ଆରୋହଣ ଟ୍ରଷ୍ଟ ତରଫରୁ ବିଶାଳ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର : Ommtv
ଆରୋହଣ ଟ୍ରଷ୍ଟ ତରଫରୁ ବିଶାଳ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର : Ommtv

ଆରୋହଣ ଟ୍ରଷ୍ଟ ତରଫରୁ ବିଶାଳ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର : Ommtv
ଭୁବନେଶ୍ୱର : ୱାର୍ଡ ନଂ ୨୭ ଜୟଦେବ ବିହାର, ଆଇଆରସି ଭିଲେଜରେ ଆରୋହଣ ଟ୍ରଷ୍ଟ ଦ୍ଵାରା ଏକ ବିଶାଳ ନିଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର ସହିଦ୍ ଭଗତ ସିଂ ଯୁବ ପରିଷଦ ଓ ନିଗମ ହେଲଥ୍ କେଆର ହସ୍ପିଟାଲର ସହଯୋଗିତାରେ ଅନୁଷ୍ଠିତ ହୋଇ ଯାଇଅଛି । ଏହି ବିଶାଳ ଶିବିରରେ ୮ ଟି ବିଭାଗର ଅଭିଜ୍ଞ ଡାକ୍ତର ମାନେ ଉପସ୍ଥିତ ରହି ରୋଗୀ ମାନଙ୍କୁ ଯାଞ୍ଚ କରିଥିଲେ । ଏଥି ସହିତ ରକ୍ତ ପରୀକ୍ଷା, ରକ୍ତଚାପ ଏଵଂ ଇସିଜି ପରୀକ୍ଷା ମଧ୍ୟ କରାଯାଇଥିଲା ।
ଏହି ବିଶାଳ ଶିବିରରେ ଭାରତୀୟ ଜନତା ପାର୍ଟିର ପୂର୍ବତନ ସାଂସଦ ଓ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ଉପସଭାପତି ଗୋଲଖ ମହାପାତ୍ର, ଭୁବନେଶ୍ୱର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ରମାଦେବୀ ମହିଳା ମହାବିଦ୍ୟାଳୟର(ଏମଆରଡିସି) ପ୍ରଫେସର ଡ଼ା ସୁଚେତା ପ୍ରୀୟବାଦିନୀ ପ୍ରଭୃତି ଯୋଗଦାନ କରିଥିଲେ। ଆରୋହଣ ଟ୍ରଷ୍ଟର ଅଧ୍ୟକ୍ଷ ତଥା ସହିଦ୍ ଭଗତ ସିଂ ଯୁବ ପରିଷଦର ସମ୍ପାଦକ ସ୍ୱୋପ୍ନେନ୍ଦୁ ମହାନ୍ତି ଓ ସହିଦ୍ ଭଗତ ସିଂ ଯୁବ ପରିଷଦର ସଭାପତି ରଶ୍ମିରଞ୍ଜନ କାନୁନଗୋ କହିଥିଲେ ଏହା ତାଙ୍କର ୫୧ ତମ ସ୍ବାସ୍ଥ୍ୟ ସେବା ଶିବିର ଏବଂ ସେମାନେ ଏହି ଭଳି କାର୍ଯ୍ୟକ୍ରମ ପ୍ରତି ଗଳି କନ୍ଦିରେ ଲୋକ ମାନଙ୍କ ପାଖରେ ପହଞ୍ଚେଇବାର ଶପଥ ନେଇଛନ୍ତି। ପାଖା ପାଖି ୫୦୦ ରୁ ଉର୍ଦ୍ଧ ରୋଗୀ ମାନଙ୍କର ଚିକିତ୍ସା ଓ ଔଷଧ ବଣ୍ଟନ ଆଜିର ଶିବିରରେ କରାଯାଇଥିଲା ।