ବିକାଶ ଛାତ୍ର ପାଠାଗାର ଉଦ୍ଘାଟିତ
ବିକାଶ ଛାତ୍ର ପାଠାଗାର ଉଦ୍ଘାଟିତ
ବିକାଶ ଛାତ୍ର ପାଠାଗାର ଉଦ୍ଘାଟିତ
ଭୁବନେଶ୍ୱର,୧୭ା୮ ବିକାଶ ଏଜୁକେସନାଲ ଚ୍ୟାରିଟେବୁଲ ଟ୍ରଷ୍ଟ ପକ୍ଷରୁ କାନନ
ବିହାର ଫେଜ-୨ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଓ ପଟିଆ ସରକାରୀ ପ୍ରାଥମିକ
ବିଦ୍ୟାଳୟ ଠାରେ ବିକାଶ ଛାତ୍ର ପାଠାଗାରର ଶୁଭ ଉଦ୍ଘାଟନ ଉତ୍ସବ
ଅନୁଷ୍ଠିତ ହୋଇଯାଇଛି । ମୌଳିକ ସାକ୍ଷରତା ଓ ଜାତୀୟ ଶିକ୍ଷାନୀତିର ସଫଳ
ରୂପାୟନ ଲକ୍ଷରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପଠନ ଅଭ୍ୟାସ ବୃଦ୍ଧି ତଥା ଶିକ୍ଷା କ୍ଷେତ୍ରରେ
ଏକ ଅଭିନବ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ପାଠାଗାରର ଶୁଭାରମ୍ଭ
କରାଯାଇଛି । ବିଦ୍ୟାଳୟରେ ଏକ ସମୃଦ୍ଧ ପଠନ ପରିବେଶ ସୃଷ୍ଟି କରିବା ପାଇଁ
ଟ୍ରଷ୍ଟ ପକ୍ଷରୁ ଆକର୍ଷଣୀୟ ଓ ଆନନ୍ଦଦାୟକ ପସ୍ତକ ଥିବା ଏକ ଆଲମାରୀ ପ୍ରଦାନ
କରାଯାଇଥିଲା । ପୁସ୍ତକ ଗୁଡିକୁ ପଢି ପିଲାମାନେ ନିଜ ଭାଷାରେ ଲେଖିବା
ଦ୍ୱାରା ସେମାନଙ୍କର ସୃଜନଶୀଳତା, ଚିନ୍ତନ ଶକ୍ତି ଏବଂ ସ୍ୱାଧୀନ ଲିଖନ ଦକ୍ଷତା ବିକଶିତ
ହୋଇପାରିବ । ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟର
ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବ ବୋଲି ଟ୍ରଷ୍ଟ ପକ୍ଷରୁ ଘୋଷଣା
କରାଯାଇଥିଲା ।
ପୂର୍ବତନ ଆୟକର ମୁଖ୍ୟ ଆୟୁକ୍ତ ପ୍ରଫୁଲ କୁମାର ଦାଶଙ୍କ ସଭାପତିତ୍ୱରେ
ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଟ୍ରଷ୍ଟର ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର
ଚୌଧୁରୀ, ସମ୍ମାନିତ ଅତିଥି ଭାବେ ଏନସିଇଆରଟିର ଅବସରପ୍ରାପ୍ତ ପ୍ରଧ୍ୟାପକ
ଡ. ପ୍ରମୋଦ କିଶୋର ଦାସ, ଅବସରପ୍ରାପ୍ତ ନିର୍ଦ୍ଦେଶକ ବିକାଶ ବିହାରୀ
ବିଶ୍ୱାଳ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ତଥା ଅବସରପ୍ରାପ୍ତ ଶିକ୍ଷକ ସୁଭାଷ ଚନ୍ଦ୍ର
ରାଉତ, ଶିଶୁ ସାହିତ୍ୟିକ ତଥା ଇଟିକିଲି ମିଟିକିଲିର ସମ୍ପାଦକ ଶରତ କୁମାର
ନାୟକ, ଶିଶୁ ପ୍ରତିଭାର ସମ୍ପାଦକ ପ୍ରକାଶ କୁମାର ମଙ୍ଗରାଜ, ବ୍ୟାଙ୍କ ପ୍ରବନ୍ଧକ
ତାପସ ରଞ୍ଜନ ପାତ୍ର, ସରସ୍ୱତୀ ଶିଶୁ ମନ୍ଦିରର ସମ୍ପାଦକ ଅରୁଣ କୁମାର ବଡଜେନା,
ଅଧ୍ୟାପକ ବସନ୍ତ କୁମାର ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମ
ପ୍ରାରମ୍ଭରେ ଅବସରପ୍ରାପ୍ତ ଶିକ୍ଷାଧିକାରୀ ମାନସ ରଞ୍ଜନ ତ୍ରପାଠୀ ଅତିଥି ପରିଚୟ
ପ୍ରଦାନ କରିବା ସହ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କାନନ
ବିହାରରେ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ୟାମସୁନ୍ଦର ଦାସ ଧନ୍ୟବାଦ ଅର୍ପଣ
କରିଥିଲାବେଳେ ପଟିଆରେ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ
ଆଚାର୍ଯ୍ୟ ସୁଧାଂଶୁ ଶେଖର କିସାନ ଧନ୍ୟବାଦ ଅର୍ପଣ କରିଥିଲେ ।

