଶକ, ଆଧୁନିକ ଭିର୍ ରେସ୍ ସିକ୍ୟୁରିଟି ଫୋର୍ସ ଇଣ୍ଡିଆ ପ୍ରା.ଲିଃ. ପ୍ରମୁଖ ଉପସ୍ଥିତ ରହି ସଫଳ ଉଦ୍ୟୋଗ ସମ୍ବନ୍ଧୀୟ ବିଭିନ୍ନ ବିଷୟ ଉପରେ ଆଲୋଚନା କରିବେ । 

ସେହିଭଳି ଦ୍ୱିତୀୟ ଅଧିବେଶନରେ ଶ୍ରୀ ଆଘୋରେଶ୍ୱର ସିଂ, B.E, PGDM, ଡାଟା ଆନାଲିଟିକ୍ସ (IIM-B), ଶ୍ରୀ ବିଜୟ ସିଂ ରାଠୋର, ସହ-ପ୍ରତିଷ୍ଠାତା ଏବଂ ସିଇଓ, ସୋନିକର୍ନ ଭେଞ୍ଚର୍ସ, ଡକ୍ଟର ରାଣା ପ୍ରତାପ ସିଂ, ଡିନ୍, ଏକାଡେମିକ୍ ବ୍ୟାପାର, ଶ୍ରୀ ଅଜୟ ବାହାଦୂର ସିଂ, ଆଞ୍ଚଳିକ ନିଦେ୍ର୍ଦଶକ, ଆକାଶ ବାଇଜୁସ୍, ଶ୍ରୀ ଧୀରଜ କୁମାର ସିଂ, ପରିଚାଳନା ନିଦେ୍ର୍ଦଶକ, GRC India, ଶ୍ରୀ ବିପିନ କୁମାର ସିଂ, ପ୍ରତିଷ୍ଠାତା ଏବଂ ପରିଚାଳନା ନିଦେ୍ର୍ଦଶକ, ଗୋଲ୍ ଏଜୁକେସନାଲ୍ ସର୍ଭିସ୍ ପ୍ରା. ଲିଃ., ଶ୍ରୀ ଶିବ ପ୍ରକାଶ ସିଂ, ପରିଚାଳନା ନିଦେ୍ର୍ଦଶକ, ଶିବ ନରେଶ ସ୍ପୋର୍ଟସ୍ ପ୍ରା. ଲିଃ., ଶ୍ରୀ କରଣ ସିଂ ଉଚିଆର୍ଦା, ଚେୟାରମ୍ୟାନ୍ ତଥା ପରିଚାଳନା ନିଦେ୍ର୍ଦଶକ, ଆଶାପୁର୍ଣ୍ଣା ବିଲ୍ଡକନ୍ ଲିମିଟେଡ୍, ଶ୍ରୀ ମ୍ରିତୁ୍ୟଞ୍ଜୟ କୁମାର ସିଂ, ରାଜ୍ୟ ସଭାପତି, ବିହାର ପୋଲିସ ଆସୋସିଏସନ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ଅଭିଜ୍ଞତା ବାବଦରେ ଆଲୋଚନା କରିବେ । ଏହି ଅବସରରେ ଶ୍ରୀ ଅଶୋକ କୁମାର ସିଂ, ଜାତୀୟ ସାଧାରଣ ସମ୍ପାଦକ, ପ୍ରଶାସନ ଏଆର୍ଏସ୍ ସଭାସାଙ୍ଗ ଭାଷଣ ପ୍ରଦାନ କରିଥିବାବେଳେ ଡକ୍ଟର ଏସ୍ କେ ସିଂ, ଜାତୀୟ ସାଧାରଣ ସମ୍ପାଦକ, ଏଆର୍ଏସ୍ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିବେ । 

ସନ୍ଧ୍ୟାରେ ସମ୍ମାନ ସମାରୋହରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହ ଦେଓ ଉପସ୍ଥିତ ରହିବେ । ସମ୍ମାନିତ ଅତିଥି ଭାବେ ଶ୍ରୀ ବିଜୟ ପାଲ ସିଂ ତୋମାର, ସାଂସଦ ରାଜ୍ୟସଭା, ଶ୍ରୀ ରାଜୀବ କୁମାର ସିଂ, ବିଧାୟକ, ବାଦାଉନ୍, ଶ୍ରୀ ମେଘରାଜ ସିଂ ରୟାଲ, ଶ୍ରୀ କରଣ ସିଂ ଉଚିଆର୍ଦା, ଶ୍ରୀ ରତନ ସିଂ ରାଠୋର ପ୍ରମୁଖ ଉପସ୍ଥିତ ରହିବେ । ଅନ୍ୟ ଅତିଥି ଭାବେ ଠାକୁର ଆର ପି ସିଂ ଦୁର୍ଗବନଶମ, ଜାତୀୟ ସଭାପତି, ଏଆର୍ଏସ୍, ଚନ୍ଦ୍ର ଶେଖର ସିଂ, ରାଜ୍ୟ ସଭାପତି, ଏଆର୍ଏସ୍ ଓଡିଶା, ଶ୍ରୀ ଜୟ ପ୍ରକାଶ ସିଂ, ଶ୍ରୀ ସୁରେନ୍ଦ୍ର ବାହାଦୂର ସିଂ, ପୂର୍ବତନ ବିଧାୟକ, ପଦ୍ମଶ୍ରୀ ଶ୍ରୀ କାନୱାଲ ସିଂ ଚୌହାନ, ଶ୍ରୀ ସୌଭାଗ୍ୟ ସିଂ ଦେଓରା, ଶ୍ରୀ ମନଭେନ୍ଦ୍ର ସିଂ, ଶ୍ରୀ କେ ବି ସିଂ, ଓଡିଶାର ପୂର୍ବତନ ଡିଜିପି, ଶ୍ରୀ ଅନିଲ କୁମାର ସିଂ, ମୁଖ୍ୟ, ଜେଏସଡବ୍ଲୁ, ଡା ମୃଣାଳୀ ଦରଶାୱାଲ, ଆଇଏଏସ୍, ଓଡିଶା ପ୍ରମୁଖ ଉପସ୍ଥିତ ରହିବେ । 

ଦ୍ୱିତୀୟ ଦିବସରେ ସାମାଜିକ, ବ୍ୟବସାୟ, ଅର୍ଥନୈତିକ ଏବଂ ଭବିଷ୍ୟତରେ ରୋଜଗାର ସମ୍ବନ୍ଧରେ ଆଲୋଚନା କରିବେ ଉପସ୍ଥିତ ଅତିଥି । ପରେ ସମସ୍ତ ଡେଲିଗେଟ୍ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ପ୍ରସ୍ଥାନ କରିବେ । ରାଜପୁତାନା ସଂଘର ନ୍ୟାସନାଲ ସଭାପତି ଆର୍.ପି. ସିଂ, ରାଜ୍ୟ ସଭାପତି ଚନ୍ଦ୍ର ଶେଖର ସିଂ ଏବଂ ରାଜ୍ୟ ସମ୍ପାଦକ ଚନ୍ଦ୍ର ଭୂଷଣ ସିଂଙ୍କ ବଳିଷ୍ଠ ତଥା ଅଭିଜ୍ଞ ପରିଚାଳନା ଏହି କର୍ମଶାଳା ସଫଳଭାବେ ପରିଚାଳିତ ହେବ ।