ନୀଳାଦ୍ରିବିହାରରେ ୪୨ ଫୁଟର ଗଣେଶ

ନୀଳାଦ୍ରିବିହାରରେ ୪୨ ଫୁଟର ଗଣେଶ

ନୀଳାଦ୍ରିବିହାରରେ ୪୨ ଫୁଟର ଗଣେଶ

ନୀଳାଦ୍ରିବିହାରରେ ୪୨ ଫୁଟର ଗଣେଶ

ପାଦ ତଳେ ପାହାଡ ମସ୍ତକ ଉପରେ ଶ୍ରୀମନ୍ଦିର ଶୋଭାବର୍ଦ୍ଧନ

କରିବ

ଗଣପତି ୟୁଥ କ୍ଲବର ଦ୍ୱାଦଶ ବାର୍ଷିକ ପୂଜା

ଭୁବନେଶ୍ୱର,୭ା୯ ଅଉ କେଇଟା ପରେ ଧରା ଧାମକୁ ବିଜେ କରିବେ ଆଦିଦେବ
ପ୍ରଭୁ ଶ୍ରୀ ଗଜାନନ । ସେଥିପାଇଁ ଭୁବନେଶ୍ୱରରେ ବିଭିନ୍ନ ଗଣେଶ ପୂଜା
କମିଟି ଓ କ୍ଲବ ତରଫରୁ ଜୋରଦାର ପ୍ରସ୍ତୁତି ଚାଲିଛି । ରାଜଧନୀର କେଉଁ
ସ୍ଥାନରେ ନଭଶ୍ଚୁମ୍ବୀ ତୋରଣ ନିର୍ମାଣ ହେଉଛିତ କେଉଁଠାରେ ବିଶାଳକାୟ
ମୁର୍ତ୍ତି । ଏହି ଦୌଡରେ ପଛରେ ପଡିନାହିଁ ନୀଳାଦ୍ରିବିହାର ଗଣପତି ୟୁଥ
କ୍ଲବ । ଚଳିତବର୍ଷ କ୍ଲବର ଦ୍ୱାଦଶ ବାର୍ଷିକ ଗଣେଶ ପୂଜା ପାଳନ ଅବସରରେ
ନୀଳାଦ୍ରିବିହାର ଦୁର୍ଗା ପଡିଆ ଠାରେ ୪୨ ଫୁଟର ଆକର୍ଷଣୀୟ ଗଣେଶ
ମୂର୍ତ୍ତି ନିର୍ମାଣ କରାଯାଉଛି । ପାଦ ତଳେ ପାହାଡ ରହିଥିଲା ବେଳେ ମସ୍ତକ ଉପରେ
ଶ୍ରୀମନ୍ଦିର ଶୋଭାବର୍ଦ୍ଧନ କରିବ । ଯାଜପୁର ଓ ପଶ୍ଚିବଙ୍ଗର କାରିଗରମାନେ ଦୀର୍ଘ
ଦେଢ ମାସ ହେବ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି । ମୂର୍ତ୍ତି ଛଣ ଓ ମାଟିରେ
ନିର୍ମିତ ହେଉଥିଲା ବେଳେ ପାହାଡଟି ବାଉଁଶ ଓ ଅଖା ପଟିରେ ନିର୍ମାଣ
କରାଯାଉଛି । ଏବଂ ମସ୍ତକ ଉପରେ ସୋଲ ଓ କାଗଜ ବ୍ୟବହାର କରି ଶ୍ରୀମନ୍ଦିର
ନିର୍ମାଣ କରାଯିବା ସହ ଏହା ଭିତରେ ତ୍ରିମୂର୍ତ୍ତି ଶୋଭା ପାଇବେ । କୌଣସି
କେମିକାଲସ୍ ରଙ୍ଗ କିମ୍ବା ପଲିଥିନ ବ୍ୟବହାର କରାଯିବ ନାହିଁ ବୋଲି
କାରିଗରମାନେ କହିଛନ୍ତି । ସମସ୍ତ କାର୍ଯ୍ୟ ପ୍ରାୟ ଶେଷ ପାର୍ଯ୍ୟାୟରେ ପହଞ୍ଚିଛି ।
ବିଦ୍ୟୁତ ସାଜସଜା ଓ ସୁରକ୍ଷା ବ୍ୟବସ୍ଥାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି ।
ପଡିଆ ସାରା ରଙ୍ଗ ବେରଙ୍ଗର ଆଲୋକ ମାଳା ସଜାଯିବା ସହ କଲୋନୀ ପ୍ରବେଶ
ପଥରେ ଦୁଇଟି ଏଲଇଡି ଗେଟ୍ ରହିବ । ସୁରକ୍ଷା ପାଇଁ ି ସିସିଟିଭି କ୍ୟାମେରା
ଲଗାଯିବା ସହ ମଣ୍ଡପରେ ଅଗ୍ନି ନିର୍ବାପକ ଯନ୍ତ୍ର ରଖାଯିବ । ଶୃଙ୍ଖଳିତ ଦର୍ଶନ ପାଇଁ
୫୦ ରୁ ଉର୍ଦ୍ଧ୍ୱ ଯୁବକ ନିୟୋଜିତ ରହିବେ । ଦର୍ଶକଙ୍କ ମନୋରଞ୍ଜନ ପାଇଁ
ପଡିଆରେ ମିନା ବଜାର ଓ ବିଭିନ୍ନ ପ୍ରକାର ଦୋଳି ପକାଯାଇଛି । ଚଳିତ
ବର୍ଷ ୮ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି । ପ୍ରଥମ ଦିନ ସ୍ଥାନୀୟ ଅଂଚଳର
ପିଲାମାନଙ୍କୁ ନେଇ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥିପାଇଁ
ପଞ୍ଜିକରଣ ଜାରି ରହିଛି । ସ୍ଥାନୀୟ ଅଞ୍ଚଳର ନୃତ୍ୟ ପ୍ରତିଭାମାନେ ମଣ୍ଡପ ପାଖକୁ

ଆସି ନିଜ ନାମ ପଞ୍ଜିକରଣ କରି ପାରିବେ । ଦ୍ୱିତୀୟ ଦିନ ଭଜନ ସନ୍ଧ୍ୟାରେ
ଦିବ୍ୟାଙ୍ଗ କଳାକାରମାନେ ଭଜନ ପରିବେଷଣ କରିବେ । ତୃତୀୟ ଦିନ ଓଡିଆ
କଳା ସଂସ୍କୃତିକୁ ବଜାୟ ରଖିବା ଉଦ୍ଦେଶ୍ୟରେ ପାଇକ ଆଖଡା ଅନୁଷ୍ଠିତ
ହେବ । ଚତୁର୍ଥ ଦିନ ମେଲୋଡି ପଞ୍ଚମ ଦିନ ଭଜନ ସମାରୋହ ଓ ଶେଷ ଦିନ ଭସାଣି ଉତ୍ସବ
ଅନୁଷ୍ଠିତ ହୋଇ ୨୦୦୦ ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ରହିଛି ବୋଲି
କ୍ଲବର ସବାପତି ସିଦ୍ଧାର୍ଥ ରାଉତରାୟ ଓ ଉପସଭାପତି ସତ୍ୟପ୍ରକାଶ ଜେନା
କହିଛନ୍ତି । ସ୍ପ୍ରେ ମାଧ୍ୟମରେ ବିସର୍ଜନ କରାଯିବ । ସୁରକ୍ଷା ପାଇଁ ସ୍ଥାନୀୟ
ପ୍ରଶାସନର ସହାୟତା ନିଆଯିବ ବୋଲି କ୍ଲବ ପକ୍ଷରୁ କୁହାଯାଇଛି ।