କିଟ୍ ଓ କିସ୍ରେ ମା’ ସରସ୍ବତୀ ପୂଜା : Ommtv
କିଟ୍ ଓ କିସ୍ରେ ମା’ ସରସ୍ବତୀ ପୂଜା : Ommtv
କିଟ୍ ଓ କିସ୍ରେ ମା’ ସରସ୍ବତୀ ପୂଜା : Ommtv
ଚନ୍ଦ୍ରଶେଖରପୁର, ୨/୨ (KV): ଆଜି ବସନ୍ତ ପଞ୍ଚମୀ ଉପଲକ୍ଷେ କିଟ୍ ଓ କିସ୍ ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ମା’ ସରସ୍ବତୀଙ୍କ ପୂଜା। କିଟ୍ର ୪୦ ହଜାର ଛାତ୍ରଛାତ୍ରୀ କ୍ୟାମ୍ପସ୍ ୩ ପୂଜା ପଡ଼ିଆରେ ମା’ଙ୍କ ପୂଜା କରିଥିଲେ। ସେହିଭଳି କିସ୍ର ୪୦ ହଜାର ଆଦିବାସୀ ଛାତ୍ରଛାତ୍ରୀ କିସ୍ କ୍ୟାମ୍ପସ୍ ୧ ପୂଜା ପଡ଼ିଆରେ ଏକାଠି ହୋଇ ସାମୋହିକ ପୂଜା କରିଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉଭୟ ପୂଜା ପାଣ୍ଡାଲରେ ପହଞ୍ଚି ହୋମୋ କରି ସମସ୍ତ ଛାତ୍ରଛାତ୍ରୀଙ୍କୁ ଲଡ଼ୁ ଭୋଗ ବାଣ୍ଟିଥିଲେ। ଦୁଇଟି କ୍ୟାମ୍ପସରେ ୮୦ ହଜାର ଛାତ୍ରଛ୍ରତୀ ସାମୋହିକଭାବେ ପୁଷ୍ପାଞ୍ଜଳି ଦେଉଥିବାବେଳେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟିହୋଇଥିଲା। ପୂଜାପରେ ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କ ପାଇଁ ପ୍ରସାଦ ସେବନର କାର୍ଯ୍ୟକ୍ରମ କରାଯାଇଥିଲା। ସଂଧ୍ୟାରେ ଶିକ୍ଷାନୁଷ୍ଠାନର ଆକ୍ଟିଭିଟି ବଭାଗ କଳାକାର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।