ଲାଞ୍ଜିଗଡ ବେଦାନ୍ତ ଡାକ୍ତରଖାନାରେ ମେଲେରିଆ ରୋଗୀଙ୍କ ପ୍ରବଳ ଭିଡ:Ommtv Kalingavikas
ଲାଞ୍ଜିଗଡ ବେଦାନ୍ତ ଡାକ୍ତରଖାନାରେ ମେଲେରିଆ ରୋଗୀଙ୍କ ପ୍ରବଳ ଭିଡ:Ommtv Kalingavikas
ଲାଞ୍ଜିଗଡ ବେଦାନ୍ତ ଡାକ୍ତରଖାନାରେ ମେଲେରିଆ ରୋଗୀଙ୍କ ପ୍ରବଳ ଭିଡ:Ommtv Kalingavikas

କଳାହାଣ୍ଡି ଜିଲ୍ଲା,୨୧/୦୬(କବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ଲାଞ୍ଜିଗଡ ଠାରେ ବେଦାନ୍ତ କମ୍ପାନୀ ଜନସାଧାରଣଙ୍କ ସେବା କରିବା ପାଇଁ ୨୦ ଶଯ୍ୟା ବିଶିଷ୍ଟ ୨୦୧୦ ମସିହାରେ ଡାକ୍ତରଖାନା ପ୍ରତିଷ୍ଠା କରିଥିଲା I ବେଦାନ୍ତ ଡାକ୍ତରଖାନରେ ପାଞ୍ଚଟି ବିଭାଗର ଅଭିଜ୍ଞ ଡାକ୍ତର ଅଛନ୍ତି,ଏହି ଡାକ୍ତରଖାନା ଉପରେ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ବ୍ଲକ ପ୍ରାୟ ଜନସାଧାରଣ ଓ ରାୟଗଡା ଜିଲ୍ଲାର ମୁନିଗୁଡା ବ୍ଲକ ପ୍ରାୟ ଜନସାଧାରଣ ନିର୍ଭର କରିଥାନ୍ତି I ଯାହା ପାଖରେ ଟଙ୍କା ଅଛି ସେ ବିଶାଖାପାଟଣା,ବ୍ରହ୍ମପୁର ଓ କଟକ ବା ଭୁବନେଶ୍ୱର ଡାକ୍ତରଖାନାରେ ଚିକିତ୍ସା ହେବାପାଇଁ ଯାଇଥାନ୍ତି,କିନ୍ତୁ ଗରିବ ଶ୍ରେଣୀୟ ରୋଗୀଟି ଏଠାରେ ମାଗଣା ଚିକିତ୍ସା ହୋଇଥାଏ I ଲାଞ୍ଜିଗଡ ବ୍ଲକଟି ଦୁର୍ଗମ ଅଞ୍ଚଳ ବା ବଣ ଜଙ୍ଗଲ ପାହଡ଼ ଅଟେ ଆଜକୁ ଦୁଇମାସ ହେଲା ପ୍ରତେକ ଦିନ ୪୦ ରୁ ୫୦ ଜଣ ମେଲେରିଆ ରୋଗୀ ବେଦାନ୍ତ ଡାକ୍ତରଖାନାକୁ ଆସୁଛନ୍ତି I ସରକାରଙ୍କ ତାରି ଉପରେ କୌଣସି ନିଘା ନାହିଁ,ସରକାରି ଡାକ୍ତରଖାନାକୁ ରୋଗୀ ନ ଯାଇ ବେଦାନ୍ତ ଡାକ୍ତରଖାନାକୁ ରୋଗୀଟିଏ ଭଲ ହେବା ପାଇଁ ଦୌଡ଼ି ଯାଇଥାଏ I ସରକାର ମେଲେରିଆରୁ ବଞ୍ଚିବା ପାଇଁ ଖାଲି ସରକାର ମଶାରୀ ବାଣ୍ଟି ଦେଲେ ହେବନି ମେଲେରିଆ ପାଇଁ ଉଦ୍ଧିଷ୍ଟ ଔଷଧ ଦେଇ ରୋଗୀଙ୍କୁ ଭଲ କରିବାର ଆବଶ୍ୟକତା ପଡିଛି ଓ ଜନସାଧାରଣଙ୍କୁ ସଚେତନତା କରିବା ନିହାତି ଆବଶ୍ୟକ I ଲାଞ୍ଜିଗଡ ଓ ମୁନିଗୁଡା ଉପାନ୍ତ ଇଲାକାରୁ ବୋହୁ ରୋଗୀ ଆସି ଏଠାରେ ଚିକତ୍ସା ହୋଇ ଭଲ ହେଉଛନ୍ତି I ଏତକ ନୁହଁ ଏଇ ଡାକ୍ତରଖାନାରେ ବାହାରର ବଡ଼ ବଡ଼ ଡାକ୍ତରଖାନାରୁ ଫିରିଥିବା ଗୋଡ଼ ହାତ ଭଙ୍ଗା ଓ ପାରାଲେଶିଶ ରୋଗୀ ଫିଯୋଥରାପି ହୋଇ ଭଲ ହୋଇ ଯାଇଥାନ୍ତି I ଏଇ ବେଦାନ୍ତ ଡାକ୍ତରଖାନରେ ଉର୍ନତମାନର ଯନ୍ତ୍ର ପାତି ରଖି ବେଦାନ୍ତ ଜନସାଧାରଙ୍କ ସେବା କରିବାରରେ ବ୍ୟସ୍ତ ହୋଇପଡିଛି I ପ୍ରତେକ ବିଭାଗର ଭଲ ଅଭଜ୍ଞତା ଥିବା ଡାକ୍ତର ରଖି ଲୋକଙ୍କ ସେବା କରୁଛି ଏଠାରେ ବୋହୁ ଡେଙ୍ଗୁ ରୋଗୀ ଭଲ ହୋଇଯିବାର ନିର୍ଦ୍ଧିଷ୍ଟ ପ୍ରମାଣ ମଧ୍ୟ ରହିଅଛି I ଯଦି କୌଣସି ରୋଗୀ ବେଦାନ୍ତ ଡାକ୍ତରଖାନାରେ ଭଲ ନ ହେଇପରେ ତେବେହେଲେ ବେଦାନ୍ତ ନିଜସ୍ୱ ଆମ୍ବୁଲେନ୍ସ ମାଗଣା ଗାଡି ଦେଇ ବାହାର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥାଏ I ଆମେ ଆଜି ଯାଇ ବେଦାନ୍ତ ଡାକ୍ତରଖାନାକୁ ପରି ଭ୍ରମଣ କରଥିଲୁ ସେତେବେଳେ ରୋଗୀଙ୍କୁ ପଚାରିଥିଲୁ ସେହି ସମୟରେ ସମସ୍ତ ରୋଗୀ ଆମ ଆଘରେ ପରି ପ୍ରକାଶ କରି କହିଥିଲେଯେ ବେଦାନ୍ତ ଆମକୁ ଭଲ ଔଷଧ ଦେଇ ଭଲ ଚିକିତ୍ସା କରୁଛି ଆଉ ଆମେ ଭଲ ହେଉଅଛୁ I
