କାଠଯୋଡ଼ି ନଦୀ ପଠାରେ ଚାରା ରୋପଣ : ommtv କଳିଙ୍ଗବିକାଶ
କାଠଯୋଡ଼ି ନଦୀ ପଠାରେ ଚାରା ରୋପଣ : ommtv କଳିଙ୍ଗବିକାଶ
କାଠଯୋଡ଼ି ନଦୀ ପଠାରେ ଚାରା ରୋପଣ : ommtv କଳିଙ୍ଗବିକାଶ
କଟକ,୪୨ମୌଜା ରୁ ପଦ୍ମଲୋଚନ ସାହୁ ଙ୍କ ରିପୋର୍ଟ

କଟକ,ବୟାଳିଶମୌଜା ଅନ୍ତର୍ଗତ ବିଷ୍ଣୁ ପ୍ରିୟା ସେବା ସମିତି ଆନୁକୁଲ୍ୟରେ ରବିବାର ଶ୍ରୀରାମ ସ୍ଥିତ ବଂଶୀଧର ସ୍ମୃତି ଉଦ୍ୟାନ ସଂଲଗ୍ନ କଠ ଯୋଡି ନଦୀ ତଟରେ ମେଗା ଚାରା ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ସମିତି ପକ୍ଷରୁ ନଦୀ ପଠାରେ ୧ ଲକ୍ଷ ଚାରା ରୋପଣ କରାଯିବ। ଏହାଛଡା ଚାରାରୋପଣ ପରବର୍ତ୍ତୀ ପଦକ୍ଷେପ ରକ୍ଷଣା ବେକ୍ଷଣ ମଧ୍ୟ କରାଯିବ। ଏହି ଅବସରରେ ପରମହଂସ ପଞ୍ଚାୟତ ସରପଞ୍ଚ ତ୍ରିଲୋଚନ ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ କଟକ ସଦର ବ୍ଲକ ଅଧ୍ୟକ୍ଷା ଭାଗ୍ୟ ଲକ୍ଷ୍ମୀ ରାଉତ, ସମ୍ମାନିତ ଅତିଥି ଭାବେ ପ୍ରଫୁଲ୍ଲ ସିଂହ , ଭାରତ ମସଲାର ପରିଚାଳକ ସୁଶାନ୍ତ କୁମାର ପଣ୍ଡା, ଅବସର ପ୍ରାପ୍ତ ପ୍ରଧ୍ୟାପକ ସେକ କଲି ମୁଲ୍ଲା, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ବିଳାସ ମଲ୍ଲିକ, ହୃଷୀକେଶ ଜେନା , ପ୍ରଦୀପ୍ତ ମହ।ଳି, ବ୍ରହ୍ମପୁର ସରପଞ୍ଚ ରବିନାରାୟଣ ପ୍ରଧାନ, ବେଣ୍ଟକାର ସରପଞ୍ଚ ଶିବ ପ୍ରସାଦ ମଲ୍ଲିକ, ଆବାହକ ସୁବୋଧ ବେହେରା, ପୂର୍ବତନ ସରପଞ୍ଚ ନିର୍ମଳ ଚନ୍ଦ୍ର ଦାସ ତ୍ରିଲୋଚନ ସ୍ୱାଇଁ,, ସମୀର ପଣ୍ଡା, ସମିତି ସଭ୍ୟା ମୀନା ସିଂ, ପିଙ୍କି ଭୋଇ, ସକିଲ ମହମ୍ମଦ, ସରପଞ୍ଚ ପ୍ରତିନିଧି ପଦ୍ମନାଭ ଗୋଛାୟତ, ଭଗବତି ପ୍ରସାଦ ପତି, ପଣ୍ଡିତ ଶ୍ରୀ ଜଗନ୍ନାଥ ଆଚାର୍ଯ୍ୟ ଓ ନୀଳମଣି ନାୟକ ପ୍ରମୁଖ ଯୋଗଦେଇଥିଲେ।ଏହି ଚାରା ରୋପଣରେ ପ୍ରମୁଖ ଭୂମିକା ନେଇଥିବା ପ୍ରକୃତି ବନ୍ଧୁ ନବ କିଶୋର ପଣ୍ଡା ଓ ପ୍ରକୃତି ମିତ୍ର ବସନ୍ତ କୁମାର ପଣ୍ଡାଙ୍କୁ ମଧ୍ଯ ସମିତି ପକ୍ଷରୁ ସମ୍ଭର୍ଦ୍ଧିତ କରାଯାଇଥିଲା।*
