ଉପାନ୍ତ ଇଲାକାରେ ଚତୁର୍ଥ ବ୍ୟାଟାଲିୟନ ସିଆରପିଏଫ କ୍ୟାମ୍ପ ପକ୍ଷରୁ ପେପର ପ୍ଲେଟ ତିଆରି ପ୍ରଶିକ୍ଷଣ କାର୍ଯ୍ୟକ୍ରମ : Ommtv

ଉପାନ୍ତ ଇଲାକାରେ ଚତୁର୍ଥ ବ୍ୟାଟାଲିୟନ ସିଆରପିଏଫ କ୍ୟାମ୍ପ ପକ୍ଷରୁ ପେପର ପ୍ଲେଟ ତିଆରି ପ୍ରଶିକ୍ଷଣ କାର୍ଯ୍ୟକ୍ରମ : Ommtv

ଉପାନ୍ତ ଇଲାକାରେ ଚତୁର୍ଥ ବ୍ୟାଟାଲିୟନ ସିଆରପିଏଫ କ୍ୟାମ୍ପ ପକ୍ଷରୁ ପେପର ପ୍ଲେଟ ତିଆରି ପ୍ରଶିକ୍ଷଣ କାର୍ଯ୍ୟକ୍ରମ :  Ommtv

ଉପାନ୍ତ ଇଲାକାରେ ଚତୁର୍ଥ ବ୍ୟାଟାଲିୟନ ସିଆରପିଏଫ କ୍ୟାମ୍ପ ପକ୍ଷରୁ ପେପର ପ୍ଲେଟ ତିଆରି ପ୍ରଶିକ୍ଷଣ କାର୍ଯ୍ୟକ୍ରମ : Ommtv 

କଳାହାଣ୍ଡି ଜିଲ୍ଲା,୨୪/୦୩(କବି) ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ ବା ଉପାନ୍ତ ଇଲାକା ତ୍ରିଲୋଚନପୁର ଠାରେ ଗୃହ ମନ୍ତ୍ରଣାଳୟ ଏବଂ ଓଡିଶା ସେକ୍ଟର ସିଆରପିଏଫ ଓ ଚତୁର୍ଥ ବାହିନୀ ସିଆରପିଏଫ ର ଅଧିକାରୀଗଣ ତଥା କମାଣ୍ଡେଣ୍ଡ ଶ୍ରୀ ଫିରୋଜ କୁଜୁର, ଦ୍ଵିତୀୟ କମାନ ଅଧିକାରୀ ଶ୍ରୀ ପ୍ରଭାକର ଉପାଧ୍ୟାୟ ଓ ଦ୍ଵିତୀୟ କାମଣ୍ଡେଣ୍ଡ ଅଧିକାରୀ ଶ୍ରୀ ସଞ୍ଜୟ ରାଉତ ଏବଂ ଶ୍ରୀ ପ୍ରବୀଣ ନେନୱଲ, ସହାୟକ କମାଣ୍ଡେଣ୍ଡ ଙ୍କ ତତ୍ୱାବଧାନରେ ଚତୁର୍ଥ ବ୍ୟାଟାଲିୟନ ସିଆରପିଏଫ କ୍ୟାମ୍ପ ତ୍ରିଲୋଚନପୁର ଠାରେ ସିଭିଲ ଆକ୍ସନ ପ୍ରୋଗ୍ରାମ ମାଧ୍ୟ୍ୟମରେ ଗ୍ରାମବାସୀ ତଥା ତ୍ରିଲୋଚନପୁର ପଞ୍ଚାୟତର ସତେଇସି ଜଣ ମହିଳା ମାନଙ୍କୁ ପେପର ପ୍ଲେଟ ଓ ଦନା ତିଆରି କରିବା ନିମନ୍ତେ ପ୍ରଶିକ୍ଷଣ ଆଜି ସକାଳୁ ଦିଆଯାଇଥିଲା I ଏହି ମହିଳା ମାନଙ୍କୁ ପ୍ରଶିକ୍ଷଣ ଦେବାର ମୁଖ୍ୟ ଉଦେଶ୍ୟ ହେଲା ନିଯେ ନିଜର ସ୍ୱାଭଲମ୍ବୀ ହୋଇ ପାରିବେ ଆଉ କିଛି ଅର୍ଥ ଉପାର୍ଜନ କରି ପାରିବେ I ଏହି ପେପର ପ୍ଲେଟ, ପେପର ଦନା ସ୍ତାନୀୟ ହାଟ ବଜାରରେ ସ୍ୱଳ୍ପ ମୂଲ୍ୟରେ ବିକ୍ରି କରିବା ସଙ୍ଗେ ସଙ୍ଗେ ନିଜ ଘରେ ବ୍ୟବହାର କରି ପାରିବେ, ହଉବା ନିଜ ଗ୍ରାମର କୌଣସି ଭୋଜି ଭାତରେ ବିକ୍ରି କରି କିଛି ଅର୍ଥ ଉପାର୍ଜନ କରି ରୋଜଗାର କ୍ଷମ ହୋଇ ପାରିବେ ଯାହାଫଳରେ ନିଜ ଆର୍ଥିକି ସ୍ତିତ ସୁଦୃଢ କରି ପାରିବେ I ଏହି କାର୍ଯ୍ୟକ୍ରମ ରେ ବିଜେପୁର ଥାନା ଆଇ ଆଇ ସି ବିଶ୍ୱIମ୍ବର କାହଁର, ତ୍ରିଲୋଚନପୁର ପଞ୍ଚାୟତର ସରପଞ୍ଚ ସୋନାଲି ମାଝୀ, ତ୍ରିଲୋଚନପୁର ପଞ୍ଚାୟତର ସମିତି ସଭ୍ୟା ସୁଦଶା ପଟ୍ଟନାୟକଙ୍କ ଉପସ୍ଥିତରେ ପ୍ରଶିକ୍ଷଣ ନେଇଥିବା ସ୍ତ୍ରୀ ଲୋକଙ୍କୁ ପେପର ପ୍ଲେଟ ତିଆରି ମେସିନ ଓ ସମସ୍ତ ଉପକରଣ ଆଜି ଦିନ ୧୨ ଘଟିକା ସମୟରେ ଚତୁର୍ଥ ବ୍ୟାଟାଲିୟନ ସିଆରପିଏଫ ତ୍ରିଲୋଚନପୁର କ୍ୟାମ୍ପରେ ପ୍ରଦାନ କରାଯାଇଥିଲା I ଏହି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିବା ନିମନ୍ତେ ତ୍ରିଲୋଚନପୁର ଚତୁର୍ଥ ବ୍ୟାଟାଲିୟନ ସିଆରପିଏଫ କ୍ୟାମ୍ପର ଇନ୍ସ୍ପେକଟର ଦେବରାଜ ଦେହୁରୀ ଏବଂ ତାଙ୍କର ସମସ୍ତ ସହକର୍ମୀଙ୍କ ଉଦ୍ୟମରେ ଶାନ୍ତି ଶୃଙ୍କଳତାର ସହିତ ଆଜି ଅନୁଷ୍ଠିତ ହୋଇଯାଇଛି I ଚଳିତ ମାସରେ ତଥା ତାରିଖ - ୦୭/ ୦୩ /୨୦୨୫ ଠାରୁ ୨୦/୦୩/୨୦୨୫ ପର୍ଯ୍ୟନ୍ତ (୧୦ ଦିନିଆ) ତ୍ରିଲୋଚନପୁର ପଞ୍ଚାୟତର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ କମ୍ପୁଟର ପ୍ରଶିକ୍ଷଣ ଚତୁର୍ଥ ବ୍ୟାଟାଲିୟନ ସିଆରପିଏଫ କ୍ୟାମ୍ପ ତରଫରୁ ଦିଆ ଯାଇଥିଲା I ଏହି ପ୍ରକାର କାର୍ଯ୍ୟକ୍ରମ କରିବାର ମୁଖ୍ୟ ଉଦେଶ୍ୟ ହେଲା ସିଆରପିଏଫ ଓ ପୋଲିସ ଏବଂ ଜନସାଧାରଣଙ୍କ ଦୂରତାକୁ ଓ ଶୁସମ୍ପର୍କକୁ ସୁଦୃଢ ବଜାଇ ରଖିବା ପାଇଁ ବିଭିନ୍ନ ଲୋକଆଭିମୁଖୀ କାର୍ଯ୍ୟକ୍ରମ ପ୍ରତ୍ୟେକ ବର୍ଷ ଚାରିରୁ ଛ ଥର ତ୍ରିଲୋଚନପୁର ସିଆରପିଫ କ୍ୟାମ୍ପ ତରଫରୁ ଅନୁଷ୍ଠିତ ହୋଇଥାଏ I ଯାହା ଫଳରେ ଉପାନ୍ତ ଇଲାକାରେ ଥିବା ତ୍ରିଲୋଚନପୁର ପଞ୍ଚାୟତ ସ୍ଥାନୀୟ ବାସିନ୍ଦା କିଛି ଭଦ୍ର ଲୋକ ଓ ସରପଞ୍ଚ ସୋନାଲି ମାଝୀ ଏବଂ ସମିତି ସଭ୍ୟା ସୁଦଶା ପଟ୍ଟନାୟକ କହିବା କଥା ଯେ ଏହି ସିଆରପିଏଫ ଯବାନଙ୍କ ଦ୍ୱାର ଆମେମାନେ ବହୁ ଶିଖଣୀୟ ଜିନିଷ ଶିଖିବାକୁ ପାଉଛୁ ଆଉ ଆମ ପିଲାମାନେ ଶିଖି ପାରୁଛନ୍ତି,ସେମାନଙ୍କୁ ଆମ ପଞ୍ଚାୟତ ବାସୀଙ୍କ ତରଫରୁ ଧନ୍ୟବାଦ ଦେଉଛୁ I