କିମ୍ସରେ ୭୨ବର୍ଷୀୟ ବୃଦ୍ଧଙ୍କ କିହୋଲ୍ ବାଇପାସ୍ ଅସ୍ତ୍ରୋପଚାର
କିମ୍ସରେ ୭୨ବର୍ଷୀୟ ବୃଦ୍ଧଙ୍କ କିହୋଲ୍ ବାଇପାସ୍ ଅସ୍ତ୍ରୋପଚାର
କିମ୍ସରେ ୭୨ବର୍ଷୀୟ ବୃଦ୍ଧଙ୍କ କିହୋଲ୍ ବାଇପାସ୍ ଅସ୍ତ୍ରୋପଚାର
ଭୁବନେଶ୍ୱର, ୨/୧୦(ଇମିସ): କରୋନାରୀ ଆର୍ଟେରୀରେ ଗୁରୁତର ବ୍ଲକେଜ୍ ଥିବା ଜଣେ ୭୨ ବର୍ଷୀୟ ବୃଦ୍ଧଙ୍କର କିମ୍ସ ସୁପର ସ୍ପେସିଆଲିଟି ହସ୍ପିଟାଲରେ ମିନିମାଲି ଇନଭାସିଭ୍ କରୋନାରୀ ଆର୍ଟେରୀ ବାଇପାସ୍ ସର୍ଜରୀ ସଫଳତାର ସହ କରାଯାଇଛି। ଏହି ଅସ୍ତ୍ରୋପଚାରରେ ରୋଗୀଙ୍କ ଛାତିହାଡ଼ ବା ବ୍ରେଷ୍ଟବୋନ୍ କାଟିବାକୁ ପଡ଼ିନଥିଲା। ଦୁଇ ସପ୍ତାହ ପୂର୍ବରୁ ରୋଗୀ ଜଣକ ହୃଦଘାତର ଶିକାର ହୋଇଥିଲେ। ପରେ ଛାତି ଯନ୍ତ୍ରଣା ଓ ଅଣନିଶ୍ୱାସୀ ସମସ୍ୟା ଦେଖାଦେବାରୁ କିମ୍ସରେ ଚିକିତ୍ସା ପାଇଁ ଆସିଥିଲେ। କରୋନାରୀ ଆଞ୍ଜିଓଗ୍ରାଫିରୁ ତାଙ୍କର ଆର୍ଟେରୀରେ ଗୁରୁତର ବ୍ଲକେଜ୍ ଥିବା ଜଣାପଡ଼ିଥିଲା। ବ୍ଲକେଜ୍ ଗୁରୁତର ଥିବାରୁ ଷ୍ଟେଣ୍ଟିଂ ସମ୍ଭବ ନଥିଲା ଏବଂ ବାଇପାସ୍ ଅସ୍ତ୍ରୋପଚାର ଆବଶ୍ୟକ ହୋଇଥିଲା। ହୃଦସର୍ଜନ ଡା ନିମାଇଁ ଚରଣ ବେହେରାଙ୍କ ପରାମର୍ଶକ୍ରମେ ମିନିମାଲି ଇନ୍ଭାସିଭ୍ ପ୍ରଣାଳୀରେ ଅସ୍ତ୍ରୋପଚାର କରାଯାଇଥିଲା। ଛାତିର ଗୋଟିଏ ପାର୍ଶ୍ୱରେ ୨ରୁ ୩ ଇଞ୍ଚର ଛୋଟ କଣା ମାଧ୍ୟମରେ ଅତ୍ୟାଧୁନିକ ଯନ୍ତ୍ରପାତିରେ ବାଇପାସ୍ କରାଯାଇଥିଲା। ଡା ନିମାଇଁ ଚରଣ ବେହେରା, ଡା ପ୍ରଭାତ ରଞ୍ଜନ ମହାପାତ୍ର ଓ ଡା ଅଞ୍ଜନ କୁମାର ଦାଶଙ୍କ ଡାକ୍ତରୀ ଦଳ ଏହି ଅସ୍ତ୍ରୋପଚାର କରିଥିଲେ। ରୋଗୀଙ୍କ ରକ୍ତକ୍ଷୟ ଓ ଯନ୍ତ୍ରଣା କମ୍ ରହିଥିଲା। ମାତ୍ର ଗୋଟିଏ ଦିନ ଆଇସିୟୁରେ ରହିବା ପରେ ତିନି ଦିନରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ।

