ବରିଷ୍ଠ ନାଗରିକ ସମାବେଶ:Ommtv Kalingavikas
ବରିଷ୍ଠ ନାଗରିକ ସମାବେଶ:Ommtv Kalingavikas
ବରିଷ୍ଠ ନାଗରିକ ସମାବେଶ:Ommtv Kalingavikas

ଓମ୍ ଟିଭି କଳିଙ୍ଗ ବିକାଶ ଢେଙ୍କାନାଳ(ରତିକାନ୍ତ)
ହିନ୍ଦୋଳ ବ୍ଲକ୍ ରେ ହାତୀ ଆକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ରାଜ୍ୟରେ ସର୍ବାଧିକ ହୋଇ ଥିବାରୁ ସରକାର ଜଜ ସାଧାରଣ ଙ୍କୁ ସୁରକ୍ଷା ଦିଗରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବାରୁ ହିନ୍ଦୋଳ ର ବରିଷ୍ଠ ନାଗରିକ, ସମାଜସେବୀ, ବୁଦ୍ଧିଜିବୀ, ସ୍ଵେଚ୍ଛାସେବୀ ସଂଗଠନ କର୍ମକର୍ତ୍ତା ମାନଙ୍କୁ ନେଇ ହିନ୍ଦୋଳ ଜନ ସୁରକ୍ଷା ମଞ୍ଚ ଗଠିତ ହୋଇଛି। ଆଜି ସାତ ମାଇଲ ସ୍ଥିତ ହାଟ ପଡିଆ ଠାରେ ରଞ୍ଜାଗୋଲ ପୂର୍ବତନ ସରପଞ୍ଚ କ୍ଷେତ୍ରବାସୀ ବିଶ୍ଵାଳ ଙ୍କ ଆବାହକତ୍ବ ଓ ନୂଆବଗ ସରପଞ୍ଚ ମାନସ ଦେହୁରୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ପରିବେଶବିତ୍ ରତିକାନ୍ତ ଗଡନାୟକ, ଶିକ୍ଷାବିତ ଶରତ ଚନ୍ଦ୍ର ପଟ୍ଟନାଯକ, ବରିଷ୍ଠ ନାଗରିକ ମଞ୍ଚ ଉପ ସଭାପତି ଛବିରାଜ ବିଶ୍ଵାଳ, ରାସୋଳ ଜନ ମଙ୍ଗଳ ସଂଗଠନ ଉପଦେଷ୍ଠା ବିଭୁ ପ୍ରସାଦ ଶତପଥୀ, ଆଡଭୋକେଟ ପ୍ରଦୀପ ଚନ୍ଦ୍ର ନାଥ, ସମାଜସେବୀ ତ୍ରିନାଥ ବେହେରା, ପ୍ରତିମା ପାଲ, ପ୍ରମୋଦ କୁମାର ସାହୁ, ଆଦି kପ୍ରଧାନ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ହିନ୍ଦୋଳ ବନ ବିଭାଗ ର ଖାମଖିଆଲ ନୀତି ଓ ରାଜ୍ଯ ସରକାର ଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁ ଅନେକ୍ ନିରୀହ ଲୋକଙ୍କ ଜୀବନ ଅକାଳ ରେ ଚାଲି ଯାଉଛି। ହାତୀ ଆକ୍ରମଣ ଜନିତ ମୃତ୍ୟୁ ହେଲେ କ୍ଷତି ପୂରଣ ବାବଦକୁ ମଣିଷ ପିଛା କିଛି ଆର୍ଥିକ ସହାୟତା ପ୍ରଦାନ କରି ଚୁପ୍ ହୋଇ ବସି ପୁଣି ଅନ୍ୟ ମୃତ୍ୟୁ କୁ ଅପେକ୍ଷା କରି ରହିଛନ୍ତି। ହାତୀ ବନ୍ୟ ଜନ୍ତୁ ହୋଇ ଥିବାରୁ ସେମାନଙ୍କୁ ବଣରେ ରଖି ହିନ୍ଦୋଳ ବାସୀଙ୍କ ସୁରକ୍ଷା ଦେବାକୁ ସ୍ଥାୟୀ ପ୍ରତିକାର କରନ୍ତୁ ନଚେତ୍ କ୍ଷତିପୂରଣ ବାବଦକୁ ୧କୋଟି ଟଙ୍କା ପ୍ରଦାନ କରନ୍ତୁ ବୋଲି ହିନ୍ଦୋଳ ଜନ ସୁରକ୍ଷା ମଞ୍ଚ ପକ୍ଷରୁ ପ୍ରସ୍ଥାବ ଗ୍ରହଣ କରାଯାଇଛି। ପରବର୍ତ୍ତୀ ସଭା ଆସନ୍ତା ଜୁନ୍ ୧୧ ତାରିଖରେ ଅନୁଷ୍ଟିତ ହେବ ବୋଲି ଜଣା ପଡିଛି।
