ହୋପ୍ ଫାଉଣ୍ଡେସନ୍ ତରଫରୁ ରକ୍ତଦାନ ଏବଂ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ:Ommtv Kalinga Vikas

ବିଜେବି ନଗର ସ୍ଥିତ ଉର୍ଜା କ୍ଲାସେସ୍ ଶିକ୍ଷାନୁଷ୍ଠାନ ପରିସରରେ ହୋପ୍ ଫାଉଣ୍ଡେସନ୍, ଜୟ ଓଡିଶା ଏବଂ କେୟାର ନେତ୍ରମ୍ ର ମିଳିତ ଆନୁକୂଲ୍ୟରେ ୧୭ତମ ରକ୍ତଦାନ ଶିବିର ଏବଂ ଚକ୍ଷୁ ପରୀକ୍ଷା ସ୍ୱାସ୍ଥ୍ୟ ସେବା ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଜଗନ୍ନାଥ ପ୍ରଧାନ ଏବଂ ଶ୍ରୀଯୁକ୍ତ ରୁଦ୍ର ନାରାୟଣ ସାମନ୍ତରାୟ ଯୋଗଦେଇ ଫାଉଣ୍ଡେସନ୍ ର ଏପରି ମହତ ପ୍ରୟାସକୁ ଉଚ୍ଚ ପ୍ରଶଂସା କରିବା ସହିତ ରକ୍ତଦାନ ର ମହତ୍ୱ ସଂପର୍କରେ ବୁଝାଇ କହିଥିଲେ ଏବଂ ଯୁବ ଓ ଛାତ୍ର ସମାଜ କୁ ବହୁ ସଂଖ୍ୟାରେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ।

ସ୍ଥାନିୟ ଜନ ସାଧାରଣ ମାନେ ବହୁ ସଂଖ୍ୟାରେ ଆସି ନିଜର ସ୍ୱାସ୍ଥ୍ୟ ଏବଂ ଚକ୍ଷୁ ପରୀକ୍ଷା କରାଇ ଥିଲେ। ୭୦ରୁ ଉର୍ଧ ବ୍ଯକ୍ତି ନିଜର ଚକ୍ଷୁ ପରୀକ୍ଷା କରାଇବା ସହିତ ଚଷମା ନେଲେ। ଆଜିର ଏହି ଶିବିରରେ ମୋଟ ୩୦ୟୁନିଟ୍ ରକ୍ତ ସଂଗ୍ରହ କରାଯାଇ ଭାରତୀୟ ରେଡକ୍ରସ ସୋସାଇଟ୍ କୁ ପ୍ରଦାନ କରାଯାଇଥିଲା। ଶେଷରେ ହୋପ୍ ର ସଭାପତି ଶ୍ରୀଯୁକ୍ତ ବିକ୍ରମ ନାୟକ ଫାଉଣ୍ଡେସନ୍ ତରଫରୁ ଧନ୍ୟଵାଦ ପ୍ରଦାନ କରିଥିଲେ ।