ଗାଡକଣରେ ଗଣେଶ ପୂଜା ଉପଲକ୍ଷେ ମୈତ୍ରୀ ମେଳା କେଦାରନାଥ ମନ୍ଦିରରେ ଝଲସିବେ ଶ୍ରୀଗଣେଶ

ଗାଡକଣରେ ଗଣେଶ ପୂଜା ଉପଲକ୍ଷେ ମୈତ୍ରୀ ମେଳା କେଦାରନାଥ ମନ୍ଦିରରେ ଝଲସିବେ ଶ୍ରୀଗଣେଶ

ଗାଡକଣରେ ଗଣେଶ ପୂଜା ଉପଲକ୍ଷେ ମୈତ୍ରୀ ମେଳା କେଦାରନାଥ ମନ୍ଦିରରେ ଝଲସିବେ ଶ୍ରୀଗଣେଶ

ଗାଡକଣରେ ଗଣେଶ ପୂଜା ଉପଲକ୍ଷେ ମୈତ୍ରୀ ମେଳା
କେଦାରନାଥ ମନ୍ଦିରରେ ଝଲସିବେ ଶ୍ରୀଗଣେଶ

ଭୁବନେଶ୍ୱର,୯ା୯ ଗଣେଶ ପୂଜା ପାଇଁ ଭୁବନେଶ୍ୱରରେ ବିଭିନ୍ନ ଗଣେଶ ପୂଜା
କମିଟି ଓ କ୍ଲବ ତରଫରୁ ଜୋରଦାର ପ୍ରସ୍ତୁତି ଚାଲିଛି । ରାଜଧନୀର ବିଭିନ୍ନ
ସ୍ଥାନରେ ଭଳିକି ଭଳି ତୋରଣ ଓ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ
ପର୍ଯ୍ୟାୟରେ ପହଞ୍ଚିଛି । ଏହି ଦୌଡରେ ପଛରେ ପଡିନାହିଁ ମହାଦେବ ୟୁଥ କ୍ଲବ । ସହର
ଭିତରେ ଗ୍ରାମର ଭାଇଚାରକୁ ବଜାୟ ରଖିବା ପାଇଁ ଚଳିତବର୍ଷ କ୍ଲବ ପକ୍ଷରୁ
ଗାଡକଣ ଖେଳ ପଡିଆ ଠାରେ ମହାଆଡମ୍ବରରେ ଗଣେଶ ପୂଜା ପାଳନ ହେବା
ସହିତ ଆୟୋଜିତ ହୋଇଛି ମୈତ୍ରୀ ମେଳା । ଏହି ମେଳାରେ ପ୍ରାୟ ୫୦ ରୁ
ଉର୍ଦ୍ଧ୍ୱ ଷ୍ଟଲ ଓ ଦୋଳି ପଡିବ । ମୀନାବଜାରରୁ ଲୋକମାନେ କିଣାକିଣି କରିବା
ସହ ଦୋଳିର ମଜା ନେଇ ପରିବେ । ପୁଜାକୁ ଆକର୍ଷଣୀୟ କରିବା ପାଇଁ ୫୦
ଫୁଟ ଉଚ୍ଚତା ବିଶିଷ୍ଟ କେଦାରନାଥ ମନ୍ଦିର ନିର୍ମାଣ କରାଯାଉଛି । ଏହାକୁ
ବିଶିଷ୍ଟ ଚିତ୍ରଶିଳ୍ପୀ ଡ. ପ୍ରଣବ କୁମାର ସାହୁ ଓ ବି. କେ. ଆର୍ଟ କଲେଜର
ଛାତ୍ରଛାତ୍ରୀମାନେ ନିର୍ମାଣ କରୁଛନ୍ତି । କାଠ ବଟମ୍‌, ପ୍ଲାଇ, ପ୍ଲାଷ୍ଟର
ପ୍ୟାରିସ. ଫୋମ୍ ସାହାଯ୍ୟରେ ନିର୍ମାଣ ହେଉଥିବା ଏହି ସୁକ୍ଷ୍ମ କାରୁକାର୍ଯ୍ୟ ପୂର୍ଣ୍ଣ
ମନ୍ଦିର ସମସ୍ତଙ୍କୁ ଆକର୍ଷିତ କରିବ । ମନ୍ଦିର ଭିତରେ ୧୨ ଫୁଟର ଗଣେଶ ମୂର୍ତ୍ତି
କାର୍ଯ୍ୟ ପ୍ରାୟ ସରି ଆସିଲାଣି । ବିଦ୍ୟୁତ ସାଜସଜା ଓ ସୁରକ୍ଷା ବ୍ୟବସ୍ଥାକୁ
ବିଶେଷ ଗୁରୁତ୍ୱ ଦିଆଯାଇଛି । ପଡିଆ ସାରା ରଙ୍ଗ ବେରଙ୍ଗର ଆଲୋକ
ମାଳା ସଜାଯିବା ସହ ପ୍ରବେଶ ପଥରେ ଦୁଇଟି ଏଲଇଡି ଗେଟ୍ ରହିବ । ସୁରକ୍ଷା
ପାଇଁ ି ସିସିଟିଭି କ୍ୟାମେରା ଲଗାଯିବା ସହ ମଣ୍ଡପରେ ଅଗ୍ନି ନିର୍ବାପକ ଯନ୍ତ୍ର
ରଖାଯିବ । ଶୃଙ୍ଖଳିତ ଦର୍ଶନ ପାଇଁ ୫୦ ରୁ ଉର୍ଦ୍ଧ୍ୱ ଯୁବକ ନିୟୋଜିତ ରହିବେ ।
ଦର୍ଶକଙ୍କ ମନୋରଞ୍ଜନ ପାଇଁ ଚଳିତ ବର୍ଷ ୭ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି ।
୧୪ ତାରିଖ ପୂଜା ଦିନ ଦିନ ଭଜନ ସନ୍ଧ୍ୟା, ୧୫ ଏବଂ ୧୭ ତାରଖରେ ମେଲୋଡି, ୧୬
ଏବଂ ୧୮ ତାରିଖରେ ଡ୍ୟାନ୍ସ ନାଇଟ୍‌, ୧୯ ତାରିଖରେ ବ୍ୟାଣ୍ଡ୍ ପାର୍ଟି
ନାଇଟ୍ ଓ ୨୦ ତାରିଖରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ । ପାରମ୍ପରିକ ବାଦ୍ୟରେ
ଭସାଣି କରାଯାଇ ଗ୍ରାମ ପରିକ୍ରମା ପରେ କୁଆଖାଇ ନଦୀରେ ବିସର୍ଜନ
କରାଯିବ ବୋଲି କ୍ଲବର କର୍ମକର୍ତ୍ତା ପିକେନ ଜେନା, ସିପୁନ ପାତ୍ର, ଜଗଦୀଶ
ପାତ୍ର ଓ ଆଲୋକ ସାହୁ କହିଛନ୍ତି । ଗ୍ରାମବାସୀମାନେ ପୂର୍ଣ୍ଣମାତ୍ରାରେ
ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।