ବିଶ୍ୱର ସର୍ବ କନିଷ୍ଠ ଶହୀଦ ବୀର ଢେଙ୍କାନାଳ ମାଟିର ଗର୍ବ ଗୌରବ ବିଶିଷ୍ଠ ସ୍ୱାଧୀନତା ସଂଗ୍ରାମୀ ବାଜି ରାଉତ : Ommtv

ଢେଙ୍କାନାଳ ଶଶିକାନ୍ତ ଗଡନାୟକ : ବିଶ୍ୱର ସର୍ବ କନିଷ୍ଠ ଶହୀଦ ବୀର ଢେଙ୍କାନାଳ ମାଟିର ଗର୍ବ ଗୌରବ ବିଶିଷ୍ଠ ସ୍ୱାଧୀନତା ସଂଗ୍ରାମୀ ବାଜି ରାଉତ ଙ୍କ ଜନ୍ମ ଜୟନ୍ତୀ ପାଳନ ଉତ୍ସବ ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ଦୁଦୁରକୋଟ ସ୍ଥିତ ଜନତା ରାଜ ହାଇସ୍କୁଲ ପରିସରରେ ମୋ ସ୍କୁଲ୍ ଅଭିଯାନ ସଭାପତି ରତିକାନ୍ତ ଗଡନାୟକ ଙ୍କ ସଭାପତିତ୍ବରେ ଓ ସ୍କୁଲ୍ ପ୍ରଧାନ ଶିକ୍ଷକ ହରିହର ନାଥ ଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା। ସ୍କୁଲ୍ ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ଶହୀଦ ବୀର ଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ବରିଷ୍ଠ ଶିକ୍ଷକ ଦୁଷ୍ମନ୍ତ କୁମାର ସାମଲ, ବରିଷ୍ଠ ଶିକ୍ଷୟତ୍ରୀ ବେଲେ ରିକା ଧିର, କ୍ରୀଡା ଶିକ୍ଷୟତ୍ରୀ ଗାୟତ୍ରୀ ପଟ୍ଟନାୟକ ବାଜି ରାଉତ ଙ୍କ ଅଦମ୍ୟ ସାହସିକତା, ଦେଶପ୍ରେମ  ଓ ବଳିଦାନ ଉପରେ ଆଲୋକପାତ କରିଥିଲେ। ସ୍କୁଲ୍ ଛାତ୍ରୀ ଏଲିନା ସାହୁଙ୍କ ବକ୍ତବ୍ୟ ଅତି ଚମତ୍କାର ଓ ହୃଦୟସ୍ପର୍ଶୀ ହୋଇଥିଲା। ଏପରି ଯୋଗଜନ୍ମା ବିସ୍ମୟ ସାହସୀ ବାଳକ ବିଶ୍ୱରେ ଅଦ୍ବିତୀୟ ବୋଲି ସଭାପତି ତାଙ୍କ ଅଭିଭାଷଣରେ ସ୍ମୃତି ଚାରଣ ସହ ଉଦବୋଧନରେ ବର୍ଣନା କରିଥିଲେ।ତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହେବାକୁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ସର୍ବଶେଷରେ କ୍ଷୀରୋଦ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।