ନୀଳାଦ୍ରି ବିହାର ସରସ୍ୱତୀ ଶିଶୁ ମନ୍ଦିରରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ

ନୀଳାଦ୍ରି ବିହାର ସରସ୍ୱତୀ ଶିଶୁ ମନ୍ଦିରରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ

ନୀଳାଦ୍ରି ବିହାର ସରସ୍ୱତୀ ଶିଶୁ ମନ୍ଦିରରେ ୮୦ ତମ ସ୍ୱାଧୀନତା  ଦିବସ ପାଳିତ

ନୀଳାଦ୍ରି ବିହାର ସରସ୍ୱତୀ ଶିଶୁ ମନ୍ଦିରରେ ୮୦ ତମ ସ୍ୱାଧୀନତା

ଦିବସ ପାଳିତ

ଭୁବନେଶ୍ୱର,୧୭ା୮ ନୀଳାଦ୍ରି ବିହାର ସେକ୍ଟର ୩ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା
ମନ୍ଦିରରେ ୮୦ ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ମୁଖ୍ୟ
ଅତିଥି ଭାବେ ଶିକ୍ଷାବିତ ଡ. ମନୋଜ କୁମାର ଦାସ ଯୋଗଦେଇ ପତାକା
ଉତ୍ତୋଳନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଦୀନବନ୍ଧୁ ସିଂହଙ୍କ ସଭାପତିତ୍ୱରେ
ଅନୁଷ୍ଠିତ ସଭାରେ ପରିଚାଳନା ସମିତିର ସଭାପତି ସାମ୍ବାଦିକ ସୁକାନ୍ତ କୁମାର
ରାଉତ, ସମ୍ପାଦକ ରମାକାନ୍ତ ସ୍ୱାଇଁ ଯୋଗଦେଇ ସ୍ୱାଧୀନତା ଦିବସର ମହତ୍ତ୍ୱ ଉପରେ
ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମକୁ ବରିଷ୍ଠ ଗୁରୁମା ଦମୟନ୍ତୀ ସିଂହ
ପରିଚାଳନା କରିଥିଲାବେଳେ ସମସ୍ର ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।
ଛାତ୍ରଛାତ୍ରୀ ମାନଙ୍କର ସ୍କାଉଟ ଓ ଗାଇଡ, ରେଡକ୍ରସ ବାହିନୀ, ଘୋଷ ବାହିନୀ
ଅତିଥି ମାନଙ୍କୁ ଅଭିବାଦନ ଜଣାଇଥିଲେ । ଝାଙ୍କି ଓ ଶିଶୁ ଭାଇଭଉଣୀ ମାନଙ୍କର
ବୀର ଓ ବୀରଙ୍ଗନା ବେଶ ସମସ୍ତଙ୍କୁ ଆକର୍ଷିତ କରିଥିଲା । ବନ୍ଦେ ମାତରଂ ପରେ ପଥ
ସଂଚଳନ କରାଯାଇ ଶିଶୁ ମାନଙ୍କୁ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା ।