ଶ୍ରୀ କ୍ରିଷ୍ଣା ଇଣ୍ଟରନ୍ୟାସନାଲ ସ୍କୁଲରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ଶ୍ରୀ କ୍ରିଷ୍ଣା ଇଣ୍ଟରନ୍ୟାସନାଲ ସ୍କୁଲରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ଶ୍ରୀ କ୍ରିଷ୍ଣା ଇଣ୍ଟରନ୍ୟାସନାଲ ସ୍କୁଲରେ ୮୦ତମ ସ୍ୱାଧୀନତା ଦିବସ  ପାଳିତ

ଶ୍ରୀ କ୍ରିଷ୍ଣା ଇଣ୍ଟରନ୍ୟାସନାଲ ସ୍କୁଲରେ ୮୦ତମ ସ୍ୱାଧୀନତା ଦିବସ

ପାଳିତ

ଭୁବନେଶ୍ୱର,୧୭ା୮ ଭୁବନେଶ୍ୱର ଉପକଣ୍ଠ ମଳିପଡା ସ୍ଥିତ ଶ୍ରୀ କ୍ରିଷ୍ଣା
ଇଣ୍ଟରନ୍ୟାସନାଲ ସ୍କୁଲରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ
ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ପ୍ରସନ୍ନ କୁମାର
ପାଟ୍ଟଶାଣୀ ଯୋଗଦେଇ ପତାକା ଉତ୍ତୋଲନ କରିଥିଲେ । ପିଲାମାନେ ହେଉଛନ୍ତି
ଆଗାମୀ କାଲିର ଭବିଷ୍ୟତ । ସେମାନେ ସଚେତନ ହେଲେ ଦେଶର ଉନ୍ନତି ସାଧନ ହେବା ସହ
ଦେଶ ଆଗକୁ ବଢିବ ବୋଲି କହିଥିଲେ । ବିଶିଷ୍ଟ ଅତିଥି ଭାବେ ଅବସରପ୍ରାପ୍ତ
ପ୍ରଶାସନିକ ଅଧିକାରୀ ଦୀଲ୍ଲିପ ରାଉତରାୟ, ସମ୍ମାନିତ ଅତିଥି ଭାବେ
ବିଦ୍ୟାଳୟର ଚେୟାରମ୍ୟାନ୍ ପବିତ୍ର ରାଉତରାୟ, ଅବସରପ୍ରାପ୍ତ ଶିକ୍ଷକ ଜଲିଲ
ଖାଁ, ସମାଜସେବୀ ଅଶିଷ ରଞ୍ଜନ ମିଶ୍ର, ବିଦ୍ୟାଳୟର ଏଚ୍ ଆର୍ ଅଶୋକ ରଥ
ପ୍ରମୁଖ ଯୋଗଦେଇ ସ୍ୱାଧୀନତା ଆଣିବା ପାଇଁ ମହାମନିଷୀ ମାନଙ୍କ ବଳିଦାନ ଓ
ଅବଦାନ ସମ୍ବଦ୍ଧରେ କହିଥିଲେ । ଛାତ୍ରଛାତ୍ରୀମାନେ ଭଲ ପାଠ ପଢି ଦେଶମାତୃକାର
ସେବା କରିବା ସହ ଜଣେ ଜଣେ ସଫଳ ନାଗରିକ ହେବା ପାଇଁ ପରାମର୍ଶ ଦେଇଥିଲେ ।
ଏହି ମହୋତ୍ସବରେ ସ୍କୁଲର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାର ପରେଡ,
ନାଚଗୀତ ପ୍ରଦର୍ଶନ କରିଥିଲେ । ଏହା ମଧ୍ୟରେ ଛାତ୍ରଛାତ୍ରୀ ମାନଙ୍କର ବିଭିନ୍ନ
ଏ÷øତିହାସିକ ବେଶଭୂଷା ବେଶ୍ ଚିତ୍ତାକର୍ଷକ ହୋଇଥିଲା । ଅଧ୍ୟକ୍ଷା ନମ୍ରତା ସିଂ
ସ୍ୱାଗତ ଭାଷଣ ରଖିଥିଲାବେଳେ ଉପାଧ୍ୟକ୍ଷ କବିନ୍ଦ୍ର ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ
କରିଥିଲେ ।