Achyuta Samanta Awarded 63rd Honorary Doctorate : Ommtv
Achyuta Samanta Awarded 63rd Honorary Doctorate : Ommtv
Achyuta Samanta Awarded 63rd Honorary Doctorate : Ommtv
Bhubaneswar, December 12: Well-known social worker, educationist, and founder of KIIT & KISS, Dr. Achyuta Samanta, was conferred with his 63rd honorary doctorate by Awadhesh Pratap Singh (A.P.S.) University, Rewa, Madhya Pradesh. The honour was presented during the university’s 12th convocation ceremony on 12th December 2024.
The recognition underscores Dr. Samanta's remarkable contributions to society through education and social service. While conferring the degree, the university commended his exceptional efforts in transforming lives through education and community development.
Expressing his gratitude, Dr. Samanta said, “For the last 33 years, I have been working relentlessly for the betterment of society. This honorary doctorate will remain a cherished milestone for me.” Dr. Samanta has now been awarded 63 honorary doctorates by prestigious universities and institutions worldwide in acknowledgment of his outstanding contributions to education and social service.
The ceremony was graced by Shri Mangubhai C. Patel, Hon’ble Governor of Madhya Pradesh and Chancellor of A.P.S. University; Vice Chancellor, Dr. Rajkumar Acharya. Several other distinguished dignitaries were also present on the occasion.
The A.P.S. is a government university, and it has been named after Captain Awadhesh Pratap Singh, a distinguished son of the soil and a freedom fighter. The university was established in 1968.
ଭୁବନେଶ୍ୱର, ୧୨ । ୧୨: ଶିକ୍ଷାବିତ୍, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ମଧ୍ୟପ୍ରଦେଶର ରେୱାସ୍ଥିତ ଅବଧେଶ ପ୍ରତାପ ସିଂହ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ କରାଯାଇଛି । ଗୁରୁବାର ଅବଧେଶ ପ୍ରତାପ ସିଂହ ବିଶ୍ୱବିଦ୍ୟାଳୟର ୧୨ତମ ସମାବର୍ତ୍ତନ ସମାରୋହ ଅବସରରେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହା ହେଉଛି ଅଚ୍ୟୁତ ସାମନ୍ତଙ୍କ ୬୩ତମ ସମ୍ମାନସୂଚକ ଡକ୍ଟରେଟ୍ । ଶିକ୍ଷା ଜରିଆରେ ସମାଜର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି । ଏହି ସମ୍ମାନ ଗ୍ରହଣ କରି ଶ୍ରୀ ସାମନ୍ତ କହିଛନ୍ତି, ବିଗତ ୩୩ବର୍ଷ ଧରି ମୁଁ ନିରନ୍ତର ସମାଜସେବା କରିଆସୁଛି । ଏହି ସମ୍ମାନ ଶିକ୍ଷା ଓ ସମାଜସେବା କ୍ଷେତ୍ରରେ କାମ କରିବାକୁ ଆହୁରି ପ୍ରେରଣା ଯୋଗାଇବ ବୋଲି ଶ୍ରୀ ସାମନ୍ତ କହିଛନ୍ତି । ଏହା ପୂର୍ବରୁ ସମାଜସେବା ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ବିଶ୍ୱର ବିଭିନ୍ନ ଦେଶର ବହୁ ସମ୍ମାନଜନକ ବିଶ୍ୱବିଦ୍ୟାଳୟ ଓ ପ୍ରତିଷ୍ଠିତ ଅନୁଷ୍ଠାନ ପକ୍ଷରୁ ଶ୍ରୀ ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଡ଼ିଗ୍ରୀ ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟ କୁଳାଧିପତି ମଙ୍ଗୁଭାଇ ପଟେଲ ଓ କୁଳପତି ଡ ରାଜକୁମାର ଆଚାର୍ଯ୍ୟଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ୧୯୬୮ ମସିହାରେ ପ୍ରତିଷ୍ଠିତ ଅବଧେଶ ପ୍ରତାପ ସିଂହ ବିଶ୍ୱବିଦ୍ୟାଳୟ ଏକ ସମ୍ମାନଜନକ ସରକାରୀ ବିଶ୍ୱବିଦ୍ୟାଳୟ ।