କିଟ୍ ବିଶ୍ୱବିଦ୍ୟାଳୟରେ କ୍ଷେତ୍ରୀୟ ନବ ବର୍ଷ:Ommtv
କିଟ୍ ବିଶ୍ୱବିଦ୍ୟାଳୟରେ କ୍ଷେତ୍ରୀୟ ନବ ବର୍ଷ:Ommtv

କିଟ୍ ବିଶ୍ୱବିଦ୍ୟାଳୟରେ କ୍ଷେତ୍ରୀୟ ନବ ବର୍ଷ:Ommtv
କିଟ୍ ବିଶ୍ୱବିଦ୍ୟାଳୟରେ କ୍ଷେତ୍ରୀୟ ନବ ବର୍ଷ ଆଜି କିଟ୍ ପରିସରରେ ଧୁମଧାମରେ ପାଳିତ ହୋଇଯାଇଛିl ଏହି ଅବସରରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତର ବିଭିନ୍ନ ରାଜ୍ୟରେ ସ୍ଥାନୀୟ ନବ ବର୍ଷ ପାଳନ କରାଯାଇଥାଏ ବୋଲି କହିଥିଲେ l ଆଞ୍ଚଳିକତା ଭିନ୍ନ ଥିଲେ ମଧ୍ୟ ବୈଶାଖ ମାସର ତିନିଦିନ ବିଭିନ୍ନ ରାଜ୍ୟରେ ନବ ବର୍ଷ ଭାବରେ ପାଳନ କରଯାଇଥାଏ l ଭାରତର ବିଭିନ୍ନ ରାଜ୍ୟର ଛାତଛାତ୍ରୀ କିଟରେ ପଢ଼ୁ ଥିବାରୁ ଏଠାରେ ପ୍ରତିବର୍ଷ କ୍ଷେତ୍ରୀୟ ନବବର୍ଷ ଉତ୍ସବ ଅତି ଆନନ୍ଦର ସହ ପାଳିତ ହୋଇଆସୁଛି l ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କିସ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦେବାଶିଷ ବନ୍ଦୋପାଧ୍ୟାୟ ପ୍ରମୁଖ ଉପସ୍ଥିତ ରହି କ୍ଷେତ୍ରୀୟ ନବ ବର୍ଷ ପାଳନର ବିଭିନ୍ନ ଦିଗ ଉପରେ ସୂଚନା ଦେଇଥିଲେ l ପରେ ଛାତଛାତ୍ରୀଙ୍କ ବିଭିନ୍ନ ରାଜ୍ୟର ଲୋକ କଳା ପରିବେଷଣ କରାଯାଇଥିଲା l