ବିଆଇଆଇଟିଏମ୍ ‘ଜଶନ ୨୦୨୪’ ଅନୁଷ୍ଠିତ : Ommtv 

ବିଆଇଆଇଟିଏମ୍ ‘ଜଶନ ୨୦୨୪’ ଅନୁଷ୍ଠିତ : Ommtv 

ବିଆଇଆଇଟିଏମ୍ ‘ଜଶନ ୨୦୨୪’ ଅନୁଷ୍ଠିତ : Ommtv 

ବିଆଇଆଇଟିଏମ୍ ‘ଜଶନ ୨୦୨୪’ ଅନୁଷ୍ଠିତ : Ommtv 

: ବିଆଇଆଇଟିଏମ୍ ଶିକ୍ଷାନୁଷ୍ଠାନ ଆଜି ମଞ୍ଚେଶ୍ବର ରେଳ ଅଡ଼ିଟୋରିୟଂଠାରେ ତା’ର ବାର୍ଷିକ ଉତ୍ସବ ଜଶନ ୨୦୨୪ ପାଳନ କରିଛି। ଏହି ପରିପେକ୍ଷିରେ ଓଡ଼ିଶୀ ନୃତ୍ୟ ଗୁରୁ ପଦ୍ମଶ୍ରୀ ଅରୁଣା ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମର ଆନୁଷ୍ଠାନିକଭାବେ ଉଦ୍‌ଘାଟନ କରିଥିଲେ। ଅନୁଷ୍ଠାନର ପ୍ରିନସିପାଲ୍ ପ୍ରଫେସର ମିହିର ରଞ୍ଜନ ନାୟକ ସ୍ୱାଗତ ଭାଷଣ ଦେଇ ବାର୍ଷିକ ବିବରଣୀ ପାଠକରିଥିଲେ। ଶିକ୍ଷା ଏବଂ ନେତୃତ୍ୱ ବିକାଶ କ୍ଷେତ୍ରରେ ଆହୁରି ଉତ୍କର୍ଷ ହାସଲ କରିବା ଲାଗି ଅନୁଷ୍ଠାନର ଦୂରଦୃଷ୍ଟି ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ନିଯୁକ୍ତି ଏବଂ ପ୍ରଶିକ୍ଷଣର ମୁଖ୍ୟ ପ୍ରଫେସର କେ. ଚନ୍ଦ୍ରଶେଖର ଅନୁଷ୍ଠାନର ନିଯୁକ୍ତି ରେକର୍ଡରେ ଉନ୍ନତି ଆଣିବା ଉପରେ ଅଭିଭାଷଣ ଦେଇଥିଲେ। ସମ୍ମାନନୀୟ ଅତିଥିଭାବେ ଆଇଆଇଏମର ଶ୍ରୀଲେଖା ମିଶ୍ର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣାଦାୟୀ ବକ୍ତବ୍ୟ ପ୍ରଦାନକରିଥିଲେ। ମୁଖ୍ୟ ଅତିଥି ଓଡ଼ିଶୀ ନୃତ୍ୟ ଗୁରୁ ଅରୁଣା ମହାନ୍ତି ଅନୁଷ୍ଠାନର ମଙ୍ଗଳକାମନାକରି ନେତୃତ୍ୱ ଏବଂ ସମାବେଶୀତାର ଗୁରୁତ୍ୱ ଉପରେ ଆଲୋକପାତକରି ଛାତ୍ରଛାତ୍ରୀମାନଙ୍କୁ ଭଲ ମଣିଷ ହେବାପାଇଁ ଉତ୍ସାହିତ କରିଥିଲେ। ଆଇଆଇଏମ ବାଙ୍ଗାଲୋରର ପ୍ରଫେସର ସୁଶାନ୍ତ କୁମାର ମିଶ୍ର କଠିନ ପରିସ୍ଥିତିରେ ନିଜକୁ ନିୟନ୍ତ୍ରର ରଖିବା ଶିକ୍ଷାଦେଇଥିଲେ। ଶେଷରେ ପ୍ରଫେସର ଚିନ୍ମୟ କୁମାର ଦାଶ ଧନ୍ୟବାଦ ପ୍ରଦାନକରି ଅତିଥିମାନଙ୍କୁ ନିଜର କୃତଜ୍ଞତା ଜଣାଇଥିଲେ। କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। 

BIITM, a reputed B-school of Bhubaneswar, celebrated its Annual Fest “JASHN 2024” on 9th October 2024, at the Rail Auditorium. Principal Prof. Mihir Ranjan Nayak delivered the welcome address and presented the Annual Report. He emphasized the institute’s vision to achieve further excellence in academics and leadership development. Prof. K. Chandrasekhar, Head of Placement & Training, delivered an insightful address on improving the institute’s placement record. Guest of Honor, Dr. Sreelekha Mishra from IIM Bodh Gaya exhorted the students to apply the Magic Pause Button, while taking decisions in life.

Padmashree Aruna Mohanty, the Chief Guest, drew parallels from mythology to emphasize the importance of leadership and inclusivity. She shared insights from Krishna’s Ras Leela, encouraging leaders to stay connected with people.
Prof. (Dr.) Sushanta Kumar Mishra, from IIM Bangalore, focused on the role of a teacher in shaping the managers of the future, giving the example of how in the Ramayana, Jambaban made Hanuman conscious of his potential and inspired him to fly to Lanka. He urged the students to control Paristhiti with their Manasthiti and achieve success in life. The Inaugural Function ended with a vote of thanks by Prof. Chinmaya Kumar Dash, Dean Academics. This was followed by a Cultural Extravaganza with more than 30 events, with participation of students, faculty & staff members.