୧୫ ତମ ସାର୍ବଜନୀନ ଦୁର୍ଗାପୂଜା ଭସାଣି ନିମନ୍ତେ ପ୍ରସ୍ତୁତି ସଭାକ୍ଲ ବଟାଉନ୍ ପାଖ ପଡିଆକୁ ଭସାଣି ପାଇଁ ସଂରକ୍ଷିତ ରଖାଯାଉ: Ommtv Kalingavikas
୧୫ ତମ ସାର୍ବଜନୀନ ଦୁର୍ଗାପୂଜା ଭସାଣି ନିମନ୍ତେ ପ୍ରସ୍ତୁତି ସଭାକ୍ଲ ବଟାଉନ୍ ପାଖ ପଡିଆକୁ ଭସାଣି ପାଇଁ ସଂରକ୍ଷିତ ରଖାଯାଉ: Ommtv Kalingavikas
୧୫ ତମ ସାର୍ବଜନୀନ ଦୁର୍ଗାପୂଜା ଭସାଣି ନିମନ୍ତେ ପ୍ରସ୍ତୁତି ସଭାକ୍ଲ ବଟାଉନ୍ ପାଖ ପଡିଆକୁ ଭସାଣି ପାଇଁ ସଂରକ୍ଷିତ ରଖାଯାଉ: Ommtv Kalingavikas

ଭୁବନେଶ୍ୱର,୧୭।୮- ଭୁବନେଶ୍ୱର ଉତ୍ତର ପୂଜା ଭସାଣି ସମିତି ଆନୁକୂଲ୍ୟରେ ଚଳିତ ବର୍ଷ ୧୫ ତମ ସାର୍ବଜନୀନ ଦୁର୍ଗାପୂଜା ଭଷାଣି ନିମନ୍ତେ ପ୍ରସ୍ତୁତି ସଭା ଚନ୍ଦ୍ରଶେଖରପୁର ସ୍ଥିତ ଗ୍ରାଣ୍ଡ ଲୁମ୍ବିନୀ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସମିତିର ସଭାନେତ୍ରୀ ରଶ୍ମିରେଖା ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପ୍ରାୟ ୧୫ଟି ଦୁର୍ଗାପୂଜା କମିଟିର ସଭାପତି, ସଂପାଦକ ଓ କର୍ମକର୍ତ୍ତାମାନେ ଯୋଗଦାନ କରିଥିଲେ । ଭସାଣି ଉତ୍ସବକୁ କିପରି ସରସ ଓ ସୁନ୍ଦର କରିବା ସହିତ ଶୃଙ୍ଖଳିତ ଭାବରେ ସମାପନ କରାଯାଇପାରିବ ସେ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା। କ୍ଲବ ଟାଉନ ପଡିଆକୁ ଭଷାଣି ପଡିଆ ଭାବରେ ନାମିତ କରାଯାଇ ତାକୁ ଭଷାଣି ନିମନ୍ତେ ସଂରକ୍ଷିତ ରଖିବା ପାଇଁ ଦାବୀ ଉପସ୍ଥାପନ କରାଯାଇଥିଲା. ମୁଖ୍ୟ ଅତିଥିଭାବେ ଏକାମ୍ର ବିଧାୟକ ବାବୁ ସିଂ ଯୋଗଦେଇ ତାଙ୍କ ବକ୍ତବ୍ୟରେ ଭୁବନେଶ୍ୱର ଉତ୍ତର ଅନ୍ତର୍ଗତ ସମସ୍ତ ଦୁର୍ଗାପୂଜା କମିଟି ତଥା ଉତ୍ତର ଭଷାଣି ସମିତିର ଯାହା ସମସ୍ୟା ସବୁ ଅଛି ତାର ଆଶୁ ସମାଧାନ ନିମନ୍ତେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ପ୍ରତିଶୃତି ପ୍ରଦାନ କରିଥିଲେ। ସମ୍ମାନିତ ଅତିଥିଭାବେ ପୂର୍ବତନ ବିଧାୟକ ତଥା ବିଜେପି ର ବରିଷ୍ଠ ନେତା ଏବଂ ସମିତିର ମୁଖ୍ୟ ଉପଦେଷ୍ଟା ପ୍ରିୟଦର୍ଶି ମିଶ୍ର ଯୋଗ ଦେଇ ଚଳିତ ବର୍ଷ ମା' ଦୁର୍ଗାଦେବୀଙ୍କ ଭଷାଣି ଉତ୍ସବ ମାଧ୍ୟମରେ ଉତ୍ତର ଭୁବନେଶ୍ୱରର ଭାଇଚାରା ଆହୁରି ସୁଦୃଢ଼ ହେବା ସହିତ ଶୃଙ୍ଖଳିତ ଭଷାଣି ସମାପନ ଉପରେ ଗୁରୁତ୍ୱ ଦେଇଥିଲେ। ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରତି ମଣ୍ଡପକୁ ଏକ ଲକ୍ଷ ଟଙ୍କା ତାଙ୍କ ସାଂସଦ ପାଣ୍ଠିରୁ ସହାୟତା ପ୍ରଦାନ ନିମନ୍ତେ ଘୋଷଣା କରିଥିବାରୁ ସମିତି ତରଫରୁ ସାଂସଦଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ସାଧୁବାଦ ଜଣାଇଥିଲେ। ଅନ୍ୟତମ ଅତିଥିଭାବେ ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ଯୋଗ ଦେଇ ଦୁର୍ଗାପୂଜା ଓ ଭଷାଣି ଉତ୍ସବ ମାଧ୍ୟମରେ କଟକ ସହରର ଭାଇଚାରା ଭୁବନେଶ୍ୱର ପ୍ରତିଷ୍ଠା ସମ୍ଭବ ହୋଇ ପାରୁଛି ବୋଲି କହିବା ସହିତ ଏତାଦୃଶ କାର୍ଯ୍ୟ ନିମନ୍ତେ ସମିତିର କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ପୋଲିସ ପ୍ରଶାସନ, ଅଗ୍ନିଶମ ବିଭାଗ, ଟ୍ରାଫିକ,ୱାଟକୋ, ବିଏମସି, ନିର୍ମାଣ ବିଭାଗର ବିଭାଗୀୟ ସରକାରୀ ଅଧିକାରୀ ମାନେ ଉପସ୍ଥିତ ରହି ଭଷାଣି ସମ୍ପର୍କୀୟ ବିଭିନ୍ନ ମତାମତ ଦେଇଥିଲେ। ସମିତି ତରଫରୁ ସମସ୍ତ ଅଧିକାରୀ ତଥା ସାମ୍ବାଦିକ ବନ୍ଧୁ ମାନଙ୍କୁ ସମ୍ମାନିତ କରାଯାଇଥିଲା। ଉପଦେଷ୍ଟା ଡ଼ ମଧୁମାଧବ କେନା, ଗଜେନ୍ଦ୍ର ଜେନା, ନିଶାକର ସାହୁ, ସମରେନ୍ଦ୍ର ସାହୁ,ସୁକାନ୍ତ ପରିଡା, ଅଶୋକ ପାତ୍ର, ସୁନୀଲ ରାୟ, ଗୟାଧର ମଲ୍ଲିକ, କେ. ସି. ଭଞ୍ଜଦେଓ ଓ ଉମାକାନ୍ତ ହାତୀ ଙ୍କ ସମେତ ବିଭିନ୍ନ କମିଟିର ଶତାଧିକ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ଡିଷ୍ଟ୍ରିକ୍ଟ ସେଣ୍ଟର ଓନର୍ସ ଆସୋସିଏସନ ର ସାଧାରଣ ସମ୍ପାଦକ ତଥା ଭସାଣି ସମିତିର ସାଧାରଣ ସମ୍ପାଦକ ସରୋଜ କାନ୍ତ ମଲ୍ଲିକ ସଭାରେ ସଂଯୋଜନା କରିବା ସହିତ ତାଙ୍କର ଅଭିଭାଷଣ ପ୍ରଦାନ କରିଥିଲେ। ଇଞ୍ଜଣା ଦୁର୍ଗାପୂଜା କମିଟିର ସଭାପତି ପ୍ରଦୀପ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ
