ଶୈଳଶ୍ରୀ ବିହାର ଫଜେ ୭ ଆବାସିକ ସଂଘର ସାଧାରଣ ନିର୍ବାଚନ ସଭା

ଶୈଳଶ୍ରୀ ବିହାର ଫଜେ ୭ ଆବାସିକ ସଂଘର ସାଧାରଣ ନିର୍ବାଚନ ସଭା

ଶୈଳଶ୍ରୀ ବିହାର ଫଜେ ୭ ଆବାସିକ ସଂଘର ସାଧାରଣ  ନିର୍ବାଚନ ସଭା

ଶୈଳଶ୍ରୀ ବିହାର ଫଜେ ୭ ଆବାସିକ ସଂଘର ସାଧାରଣ

ନିର୍ବାଚନ ସଭା

ଭୁବନେଶ୍ୱର,୨୩ା୮ ଶୈଳଶ୍ରୀ ବିହାର ଫେଜ ୭ ଆବାସିକ ସଂଘର ବାର୍ଷିକ
ସାଧାରଣ ସଭା ଓ ନୂତନ କର୍ମକର୍ତ୍ତା ନିର୍ବାଚନ ଶୈଳଶ୍ରୀ ବିହାର ସ୍ଥିତ ଜଗନ୍ନାଥ
ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ସଞ୍ଜୀବ କୁମାର
ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସଂଘର ବିଭିନ୍ନ ସମସ୍ୟା ଓ
ଉନ୍ନତି ମୂଳକ କାର୍ଯ୍ୟ ଉପରେ ଆଲୋଚନା କରାଯାଇଥିଲା । ସମ୍ପାଦକ
ଗୋପାଳକୃଷ୍ଣ ପଟ୍ଟନାୟକ ସଭା ପରିଚାଳନା କରିବା ସହ କହିଥିଲେ ଶୈଳଶ୍ରୀ
ବିହାର ଫେଜ ୭ ଆବାସିକ ବାସିନ୍ଦା ମାନଙ୍କ ମଧ୍ୟରେ ଉତ୍ତମ ଭାଇଚାରା ଓ ସୁସର୍ମ୍ପକ
ରହିଛି । ଯାହା ଫଳରେ ସମସ୍ତ ପର୍ବ ପର୍ବାଣୀ ପାଳନ ଠାରୁ ଆରମ୍ଭ କରି ବିଭିନ୍ନ
ଜନହିତକର କାର୍ଯ୍ୟ ପର୍ଯ୍ୟନ୍ତ ସୁଚାରୁରୂପେ ସମ୍ପାଦନ ହୋଇ ପାରୁଛି । ଏହି ସଭାରେ
ସଂଘର ସମସ୍ତ କର୍ମକର୍ତ୍ତା, କାର୍ଯ୍ୟକାରୀ ସଦସ୍ୟ ମାନଙ୍କ ସମେତ ସଭ୍ୟମାନେ ଯୋଗଦାନ
କରିଥିଲେ । ଏହି ଅବସରରେ ବରିଷ୍ଠ ସଦସ୍ୟ ତଥା ନିର୍ବାଚନ ଅଧିକାରୀ ହେମନ୍ତ କୁମାର
ମହାପାତ୍ରଙ୍କ ପରିଚାଳନାରେ ଆଗାମୀ ୩ ବର୍ଷ ପାଇଁ ନିର୍ବାଚନ ଅନୁଷ୍ଠିତ
ହୋଇଥିଲା । ଏଥିରେ ସର୍ବସମ୍ମତି କ୍ରମେ ନିଦ୍ୱର୍ନ୍ଦରେ ସଭାପତି ରୂପେ ଆଶିଷ
କୁମାର ମଲ୍ଲିକ, ଉପସଭାପତି ରମେନ୍ଦ୍ର କୁମାର ମହାକୂଡ, ସମ୍ପାଦକ ଗୋପାଳକୃଷ୍ଣ
ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ଗଣେଶ୍ୱର ରଥ ଓ ଅମିତ କିରଣ ହୋତା କୋଷାଧ୍ୟକ୍ଷ
ଭାବେ ବିଜୟ କୁମାର ଦାଶ ନିର୍ବାଚିତ ହୋଇଥିଲେ । ସେହିପରି କାର୍ଯ୍ୟକାରୀ
ସଦସ୍ୟ ଭାବେ ୧୦ ଜଣ ନିର୍ବାଚିତ ହୋଇଥିଲେ ।