ଭୁବନେଶ୍ୱରରେ ଜାତୀୟ ପର୍ଯ୍ୟଟନ ସମ୍ମିଳନୀ-୨୦୨୬ ଉଦ୍ଯାପିତ
ଭୁବନେଶ୍ୱରରେ ଜାତୀୟ ପର୍ଯ୍ୟଟନ ସମ୍ମିଳନୀ-୨୦୨୬ ଉଦ୍ଯାପିତ
ଭୁବନେଶ୍ୱରରେ ଜାତୀୟ ପର୍ଯ୍ୟଟନ ସମ୍ମିଳନୀ-୨୦୨୬ ଉଦ୍ଯାପିତ
: ଟୁର୍ ଅପରେଟର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଟିଓଏଆଇ) ପକ୍ଷରୁ ହୋଟେଲ୍ ଲେମନ୍ ଟ୍ରି ପ୍ରିମିୟର୍ରେ ଆୟୋଜିତ ଦୁଇଦିନିଆ ଜାତୀୟ ପର୍ଯ୍ୟଟନ ସମ୍ମିଳନୀ (ଏନଟିଏସ) ୨୦୨୬ ଆଜି ଉଦ୍ଯାପିତ ହୋଇଛି। ଦୁଇ ଦିନ ଧରି ଅନୁଷ୍ଠିତ ଏହି ସମ୍ମିଳନୀରେ ସ୍ଥାୟୀ ପର୍ଯ୍ୟଟନ ବିକାଶ, କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ବ୍ୟବହାର, ଉଚ୍ଚମୂଲ୍ୟଯୁକ୍ତ ପର୍ଯ୍ୟଟନର ବିକାଶ ଏବଂ ତୃଣମୂଳସ୍ତରର ପର୍ଯ୍ୟଟନ ବ୍ୟବସାୟ ନେଟୱର୍କକୁ ସଶକ୍ତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସମ୍ମିଳନୀର ପ୍ରଥମ ଦିନରେ ଏଡ଼ିଏଫର ଟ୍ରଷ୍ଟି, ସାମାଜିକ କର୍ମୀ ସୁଦର୍ଶନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍ଘାଟନ କରିଥିଲେ। ଏହି ଦିନ ଯାତ୍ରା ଯୋଜନା ଓ ପର୍ଯ୍ୟଟନ ଅନୁଭୂତିକୁ ସମୃଦ୍ଧ କରିବାରେ ଏଆଇର ଭୂମିକା ଏବଂ ମାନବୀୟ ଅଭିଜ୍ଞତାର ଗୁରୁତ୍ୱ ଉପରେ ଆଲୋଚନା ହୋଇଥିଲା। ଏଥିସହ ଅନୁଭୂତିଭିତ୍ତିକ ପର୍ଯ୍ୟଟନର ବିସ୍ତାର, ସ୍ଥାୟୀ ପର୍ଯ୍ୟଟନସ୍ଥଳୀ ପରିଚାଳନା ଏବଂ ବିଭିନ୍ନ ଅଞ୍ଚଳ ମଧ୍ୟରେ ବ୍ୟବସାୟିକ ସହଯୋଗ ବୃଦ୍ଧି ନେଇ ପ୍ରସ୍ତାବ ଗୃହୀତ ହୋଇଥିଲା। ଆୟୋଜକ ସଂସ୍ଥାର ପରାମର୍ଶଦାତା ବୋର୍ଡ ଅଧ୍ୟକ୍ଷ ହିରେନ ଶାହ, ସଚିବ ପ୍ରିୟଙ୍କା ଗାଏକୱାଡ, ଅଧ୍ୟକ୍ଷା ରିଜା ଫାତିମା, ମହିଳା ସଶକ୍ତୀକରଣ କମିଟି ଅଧ୍ୟକ୍ଷା ସୀମା ଭୁଟାଡା, କେରଳ ରାଜ୍ୟ ଶାଖା ସଭାପତି ଏମ ଅନିଶ କୁମାର ଏବଂ ଓଡ଼ିଶା ରାଜ୍ୟ ସଂଯୋଜକ ମୁସ୍ତାକ ହୋସେନ ଶରିଫଙ୍କ ସମେତ ପର୍ଯ୍ୟଟନ କ୍ଷେତ୍ରର ବହୁ ପ୍ରତିନିଧି ଏଥିରେ ସାମିଲ ହୋଇଥିଲେ। ଦ୍ୱିତୀୟ ଦିନରେ ସ୍ତମ୍ଭକାର, ଲେଖିକା ଓ ସାମାଜିକ ଚିନ୍ତକ ଡ ରୀନା ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମିଳନୀର ଶେଷ ପର୍ଯ୍ୟାୟରେ ପୁରସ୍କାର ସମାରୋହ ଆୟୋଜିତ ହେବା ସହ ସଂଗଠନର ମହିଳା କାର୍ଯ୍ୟନିର୍ବାହୀ କମିଟି ପକ୍ଷରୁ ଏକ ବିଶେଷ ଉପସ୍ଥାପନା କରାଯାଇଥିଲା।

ସମ୍ମିଳନୀରେ ସ୍ଥାୟୀ ଓ ପରିବେଶ ଅନୁକୂଳ ପର୍ଯ୍ୟଟନର ପ୍ରସାର, ନୂତନ ପ୍ରଯୁକ୍ତିର ଉପଯୋଗ ଏବଂ ପର୍ଯ୍ୟଟନ ବ୍ୟବସାୟ ସହ ଜଡ଼ିତ ବିଭିନ୍ନ ଅଂଶୀଦାରଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି ଉପରେ ଆଲୋଚନା ହୋଇଥିଲା।
