୮ ନଂ ୱାର୍ଡ କାର୍ଯ୍ୟାଳୟ ଉଦ୍‌ଘାଟିତ

୮ ନଂ ୱାର୍ଡ କାର୍ଯ୍ୟାଳୟ ଉଦ୍‌ଘାଟିତ

୮ ନଂ ୱାର୍ଡ କାର୍ଯ୍ୟାଳୟ ଉଦ୍‌ଘାଟିତ

୮ ନଂ ୱାର୍ଡ କାର୍ଯ୍ୟାଳୟ ଉଦ୍‌ଘାଟିତ

ଭୁବନେଶ୍ୱର,୨୪ା୮ ଭୁବନେଶ୍ୱର ମହାନଗର ନିଗମ ଅର୍ନ୍ତଗତ ୮ ନମ୍ବର ୱାର୍ଡର ଡମଣା ହାଟ
ନିକଟସ୍ଥ ହାଉସିଂବୋର୍ଡ କଲୋନୀରେ ନବନିର୍ମିତ ଓାର୍ଡ କାର୍ଯ୍ୟାଳୟ ଉଦ୍‌ଘାଟିତ
ହୋଇଯାଇଛି । ଯୁବନେତା ମନୋଜ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ
ମୁଖ୍ୟ ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ
ଯୋଗଦେଇ ୱାର୍ଡ କାର୍ଯ୍ୟଳୟର ଶୁଭ ଉଦ୍‌ଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ
କର୍ପୋରେଟର ଲାଲ ମୋହନ ଟୁଡୁ ଓ ସାନିଟାରୀ ଇନ୍ସପେକ୍ଟର ବିବେକ ରଞ୍ଜନ ରାଉତରାୟ
ଉପସ୍ଥିତ ଥିଲେ । ବିଏମସି ଲୋକମାନଙ୍କ ଘର ପାଖରେ ସମସ୍ତ ପ୍ରକାର ସୁବିଧା ସୁଯୋଗ
ଯୋଗାଇ ଦେବାର ଲକ୍ଷ ନେଇ ପ୍ରତ୍ୟେକ ୱାର୍ଡରେ ୱାର୍ଡ କାର୍ଯ୍ୟାଳୟ ନିର୍ମାଣ
କରାଯାଇଛି । ସେଠାରେ ସ୍ଥାନୀୟ ବାସିନ୍ଦାମାନେ ବିଭିନ୍ନ ସେବା ପାଇ ପାରିବେ ବୋଲି
ମେୟର ଶ୍ରୀମତୀ ଦାସ କହିଥିଲେ । ସେହିପରି ୱାର୍ଡ କାର୍ଯ୍ୟାଳୟ ନିକଟରେ ନବନିର୍ମିତ
ଶୌଚାଳୟ ମଧ୍ୟ ଉଦ୍‌ଘାଟିତ ହୋଇଥିଲା । ଦୀର୍ଘଦିନ ପରେ ୱାର୍ଡ କାର୍ଯ୍ୟାଳୟ ଉଦ୍‌ଘାଟନ
ହେଉଥିବାରୁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ପ୍ରବଳ ଉତ୍ସହ ଦେଖା ଦେଇଥିଲା । ପ୍ରତିକୂଳ ପାଗ ସତ୍ତ୍ୱେ