ଧଳା ଜହର ଜବତ କଲା ଚନ୍ଦ୍ରଶେଖରପୁର ଥାନା ପୁଲିସ୍ : Ommtv

ଧଳା ଜହର ଜବତ କଲା ଚନ୍ଦ୍ରଶେଖରପୁର ଥାନା ପୁଲିସ୍ : Ommtv

ଧଳା ଜହର ଜବତ କଲା ଚନ୍ଦ୍ରଶେଖରପୁର ଥାନା ପୁଲିସ୍ : Ommtv

ନୀଳାଦ୍ରିବିହାର ଉତ୍କଳ ହସ୍ପିଟାଲ ଠାରୁ କେୟାର ହସ୍ପିଟାଲ ମଧ୍ୟରେ ଥିବା ଏକ ଆଶ୍ରମ ନିକଟରୁ ଗତକାଲି ବିଳମ୍ବିତ ରାତିରେ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ପାଟ୍ରୋଲିଂକରି ୭ଜଣ ବ୍ରାଉନସୁଗାର (ଧଳା ଜହର ) ବ୍ୟବସାୟୀଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲଣ କରାଯାଇଛି।  ସେମାନଙ୍କ ନିକଟରୁ ପୁଲିସ୍ ୧୦ ଗ୍ରାମ ବ୍ରାଉନସୁଗାର ପୁଡ଼ିଆ ଜବତ ହୋଇଛି। ସୂଚନା ଅନୁଯାୟୀ ସାତ ଜଣ ଅଭିଯୁକ୍ତ ହେଲେ ନୀଳାଦ୍ରିବିହାର ବସ୍ତିର ଆଶୁତୋଷ ପରିଡ଼ା(୨୭), ଶୈଳଶ୍ରୀବିହାର ବସ୍ତିର ଲକ୍ଷ୍ମୀକାନ୍ତା ସାହୁ (୨୪), ମଣ୍ଡପ ବସ୍ତିର ଶ୍ୟାମ ସୁନ୍ଦର ରାଓ(୨୩), ହରେକୃଷ୍ଣ ନଗର ବସ୍ତିର ଅମିୟ କୁମାର ବେହେରା (୨୪), ସିମାଞ୍ଜଳ ସାହୁ (୪୦) ଓ ରମେଶଚନ୍ଦ୍ର ସେଠୀ (୩୭)  ଏବଂ  କନ୍ୟାଶ୍ରମ ବସ୍ତିର ରଞ୍ଜନ କୁମାର ମହାନ୍ତି (୨୪) । ପୁଲିସ୍ ବିଷେଶସୂତ୍ରରୁ ଖବରପାଇଁ ସାଧାପୋଷାକରେ ଆଶ୍ରମ ଛକ ନିକଟରେ ପହଞ୍ଚି ଅଭିଯୁକ୍ତମାନଙ୍କୁ ଗିରଫକରି ଆଣିଥିଲା। ସେମାନଙ୍କୁ ଜେରା କରିବାରୁ ସେମାନେ ଚନ୍ଦ୍ରଶେଖରପୁର ଅଞ୍ଚଳର କିଛି ଦୋକାନରେ ଏହି ଧଳା ଜହର ବିକ୍ରିକରିବାପାଇଁ ଆସିଥିଲେ ବୋଲି ଜଣାପଡ଼ିଥିଲା। ଏହା ସହିତ ସେମାନଙ୍କର ଆଉ କିଛି ସାଥି ମଞ୍ଚେଶ୍ବର ଷ୍ଟେସନ ଓ ପଟିଆ ଅଞ୍ଚଳରେ ମଧ୍ୟ ଧଳା ଜହର ବିକ୍ରିକରନ୍ତି ବୋଲି ସୂଚନା ମିଳିଛି। ଯେଉଁମାନେ ଅଟୋ ଚଲାଇବା ଆଳରେ ଧଳାଜହର କାରବାର କରନ୍ତି। ପୁଲିସ୍ ଅଭିଯୁକ୍ତମାନଙ୍କ ନିକଟରୁ ୧୦ ଗ୍ରାମ ବ୍ରାଉନସୁଗାର ଥିବା ପୁଡ଼ିଆ, ଲାଇଟର, ଫୋଏଲ ପେପର, ଦିଆସିଲି ଜବତକରିଛି। ପୁଲିସ୍ ସୂଚନା ଅନୁଯାୟୀ ଚଳିତ ବର୍ଷ ମୋଟ ୬୩ ଟି ବ୍ରାଉସୁଗାର ମାମଲା ରୁଜୁ କରାଯାଇ ୧୧୩ଜଣଙ୍କୁ କୋର୍ଟ ଚାଲଣ କରାଯାଇଛି। ଏହା ସହିତ ଏଯାବତ ମୋଟ ୨କେଜି ୪୭ ଗ୍ରାମ ବ୍ରାଉନସୁଗାର, ୭ଲକ୍ଷ ୨୫ହଜାର ୧୫୦ ଟଙ୍କା , ୩୧୦ ଗ୍ରାମ ସୁନା , ୪୫୦ ଗ୍ରାମ ରୁପା ଓ ୫୦ଟି ମୋବାଇଲ ଫୋନ୍ ସହିତ ୨୨ଟି ବାଇକ୍ ଜବତ ହୋଇଛି।