ସିଏମ୍ପିଡିଆଇ ଆର୍ଆଇ-୭ ପକ୍ଷରୁ ୮୦ ତମ
ସିଏମ୍ପିଡିଆଇ ଆର୍ଆଇ-୭ ପକ୍ଷରୁ ୮୦ ତମ
ସିଏମ୍ପିଡିଆଇ ଆର୍ଆଇ-୭ ପକ୍ଷରୁ ୮୦ ତମ
ସ୍ୱାଧୀନତା ଦିବସ ପାଳିତ
ଭୁବନେଶ୍ୱର,୧୭ା୮ ସିଏମ୍ପିଡିଆଇ ଆର୍ଆଇ-୭ ପକ୍ଷରୁ ୮୦ ତମ
ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ସିଏମପିଡିଆଇ
ଆର୍ଆଇ-୭ର ଆଞ୍ଚଳିକ ନିର୍ଦ୍ଦେଶକ ମନୋଜ କୁମାର ମୁଖ୍ୟ ଅତିଥି ଭାବେ
ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ସମାବେଶକୁ ସମ୍ବୋଧିତ କରି ଦେଶର ଶକ୍ତି
ଆବଶ୍ୟକତା ପୂରଣରେ କୋଲ୍ ଇଣ୍ଡିଆ ଲିମିଟେଡ୍ ଏବଂ
ସିଏମପିଡିଆଇର ଗୁରୁତ୍ୱପୂର୍ଣ୍ଣ ଅବଦାନ ଉପରେ ଆଲୋକପାତ
କରିଥିଲେ । ଖଣି ଯୋଜନା, ଅନ୍ୱେଷଣ ଏବଂ ସ୍ଥାୟୀ ସମ୍ପଦ ବିକାଶ କ୍ଷେତ୍ରରେ
ସିଏମପିଡିଆଇର ବିଶେଷଜ୍ଞତା ଦେଶର ଶକ୍ତି ସୁରକ୍ଷାକୁ ସୁଦୃଢ କରିବାରେ
ଗୁରୁତ୍ୱ ବହନ କରେ ବୋଲି ସେ କହିଥିଲେ । ସଂଗଠନ ଓ ଦେଶର ବିକାଶ ପାଇଁ ସମସ୍ତ
କର୍ମଚାରୀଙ୍କୁ ନିଷ୍ଠା, ଏକାଗ୍ରତା ଓ ପ୍ରତିବଦ୍ଧତାର ସହ କାର୍ଯ୍ୟ ଜାରି
ରଖିବାକୁ ଆହ୍ୱାନ ଦେଇଥିଲେ । ଏହି ଉତ୍ସବରେ ସିଏମପିଡିଆଇର ସମସ୍ତ
ବିଭାଗୀୟ ମୁଖ୍ୟ, ଅଧିକାରୀ, କର୍ମଚାରୀ ଏବଂ ସମସ୍ତ ଟ୍ରେଡ ୟୁନିୟନର
ପ୍ରତିନିଧିମାନେ ଉପସ୍ଥିତ ଥିଲେ । ବନ୍ଦେ ମାତରଂ ପରେ ପଥ ସଂଚଳନ କରାଯାଇ
ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା ।

