କ୍ଷତିପୂରଣ ଦାବିରେ ବେଦାନ୍ତ ର ମାଲବାହୀ ଟ୍ରେନ କୁ ଅଟକାଇ ଧାରଣା ଦେଲେ ହରେକୃଷ୍ଣପୁର ଗ୍ରାମର ଚାଷୀ : Ommtv
କ୍ଷତିପୂରଣ ଦାବିରେ ବେଦାନ୍ତ ର ମାଲବାହୀ ଟ୍ରେନ କୁ ଅଟକାଇ ଧାରଣା ଦେଲେ ହରେକୃଷ୍ଣପୁର ଗ୍ରାମର ଚାଷୀ : Ommtv
କ୍ଷତିପୂରଣ ଦାବିରେ ବେଦାନ୍ତ ର ମାଲବାହୀ ଟ୍ରେନ କୁ ଅଟକାଇ ଧାରଣା ଦେଲେ ହରେକୃଷ୍ଣପୁର ଗ୍ରାମର ଚାଷୀ : Ommtv

କଳାହାଣ୍ଡି ଜିଲ୍ଲା,୨୫/୦୩ (କବି) ଲାଞ୍ଜିଗଡ ବ୍ଲକ ସ୍ତିତ ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ହରେକୃଷ୍ଣପୁର ଗ୍ରାମର ଲୋକଙ୍କ ଦୁଃଖ କହିଲେ ନଶରେ I ଲାଞ୍ଜିଗଡ ସ୍ଥିତ ବେଦାନ୍ତ କମ୍ପାନୀ ର ପାରିପାର୍ଶିକ ଅଞ୍ଚଳରେ ରେଡମଢ ଓ ଆସପଣ୍ଡ ଗୁଣ୍ଡ ର ବିଷାକ୍ତ ବଳୟରେ ପରିପୂର୍ଣ ଅଞ୍ଚଳ I ବିଷାକ୍ତ କଷ୍ଟିକ ପାଣି ଯୋଗୁଁ ଅନେକ ଲୋକଙ୍କ ଅନେକ କ୍ଷୟ କ୍ଷତି ହୋଇଥିବା ବେଳେ ଚାଷ କାର୍ଯ୍ୟ ରେ ମଧ୍ୟ କ୍ଷତି ସହୁଛନ୍ତି ସେହି ଅଞ୍ଚଳର ଚାଷୀ ମାନେ ଗତ ସେପ୍ଟେମ୍ବର ମାସର ଶନିବାର ୧୪/୦୯/୨୦୨୪ ତାରିଖ ରାତ୍ର ୦୩ ଘଣ୍ଟା ୪୦ ମିନିଟ ସମୟରେ ବେଦାନ୍ତ ର ପ୍ରୋସେସ ଓ୍ବାଟର ଲେଗ ଭୂଷୁଡି ପଡ଼ିବାରୁ ଅଞ୍ଚଳ ର ହଜାର ହଜାର ଏକର ଚାଷଜମି କ୍ଷତିଗ୍ରସ୍ତ ହୋଇଥିଲା I ଖାଲି ଏତକ ହୋଇନଥିଲା ତତ ସଙ୍ଗେ ସଙ୍ଗେ ଡ଼ଙ୍ଗୀଝୁଲା ଗ୍ରାମ ଓ ବୁଣ୍ଡେଲ ଗ୍ରାମ ଭିତରେ ବିଷାକ୍ତ କଷ୍ଟିକ ପାଣି ଘର ମାନଙ୍କ ଭିତରେ ପଶି ଧାନ,ଚାଉଳ,ମାଣ୍ଡିଆ, କୋଳଥ ଓ ଲୁଗା ପଟା ନଷ୍ଟ ହୋଇ ଯାଇଥିଲା I ତତ ସଙ୍ଗେ ସଙ୍ଗେ ଧାନ ଫସଲ,ମୁଗ,ବିରି, କପା ଚାଷ ଜମି ମାନଙ୍କ ଭିତରେ ବିଷାକ୍ତ କଷ୍ଟିକ ପାଣି ପଶି ସମସ୍ତ ଚାଷ ଜମି ପୋଚି ଷଢ଼ୀ ନଷ୍ଟ ହୋଇଯାଇଥିଲା I ଏହାକୁ ନେଇ ବେଦାନ୍ତ କତୃପକ୍ଷ ଓ ଜିଲ୍ଲା ପ୍ରଶାସନ କ୍ଷତିପୂରଣ ଦେବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ I କ୍ଷତ୍ରିଗ୍ରସ୍ଥ ହୋଇ ଥିବା କିଛି ଗାଁକୁ ଓ ଚାଷୀମାନଙ୍କୁ କ୍ଷତିପୂରଣ ରାଶିକୁ ମଧ୍ୟ ଦିଆଗଲା I ହେଲେ ସେଥି ମଧରୁ ବାଦ ପଡ଼ିଛନ୍ତି ହରେକୃଷ୍ଣପୁର ଗ୍ରାମର କିଛି ଚାଷୀ କ୍ଷତିପୂରଣ ପୁରଣ ପାଇବା ପାଇଁ ଏହି ଗାଁ ର ଚାଷୀ ମାନେ ବେଦାନ୍ତ କତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଙ୍କୁ ବାରମ୍ବାର ଜଣାଇଥିଲେ ହେ ମଧ୍ୟ ସେମାନଙ୍କ ଗୁହାରି କୁ କିଏ ହେଲେ କର୍ଣ୍ଣପାତ କଲେ ନାହିଁ I ଶେଷରେ ଚାଷୀମାନେ ଯାହାକି କାଲି ଅସନ୍ତୁଷ୍ଟ ଚାଷୀ ମାନେ ବେଦାନ୍ତର ମାଳବାହୀ ଟ୍ରେନ କୁ ରୋକି ରେଲ ଲାଇନ ଉପରେ ସକାଳ ୦୮ ଘଣ୍ଟା ସମୟରୁ ଧାରଣାରେ ବସିଥିଲେ I ଶେଷରେ ଖବର ପାଇ ଲାଞ୍ଜିଗଡ ଥାନା ଅଧିକାର ଆଇ ଆଇ ସି ଜିତେନ୍ଦ୍ର ବିଶ୍ୱାଳ ହସ୍ତକ୍ଷପ କରିଥିଲେ ଓ ତୁରନ୍ତ ଲାଞ୍ଜିଗଡ ଥାନାର ଏସ ଆଇ ଡୋଳମଣି ବିଶିଙ୍କୁ ନିର୍ଦେଶ ଦେଇଥିଲେ ଧାରଣା ସ୍ଥଳୀକୁ ଯିବାପାଇଁ କହିଥିଲେ I ତାପରେ ଶ୍ରୀ ବିଶିଙ୍କ ନେତୃତ୍ୱରେ ଏ ଏସ ଆଇ ବଳଭଦ୍ର ଗୌଡ଼,ଏ ଏସ ଆଇ ମାଝୀ ଗୋମଙ୍ଗ ସଦଳବଳେ ଯାଇ ଘଟଣାସ୍ଥଳ ହରେକୃଷ୍ଣପୁର ଚାଷୀମାନେ ଧାରଣା ଦେଇଥିବା ରେଳ ଲାଇନ ଉପରକୁ ଯାଇଥିଲେ I ଘଟଣାସ୍ଥଳରେ ୦୫ ଘଣ୍ଟା ସମୟରେ ପହଞ୍ଚି ଧାରଣ ଦେଇଥିବା ଲୋକଙ୍କ ସାଥିରେ କଥା ବାର୍ତ୍ତା ହୋଇଥିଲେ I ଧାରଣା ଦେଇଥିବା ଲୋକଙ୍କୁ ବା ଚାଷୀ ମାନଙ୍କୁ ଶ୍ରୀ ବିଶି ବୁଝାସୁଝା କରିଥିଲେ I ବୁଝାସୁଝା ପରେ ଶେଷରେ ଚାଷୀମାନେ ଧାରଣରୁ ରାତି ୦୭ ଘଣ୍ଟା ୩୦ସମୟରେ ଉଠିଥିଲେ I ତାପରେ ଲାଞ୍ଜିଗଡ ଥାନାକୁ ସମସ୍ତ କ୍ଷତି ଗ୍ରସ୍ତ ହୋଇଥିବା ଚାଷୀ ଆସି ଲାଞ୍ଜିଗଡ ଥାନା ଆଇ ଆଇ ସି ଶ୍ରୀ ବିଶ୍ୱାଳ ଙ୍କ ସାଥିରେ କଥା ବାର୍ତ୍ତା ହୋଇଥିଲେ ଶ୍ରୀ ବିଶ୍ୱାଳ ପ୍ରତିଶୃତି ଦେଇ କହିଥିଲେଯେ ମୁଁ ତମ ପାଇଁ ପ୍ରଶାସନ ଓ ବେଦାନ୍ତ ସାଥିରେ କଥା ହୋଇ ତମର କ୍ଷତି ହୋଇଥିବା ବାବଦକୁ କ୍ଷତିପୂରଣ କରେଇ ଦେବି ବୋଲି କହିଲାପରେ ସମସ୍ତ ଚାଷୀ ନିଜ ଗ୍ରାମକୁ ମନଖୁସି ଉଲ୍ଲାସରେ ଫେରି ଯାଇଥିଲେ I
