ଶ୍ରୀଜଗନ୍ନାଥଙ୍କ ସଂକୀର୍ତନ ଓ ଗୀତ ଗୋବିନ୍ଦର ଶ୍ରୀତ କମଲର ୟୁଟ୍ୟୁବରେ ଲୋକାର୍ପଣ:Ommtv Kalingavika
ଶ୍ରୀଜଗନ୍ନାଥଙ୍କ ସଂକୀର୍ତନ ଓ ଗୀତ ଗୋବିନ୍ଦର ଶ୍ରୀତ କମଲର ୟୁଟ୍ୟୁବରେ ଲୋକାର୍ପଣ:Ommtv Kalingavika
ଶ୍ରୀଜଗନ୍ନାଥଙ୍କ ସଂକୀର୍ତନ ଓ ଗୀତ ଗୋବିନ୍ଦର ଶ୍ରୀତ କମଲର ୟୁଟ୍ୟୁବରେ ଲୋକାର୍ପଣ:Ommtv Kalingavik
ଭୁବନେଶ୍ୱର:(ରିପୋର୍ଟ: ଚକ୍ରଧର) ଏ ଓଡ଼ିଆ ଜାତିର ଅତି ଆପଣାର ଅଭିଭାବକ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅତି ପ୍ରିୟ ସଂକୀର୍ତନ ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ପାହିମାମ... ଓ ଗୀତ ଗୋବିନ୍ଦର ଶ୍ରୀତ କମାଲ... ର ବହୁଳ ଭାବେ ପ୍ରଚାର ଓ ପ୍ରସାର ନିମନ୍ତେ ପୁଣି ଥରେ ନୂତନ ପ୍ରୟାସ ଆଜି ସହିଦନଗର ୩୩୮ ପ୍ଲଟ ରେ ଆରମ୍ଭ କରାଯାଇଛି ।
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଜାଗରଣ ନିମନ୍ତେ ଓ ତାଙ୍କୁ ଭଲ ପାଇବା ବଢାଇବା ନିମନ୍ତେ "ସକାଳୁ ସକାଳୁ ଉଠାନ୍ତୁ ଜୟ ଜଗନ୍ନାଥ ଜପନ୍ତୁ " ଏବଂ ସକାଳୁ ରାତି ପର୍ଯ୍ୟନ୍ତ ଜୟ ଜଗନ୍ନାଥ କହିବାକୁ ଆହ୍ୱାନ କରା ଯାଇଛି ଏହି ଜାଗରଣ କାର୍ଯ୍ୟକ୍ରମରେ ମହାପ୍ରଭୁ ଶ୍ରୀଜଗନ୍ନା ଙ୍କ ସହସ୍ର ନାମ ପଠନ, ସଂକୀର୍ତନ ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ପାହିମାମ...ଓ ଗୀତ ଗୋବିନ୍ଦ ଆଳତି ଶ୍ରୀତ କମଲ... ପ୍ରତେକ ଓଡ଼ିଆ ଘରର ମଙ୍ଗଳ ପାଇଁ ବିଭିନ୍ନ ସ୍ଥାନରେ କରାଯିବ । ଆଜି ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଡ଼ ନାରାୟଣ ମହାପାତ୍ର ସୁରେଶ ମିଶ୍ର ଭାରତୀ ଭୂଷଣ ପଟ୍ଟନାୟକ ତ୍ରିଲୋଚନ ନାୟକ ଅନାମିକା ସ୍ୱାଇଁ ପଟ୍ଟନାୟକ ଅନୁପମା ମିଶ୍ର ଅଜୟ ଦାସ ପ୍ରମୁଖ କଣ୍ଠ ଦାନ କରିଛନ୍ତି । ବାଦ୍ୟ ଯନ୍ତରେ ନାରାୟଣ ଜେନା ଚିତ୍ତରଞ୍ଜନ ପ୍ରଧାନ, ପର୍ଶୁରାମ ଦାସ ଅମର ରାଓ ଓ ଶ୍ରୀନିବାସ ରାଓ ପ୍ରମୁଖ ସାହାଯ୍ୟ ଓ ସହଯୋଗ କରିଛନ୍ତି ।

ଏହି ସଂକୀର୍ତନ ଓ ଆଳତି ଭଜନ ଓଡିଶାରେ ପ୍ରତେକ ଘରେ ପହଞ୍ଚିବା ପାଇଁ ଆହ୍ୱାନ ଦିଆଯାଇଛି । ଦୁଇଟି ଭଜନ ପ୍ରଭୁଙ୍କ ର ଅତ୍ୟନ୍ତ ପ୍ରିୟ, ଆମେ ଓଡ଼ିଆ ଓ ଆମ ମହାପ୍ରଭୁ ଭାରି ବଢିଆ,ଏହି ଭଜନ ଓଡିଶାରେ ପ୍ରତେକ ଘରେ ପ୍ରତେକ ଦିନ ପ୍ରାର୍ଥନା କରାଯାଉ ।ଏହା ଦ୍ୱାରା ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ମିଳିବା ସହିତ ମାନସିକ ଶାନ୍ତି ମଧ୍ୟ ମିଳିବ, ଓଡ଼ିଆ ତାର ପ୍ରଭୁଙ୍କୁ ଅତ୍ୟନ୍ତ ଭଲ ପାଇ ଘରର ପ୍ରତେକ କାର୍ଯ୍ୟରେ ତାଙ୍କୁ ଖୋଜି ଥାଏ । ଆସନ୍ତୁ ଆମେ ସମସ୍ତେ ଏହି ପ୍ରଭୃଙ୍କ ପ୍ରିୟ ଦୁଇଟି ଭଜନ ପ୍ରତେକ ଦିନ ପ୍ରାର୍ଥନା ଭାବେ ବୋଲି ତାଙ୍କ କୃପା ଲାଭ କରିବା ।
