କେଶବ ରାଉତ ନାଟ୍ୟ ସ୍ମୃତି କମିଟିର ବାର୍ଷିକୋତ୍ସବ:Ommtv Kalingavikas

କେଶବ ରାଉତ ନାଟ୍ୟ ସ୍ମୃତି କମିଟିର ବାର୍ଷିକୋତ୍ସବ:Ommtv Kalingavikas

କେଶବ ରାଉତ ନାଟ୍ୟ ସ୍ମୃତି କମିଟିର ବାର୍ଷିକୋତ୍ସବ:Ommtv Kalingavikas

କେଶବ ରାଉତ ନାଟ୍ୟ ସ୍ମୃତି କମିଟିର ବାର୍ଷିକୋତ୍ସବ:Ommtv Kalingavikas

ଭୁବନେଶ୍ୱର :(ଚକ୍ରଧର) କେଶବ ରାଉତ ନାଟ୍ୟ ସ୍ମୃତିକମିଟିର ବାର୍ଷିକୋତ୍ସବ ପଟିଆରେ ଅନୁଷ୍ଠିତ ହୋଇଯାଇଛି । ବିଜୟ କୁମାର ମହାରଣାଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଏମ୍‌ସି ମେୟର ସୁଲୋଚନା ଦାସ, ଅଭିନେତା ଅଶ୍ରୁମୋଚନ ମହାନ୍ତି, ଯାତ୍ରା କଳାକାର ଦୈତାରୀ ପଣ୍ଡା, ଲିଜୁଳ ଚୌଧୁରୀ, ଚନ୍ଦ୍ରଶେଖରପୁର ସାହିତ୍ୟ ସଂସଦର ସମ୍ପାଦକ ବସନ୍ତ ମାଝୀ ଅତିଥି

ଭାବେ ଯୋଗ ଦେଇଥିଲେ।

 କମିଟିର ସମ୍ପାଦକ ମିହିର କୁମାର ରାଉତ ଅତିଥି ପରିଚୟ ପ୍ରଦାନ ସହ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଅମୂଲ୍ୟ କୁମାର ଜେନାସ୍ବର୍ଗତ ରାଉତଙ୍କ ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ପୁସ୍ତକ ‘ବାପାଙ୍କ କଲମରୁ’ ଲୋକାର୍ପଣ ସହ ବହୁ ଲେଖକ ଓ କଳାକାରଙ୍କୁ ସମ୍ମାନିତ କରାଯାଇଥିଲା। କମିଟିର ସହସମ୍ପାଦକ ଅନ୍ନଦା ପ୍ରସାଦ ରାୟ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମ ପୂର୍ବରୁ ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ ସ୍ବର୍ଗତ ରାଉତଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ ।