ସଂସ୍କୁତି ସମ୍ପନ୍ନ ଗ୍ରାମ କୁରୁମିଠା ର ୩୮ ତମ ବାର୍ଷିକ ବାଦି ପାଲା ମହୋତ୍ସବ:Ommtv

ଓମ୍ ଟିଭି କଳିଙ୍ଗ ବିକାଶ ଢେଙ୍କାନାଳ ଶଶିକାନ୍ତ ଗଡନାୟକ |ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ହାତୁରା ଗ୍ରାମ ପଞ୍ଚାୟତ ର ସଂସ୍କୁତି ସମ୍ପନ୍ନ ଗ୍ରାମ କୁରୁମିଠା ର ୩୮ ତମ ବାର୍ଷିକ ବାଦି ପାଲା ମହୋତ୍ସବ ତିନି ଦିନ ଧରି ସମାରୋହରେ ପାଳିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲା ବରିଷ୍ଠ ନାଗରିକ ପରିଷଦ ସଭାପତି ଅବସରପ୍ରାପ୍ତ ଜିଲ୍ଲା ଜଜ ଶ୍ରୀ ଦୂର୍ଗା ଚରଣ ମିଶ୍ର,ସମ୍ମାନିତ ଅତିଥି ଭାବେ ହିନ୍ଦୋଳ ବରିଷ୍ଠ ନାଗରିକ ମଞ୍ଚ ସଭାପତି ଶ୍ରୀନିବାସ ମିଶ୍ର, ଆଇନଜୀବୀ ଅମ୍ବିକା ବରାଳ, ଶିକ୍ଷାବିତ ବିଜୟ କୁମାର ସାହୁ ପ୍ରମୂଖ ଯୋଗ ଦେଇ ଦିର୍ଘ ୩୮ ବର୍ଷ ଧରି ଏପରି ଏକ ସାଂସ୍କୃତିକ ଅନୁଷ୍ଠାନ କୁ ବଞ୍ଚାଇ ରଖି ପାରିଥିବାରୁ ଗ୍ରାମବାସୀ ଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ଚଳିତ ବର୍ଷ ଖୁର୍ଦ୍ଧା ର ବିଶିଷ୍ଟ ପାଲା ଗାୟକ ପବିତ୍ର ମୋହନ ବାରିକ ଓ ନିମାପଡା ର ଗାୟକ ଚିତ୍ତ ରଞ୍ଜନ ଦାସ ଙ୍କ ମଧ୍ୟରେ ବାଦି ପାଲା ଅନୁଷ୍ଠିତ ହୋଇଥିଲା। ଉଦ୍ୟୋକ୍ତା ପ୍ରଶାନ୍ତ କୁମାର ସାମଲ ଙ୍କ ତତ୍ତ୍ଵାବଧାନରେ ଓ ମାନସ କୁମାର ସାମଲ, ବାବୁ ସାମଲ, ରୋହିତ ସାମଲ, ବାବାଜୀ ସାମଲ, ମୀନତି ସାମଲ,ମନୋଜ ସାମଲ ଙ୍କ ସହଯୋଗ ରେ ସମସ୍ତ୍ କାର୍ଯ୍ୟକ୍ରମ ସମାପିତ ହୋଇଥିଲା।