ମାଟିରେ ସୃଜନଶୀଳତାର ନିଆରା ପ୍ରୟାସ କଳିଙ୍ଗ ନଗର ଡିଏଭିରେ ଏକଦିବସୀୟ ଟେରାକୋଟା ମାଷ୍ଟରପିସ କର୍ମଶାଳା ଆୟୋଜିତ
ମାଟିରେ ସୃଜନଶୀଳତାର ନିଆରା ପ୍ରୟାସ କଳିଙ୍ଗ ନଗର ଡିଏଭିରେ ଏକଦିବସୀୟ ଟେରାକୋଟା ମାଷ୍ଟରପିସ କର୍ମଶାଳା ଆୟୋଜିତ
ମାଟିରେ ସୃଜନଶୀଳତାର ନିଆରା ପ୍ରୟାସ
କଳିଙ୍ଗ ନଗର ଡିଏଭିରେ ଏକଦିବସୀୟ ଟେରାକୋଟା ମାଷ୍ଟରପିସ କର୍ମଶାଳା ଆୟୋଜିତ
ଭୁବନେଶ୍ୱର-୨୮/୦୯ - ପାରମ୍ପରିକ କଳା ଓ ପରିବେଶ ସୁରକ୍ଷାର ସୁନ୍ଦର ସମନ୍ୱୟରେ ଡିଏଭି ପବ୍ଲିକ୍ ସ୍କୁଲ, କଳିଙ୍ଗ ନଗର ପରିସରରେ ଏକଦିବସୀୟ ଟେରାକୋଟା ମାଷ୍ଟରପିସ କର୍ମଶାଳା ଆୟୋଜିତ ହୋଇଯାଇଛି । ପରିବେଶ ଅଧ୍ୟୟନ କେନ୍ଦ୍ର, ଓଡ଼ିଶା ସରକାରଙ୍କ ସହଯୋଗରେ ଆୟୋଜିତ ଏହି କର୍ମଶାଳାରେ ପଟ୍ ପେଣ୍ଟିଂ, ମଧୁବନୀ କଳା, ୱାର୍ଲି କଳା ଆଦି ବିଭିନ୍ନ ପାରମ୍ପରିକ ଚିତ୍ରକଳା ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଜର ସୃଜନଶୀଳ ପ୍ରତିଭା ପ୍ରଦର୍ଶନ କରିଥିଲେ । କର୍ମଶାଳାଟି ଅତ୍ୟନ୍ତ ନୂତନ, ଆକର୍ଷଣୀୟ ଓ ଅନୁଭୂତିମୂଳକ ଶିକ୍ଷଣ ପ୍ରଣାଳୀରେ ପରିଚାଳିତ ହୋଇଥିଲା । ଛାତ୍ରଛାତ୍ରୀମାନେ ସ୍ଵହସ୍ତରେ ମାଟିର କଳାକୃତିକୁ ନିଜସ୍ୱ ସର୍ଜନଶୀଳତାରେ ରଙ୍ଗ ଓ ରୂପ ଦେଇ ଆକର୍ଷଣୀୟ କରିଥିଲେ । ପାରମ୍ପରିକ ହସ୍ତଶିଳ୍ପକୁ ଆଧୁନିକ ସର୍ଜନଶୀଳତା ସହିତ ଯୋଡ଼ି ଏହି କର୍ମଶାଳା ପରିବେଶ-ବନ୍ଧୁ ଜୀବନଶୈଳୀର ଏକ ସୁନ୍ଦର ବାର୍ତ୍ତା ପ୍ରଦାନ କରିଥିଲା । ଏହି କାର୍ଯ୍ୟକ୍ରମର ଏକ ପ୍ରମୁଖ ଉଦ୍ଦେଶ୍ୟ ଥିଲା ବୀଜ ବିସ୍ତାର ଓ ପରିବେଶରେ ଉଦ୍ଭିଦ ସଂଖ୍ୟା ବୃଦ୍ଧି ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା । ମାଟିର ପାତ୍ର ଓ ଅନ୍ୟାନ୍ୟ ଟେରାକୋଟା କଳାକୃତିକୁ ପରିବେଶ ସଚେତନତା ସହ ଯୋଡ଼ି ଏହାକୁ ଏକ ଅର୍ଥପୂର୍ଣ୍ଣ ଶିକ୍ଷଣ ଅନୁଭୂତିରେ ପରିଣତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିବେଶ ଅଧ୍ୟୟନ କେନ୍ଦ୍ର, ଓଡ଼ିଶା ସରକାରଙ୍କ କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀ ପ୍ରଭାତ ମୋହନ ଦାଶ ନିଜର ପ୍ରେରଣାଦାୟକ ଓ ଜ୍ଞାନବର୍ଦ୍ଧକ ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କୁ ପାରମ୍ପରିକ କଳାର ସୁରକ୍ଷା ସହିତ ପରିବେଶ ସୁରକ୍ଷା ଦିଗରେ ସଚେତନ ହେବାକୁ ପ୍ରେରଣା ଦେଇଥିଲେ । କର୍ମଶାଳାର ବିଶେଷଜ୍ଞ ଭାବେ ବିଶିଷ୍ଟ ପଟ୍ଟଚିତ୍ର ଶିଳ୍ପୀ ଶ୍ରୀ ସରୋଜ କୁମାର ମହାପାତ୍ର ଏବଂ ଶ୍ରୀମତୀ ଅବନ୍ତୀ ମହାରଣା ଛାତ୍ରଛାତ୍ରୀଙ୍କୁ ବିଭିନ୍ନ କଳାକୌଶଳ ସମ୍ପର୍କରେ ପ୍ରଶିକ୍ଷଣ ଓ ମାର୍ଗଦର୍ଶନ ପ୍ରଦାନ କରିଥିଲେ । କର୍ମଶାଳାରେ ଛାତ୍ରଛାତ୍ରୀମାନେ ବେଶ୍ ଉତ୍ସାହର ସହିତ ଅଂଶଗ୍ରହଣ କରି ନିଜର ଲୁକ୍କାୟିତ ପ୍ରତିଭାକୁ ଟେରାକୋଟା କଳାକୃତି ମାଧ୍ୟମରେ ପ୍ରକାଶ କରିଥିଲେ । କଳା ସମନ୍ୱିତ ଶିକ୍ଷା, ଅନୁଭୂତିମୂଳକ ଶିକ୍ଷଣ ଓ ପରିବେଶ ସଚେତନତାର ଏହି ଅନନ୍ୟ ପ୍ରୟାସ ସମସ୍ତଙ୍କ ପାଇଁ ଏକ ସ୍ମରଣୀୟ ଅନୁଭୂତି ପାଲଟିଥିଲା । କର୍ମଶାଳାଟି ବିଦ୍ୟାଳୟର ସମ୍ମାନନୀୟ ଅଧ୍ୟକ୍ଷ ଶ୍ରୀ ବଳରାମ ମହାପାତ୍ର ଏବଂ ସମ୍ମାନନୀୟ ସୁପରଭାଇଜରମାନଙ୍କର ଉପଯୁକ୍ତ ମାର୍ଗଦର୍ଶନ ଓ ସହଯୋଗରେ ସଫଳତାର ସହ ଆୟୋଜିତ ହୋଇଥିଲା । ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, କର୍ମଚାରୀ ଓ ସମସ୍ତ ସହଯୋଗୀଙ୍କ ସକ୍ରିୟ ସହଯୋଗ ଏହି ଅଭିନବ କାର୍ଯ୍ୟକ୍ରମକୁ ସଫଳ ଓ ସାର୍ଥକ କରିଥିଲା ।

Bhubaneswar :28/09- Natural Crafts and Ecofriendly Initiative for One-day Workshop on My Terracotta Master Piece (Pot Painting, Madhubani Art, Warli Art etc.) was organised at DAV Public School, Kalinga Nagar in collaboration with Centre for Environmental Studies (CES) in an innovative way. The Terracotta Workshop was conducted in a highly innovative, immersive, and captivating manner, providing the participants with a unique opportunity to explore their creativity and artistic expression through hands-on learning. The workshop beautifully blended traditional craftsmanship with contemporary creativity in an eco- friendly way focusing on seed dispersal & increasing number of plants in our environment and by making the experience both enriching and memorable where students participated very enthusiastically and showcased their creativity through experiential learning and art integration. Joining as the Chief Guest of the occasion Shri Pravat Mohan Dash, Programme Coordinator of Centre for Environmental Studies (CES), Govt. Of Odisha, emphasizes on the creativity among the children and to develop an eco-friendly environment for better life style. Shri Saroj Kumar Mohapatra and Smt. Abanti Maharana Patachitra Artists joined as the experts and helped the children in preparing the Terracotta paintings. The workshop continued with a great enthralling environment of learning artistic ideas with great captivating creativity of enthusiastic students that finally made the programme successful to showcase their hidden talents through eco-friendly Terracotta work. The workshop was conducted under the able guidance and support of Esteemed Principal Shri Balaram Mahapatra and respected supervisors.
