କେଦାରନାଥ ମନ୍ଦିର ସଦୃଶ ତୋରଣରେ ବିରାଜିବେ ଗଜାନନ ସୀତାନାଥ ଶିଶୁବିହାର ୟୁଥ ୱେଲଫେୟାର ଆସୋସିଏସନ୍
କେଦାରନାଥ ମନ୍ଦିର ସଦୃଶ ତୋରଣରେ ବିରାଜିବେ ଗଜାନନ ସୀତାନାଥ ଶିଶୁବିହାର ୟୁଥ ୱେଲଫେୟାର ଆସୋସିଏସନ୍
କେଦାରନାଥ ମନ୍ଦିର ସଦୃଶ ତୋରଣରେ ବିରାଜିବେ ଗଜାନନ
ସୀତାନାଥ ଶିଶୁବିହାର ୟୁଥ ୱେଲଫେୟାର ଆସୋସିଏସନ୍
ଗଣେଶ ପୂଜା
ଭୁବନେଶ୍ୱର,୯ା୯ ପଟିଆ ଗ୍ରାମର ମୁରବି ତଥା ପୂର୍ବତନ କାଉନସିଲର ସ୍ୱର୍ଗତ
ସୀତାନାଥ ଜେନାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗଢି ଉଠିଥିବା ସୀତାନାଥ ଶିଶୁବିହାର
ୟୁଥ ୱେଲଫେୟାର ଆସୋସିଏସନ୍ ସମାଜସେବା କ୍ଷେତ୍ରରେ ସ୍ଥାନୀୟ ଅଞ୍ଚଳରେ
କାର୍ଯ୍ୟ କରୁଥିଲାବେଳେ ଚଳିତବର୍ଷ ପ୍ରଥମ ଥର ପାଇଁ ଗଣେଶ ପୂଜାର
ଆୟୋଜନ କରୁଛି ।ଏହି କ୍ରମରେ ସୀତାନାଥ ଶିଶୁବିହାର ୟୁଥ
ୱେଲଫେୟାର ଆସୋସିଏସନ୍ ପକ୍ଷରୁ ପଟିଆ-ଇନ୍ଫୋସିଟି ରାସ୍ତାର
ଶିଶୁବିହାର ଛକ ସମ୍ମୁଖରେ ଗଣେଶ ପୁଜା ମହାଆଡମ୍ବରରେ ପାଳନ ହେବାକୁ
ଯାଉଛି । ଚଳିତବର୍ଷ ଭାରତର ପ୍ରସିଦ୍ଧ ଶୈବପୀଠ କେଦାରନାଥ ମନ୍ଦିର ସଦୃଶ
ତୋରଣ ନିର୍ମାଣ କରାଯାଉଛି । ୭୦ ଫୂଟ ଉଚ୍ଚତା ବିଶିଷ୍ଟ ଏହି ତୋରଣ
ମଧ୍ୟରେ ବିରାଜମାନ କରିବେ ବିଘ୍ନବିନାଶକ ପ୍ରଭୁ ଶ୍ରୀ ଗଜାନନ । ଅଖା ଓ
ପ୍ଲାଷ୍ଟର ପ୍ୟାରିସ ସାହାର୍ଯ୍ୟରେ ପାହାଡ ନିର୍ମାଣ କାର୍ଯ୍ୟ ଜାରି ରହିଛି ।
୧୨ ଫୁଟ ଉଚ୍ଚତା ବିଶିଷ୍ଟ ମୂର୍ତ୍ତିକୁ ବାରଙ୍ଗ ଗୋଡିସାହିର କାରିଗର
ତିଆରି କରୁଛନ୍ତି । ଆଲୋକ ସାଜସଜ୍ଜାକୁ ବିଶେଷ ଗୁରୁତ୍ୱ
ଦିଆଯାଇଛି । ପଟିଆ-ଇନଫୋସିଟି ରାସ୍ତାରେ ପଟିଆ ଛକ ଠାରୁ
ଶିଶୁବିହାର ପର୍ଯ୍ୟନ୍ତ ରାସ୍ତାକୁ ଆଲୋକ ମାଳାରେ ସୁସଜ୍ଜିତ କରାଯିବା ସହ
ମଝିରେ ମଝିରେ ବିଭିନ୍ନ ପ୍ରକାରର ଏଲଇଡି ଲାଇଟ୍ ଖଚିତ ଷ୍ଟାଣ୍ଡ ରହିବ ।
ଏବଂ କ୍ରିଷ୍ଟାଲ କ୍ରାଉନ୍ ପାଖରେ ଆଲୋକ ସଜ୍ଜିତ ବିରାଟକାୟ ଚାଇନା
ଗେଟ୍ ନିର୍ମାଣ କରାଯାଉଛି । ଯାହା ସମସ୍ତଙ୍କୁ ଆକର୍ଷିତ କରିବ ।
ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ୨ ଦିନ ଭଜନ ମସାରୋହ ଅନୁଷ୍ଠିତ ହେବ । ଅନ୍ୟ ୨
ଦିନ ମଧ୍ୟରେ ଗୋଟିଏ ଦିନ ଅନାଥ ପିଲାମାନଙ୍କୁ ଭୋଜନ ଦିଆଯିବ ସହ ଅନ୍ୟ
ଦିନଟିରେ ୪ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ପସାଦ ସେବନର ବ୍ୟବସ୍ଥା କରାଯାଇଛି ।
ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ସହ ସୁରକ୍ଷାକୁ କଡାକଡି କରାଯିବ ଏବଂ ୧୮ ତାରିଖ
ଦିନ ପାରମ୍ପରିକ ବାଦ୍ୟରେ ଭସାଣି ଉତ୍ସବ କରାଯିବ ବୋଲି ଆସୋସିଏସନ୍ ପକ୍ଷରୁ
କୁହାଯାଇଛି । ଆଜିର ଏହି ବୈଠକରେ ସଭାପତି ତଥାଗତ ବେଉରା,
କାର୍ଯ୍ୟକାରୀ ସଭାପତି ସୂର୍ଯ୍ୟ ପ୍ରକାଶ(ସୋମୁ) ଓ ସାଧାରଣ ସମ୍ପାଦକ ସଚ୍ଚିଦାନନ୍ଦ
ବରିକ, ସମ୍ପାଦକ ଶୁଭାଶିଷ ଜେନା, କାର୍ଯ୍ୟକର୍ତ୍ତା ରଂଜିତ ପାତ୍ର, ସରୋଜ
ପାତ୍ର, ପ୍ରତ୍ୟୁଷ ଦାସ, ଚନ୍ଦନ ମହାରଣା, ଆହରନ୍ ଅଲ୍ଲୀ, ସୁନୀଲ ସାମଲ, କ୍ରିଷ୍ଣା
ରାଉତ, ସତ୍ୟଜିତ ରାଉତ ଓ ସହଯୋଗୀ ଅମିତ ପାତ୍ର, ସୁଦର୍ଶନ ପାତ୍ର, ଦେବୁଲ୍
ପ୍ରମୁଖ ଉପସ୍ଥିତ ଥିଲେ ।

